ଆଜିର ଖାସ୍ ଖବର

ଆଜି ରାଜ୍ୟର ୩୦ ଟି ଜିଲାରୁ ୩୬୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୩୪୧୧ରେ ପହଞ୍ଚିଛି । ଏଥିମଧ୍ୟରୁ ୨୮୭୬୩ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୪୦୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ଆଜି ରାଜ୍ୟରେ ୮ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୨୨କୁ ବୃଦ୍ଧି ପାଇଛି ।

୬ ତାରିଖରୁ ରାଜ୍ୟରେ ପୁଣି ବର୍ଷା ବଢ଼ିବ ।

ରାଜ୍ୟରେ ୟୁରିଆ ସାର ଅଭାବ ନାହିଁ, ଚାଷୀଙ୍କୁ ପର୍ଯ୍ୟାପ୍ତ ଯୋଗାଇବାକୁ ନିଷ୍ପତ୍ତି ହୋଇଛି: କୃଷି ସଚିବ ।

ୟୁଜି, ପିଜି ପରୀକ୍ଷା ପାଇଁ ସମୟ ମାଗିଲେ ସରକାର,ପରୀକ୍ଷା ଶେଷ କରିବାର ସମୟ ସୀମା ସେପ୍ଟେମ୍ବର ୩୦ ପରିବର୍ତ୍ତେ ଅକ୍ଟୋବର ୧୦ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ୟୁଜିସି ସଚିବଙ୍କୁ ନିବେଦନ କରିଛନ୍ତି ।

ରାଜ୍ୟରେ ଖୋଲିବ ରେଷ୍ଟୁରାଣ୍ଟ ଓ ବାର, ମିଳିଲା ଅନୁମତି ।

ସେପ୍ଟେମ୍ବର ୭ରୁ ପୁନଃଚଳାଚଳ ଆରମ୍ଭ କରୁଥିବା ମେଟ୍ରୋ ରେଳ ସେବା ଲାଗି ‘ଏସ୍‌ଓପି’ ଜାରି କଲେ କେନ୍ଦ୍ର ସରକାର ।

ବଢିଲା କୁଳପତିଙ୍କ କାର୍ଯ୍ୟକାଳ, ଏବେ ସବୁ ବିଶ୍ଵ ବିଦ୍ୟାଳୟ ପାଇଁ ଗୋଟିଏ ଆଇନ, ଉଚ୍ଛେଦ ହେଲା ରେଭେନ୍ସା ବିଶ୍ଵ ବିଦ୍ୟାଳୟ ଆକ୍ଟ

ଐତିହ୍ୟ କ୍ୟାବିନେଟରେ ୭ଟି ପ୍ରସ୍ତାବକୁ ମଞ୍ଜୁରୀ: ଭର୍ଚୁଆଲ ହେବ ରାଜ୍ୟ ସଂଗ୍ରହାଳୟ, ବଢିଲା ପୁରସ୍କାର ରାଶି, ଗୋପବନ୍ଧୁଙ୍କ ଜନ୍ମସ୍ଥାନର କରାଯିବ ବିକାଶ

ବିକଶିତ ହେବ ସୁଆଣ୍ଡୋ; ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ପାଇଁ ୧୧ କୋଟିର ବ୍ୟୟ ଅଟକଳ

କ୍ୟାବିନେଟରେ ବଡ଼ ନିଷ୍ପତ୍ତି । କୃଷି କ୍ୟାବିନେଟରେ ଚାଷୀଙ୍କୁ ଋଣ ଦେବା ଉପରେ ଗୁରୁତ୍ୱ, ଐତିହ୍ୟ କ୍ୟାବିନେଟରେ ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତାକୁ ସିପାରିଶ ।

ମୟୁରଭଞ୍ଜ ଜିଲା, ବଡ଼ସାହି ବ୍ଲକ ଅଧୀନ ପ୍ରତାପପୁର ପଞ୍ଚାୟତର ବରପଡା ଗ୍ରାମର ୪ଜଣ ଶିଶୁ ୟୁରିଆ ସାର ଖାଇ ଗୁରୁତର ଅସୁସ୍ଥ ହୋଇଛନ୍ତି ।

ସିଙ୍ଗଲ୍‌ ୱିଣ୍ଡୋରେ ୩୨୦୫ କୋଟି ନିବେଶ ପ୍ରସ୍ତାବ ମଞ୍ଜୁର, ୨୪୯୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

୨୮ଟି ଗୁଡ଼ସ ସେଡ୍‌ର ଆଉଟସୋସିଂ କରିବ ପୂର୍ବତଟ ରେଳପଥ ।

ଭାରତରେ ୩୮, ୫୩,୪୦୬ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୨୯୭୦୪୯୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ବାକି ୬୭,୩୭୬ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୧୫୫୩୮ରହିଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ଟୁଇଟର ଆକାଉଣ୍ଟ ହ୍ୟାକ୍ କଲେ ହ୍ୟାକର

ମୁମ୍ବାଇ ଇଣ୍ଡିଆନ୍ସକୁ ଝଟ୍‌କା: ଆଇପିଏଲ୍‌ ଖେଳିବେନି ମାଲିଙ୍ଗା

ପ୍ରସିଦ୍ଧ ପତ୍ରିକା ଫର୍ଚ୍ୟୁନ୍‌ ୨ ଜିଓ ବୋର୍ଡ ଡାଇରେକ୍ଟର ଆକାଶ ଅମ୍ବାନୀ ଏବଂ ଅମ୍ବାନୀଙ୍କୁ ‘୪୦ ଅଣ୍ଡର ୪୦’ ତାଲିକାରେ ସ୍ଥାନ ଦେଇଛି। 

ପୂର୍ବତୋର ରାଜ୍ୟରେ ଚଳିବନି ଚୀନର ଚାଲାକି, ଅରୁଣାଚଳ ପ୍ରଦେଶରେ ସୈନ୍ୟ ସଂଖ୍ୟା ବଢାଇଲା ଭାରତ।

ଚାଇନା ଉପରେ ଭାରତର ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ୍ । ପବଜି ସମେତ ୧୧୮ ଚାଇନା ଆପ୍ ଉପରେ କଟକଣା ଲଗାଇଲା ଭାରତ, ଦେଶରେ ୧୭କୋଟି ଲୋକ ଇନଷ୍ଟଲ୍ କରିଥିଲେ ପବଜି ଆପ୍ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରୁଣ ଗ୍ରହିତାଙ୍କ ପ୍ରତି... ବ୍ୟାଙ୍କ ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ... ସୁପ୍ରିମକୋର୍ଟ

Thu Sep 3 , 2020
ବାସ୍ତବ ବ୍ୟୁରୋ-ଆଜି ଅର୍ଥାତ ସେପ୍ଟେମ୍ବର ୩ ରେ ସୁପ୍ରିମକୋର୍ଟ (ଏସସି) ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା ଦିଆଯାଇଥିବା ମୋରା଼ଟୋରିଅମ ଉପରେ ସୁଧ ଛାଡ ପାଇଁ ଏକ ଆବେଦନର ଶୁଣାଣି କରିଛନ୍ତି । ଜଷ୍ଟିସ ଅଶୋକ ଭୂଷଣ, ଆର ସୁଭାଷ ରେଡ୍ଡୀ ଏବଂ ଏମଆର ଶାହାଙ୍କ ଏକ ବେଞ୍ଚ ଏହି ଆବେଦନର ଶୁଣାଣି ହେଇଛି । ସେପ୍ଟେମ୍ବର ୧୦ ରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି ଜାରି ରଖିବେ । […]

You May Like

Pin It on Pinterest