ଆଜିର ଖାସ୍ ଖବର

ଆଜିର ରାଜ୍ୟରେ ୩୬୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୬୬୭୮ ରେ ପହଞ୍ଚିଛି । ଏଥିମଧ୍ୟରୁ ୨୮୭୪୩ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୭୩୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ରାଜ୍ୟରେ ୯ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୫୩୧ରେ ପହଞ୍ଚିଲା ମୋଟ ମୃତ୍ୟୁ ସଂଖ୍ୟା

ବନ୍ଦ ହେଲା ହୀରାକୁଦର ଆଉ ୩ଟି ଗେଟ୍‌, ୧୧ ଟି ଗେଟ ଦ୍ୱାରା ଚାଲିଛି ବନ୍ୟାଜଳ ନିଷ୍କାସନ

ଭୁବନେଶ୍ୱର-ସୁରାଟ ବିମାନ ସେବା ସେପ୍ଟେମ୍ବର ୯ରୁ ଆରମ୍ଭ :ବିପିଆଇଏ କର୍ତ୍ତୃପକ୍ଷ

ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୩୯,୩୬,୭୪୭ ରେ ପହଞ୍ଚିଛି । ଏହା ମଧ୍ୟରୁ ୮,୩୧,୧୨୪ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୬୮,୪୭୨ ରେ ପହଞ୍ଚିଛି । ତେବେ ଆରୋଗ୍ୟ ସଂଖ୍ୟା ୩୦,୩୭,୧୫୧ ରେ ପହଞ୍ଚିଛି ।

ରେଲୱେ ବୋର୍ଡର ପ୍ରଥମ ସିଇଓ ଭାବେ ନିଯୁକ୍ତ ହେଲେ ବିନୋଦ କୁମାର ଯାଦବ

ରାଷ୍ଟ୍ରୀୟ ପୋଲିସ ଏକାଡେମୀର ସମାବର୍ତ୍ତନ ପରେଡ କାର୍ଯ୍ୟକ୍ରମରେ ଆଜି ଭାଗନେବେ ପ୍ରଧାନମନ୍ତ୍ରୀ ମୋଦୀ ।

 ଚୀନ୍‌ର ଲୋକପ୍ରିୟ ମୋବାଇଲ ଆପ୍‌ ପବ୍‌ଜି ସମେତ ୧୧୮ଟି ଆପ୍‌କୁ ଭାରତ ନିଷିଦ୍ଧ କଲା ।

ବିଶ୍ୱରେ ୨ କୋଟି ୬୪ ଲକ୍ଷ ୫୮ ହଜାର ୭୪ ଜଣ ଲୋକ କରୋନା ସଂକ୍ରମିତ ହୋଇସାରିଥିବା ବେଳେ ୮ ଲକ୍ଷ ୭୨ ହଜାର ୫୦୮ ଜଣଙ୍କର ମୃତ୍ୟୁ ହୋଇଛି  । କରୋନା ଭାଇରସ କବଳରେ ପଡ଼ିଥିବା କୋଟିଏ ୮୬ ଲକ୍ଷ ୮୬ ହଜାର ୫୦ ଜଣ ସୁସ୍ଥ ହୋଇଥିବା ବେଳେ ୬୯ ଲକ୍ଷ ୩୫ ହଜାର ୧୧ ଜଣ ଲୋକ ଅଛନ୍ତି ଅଛନ୍ତି  ।

ଆଜି ବିଶ୍ବ ଖବରକାଗଜ ବିତରକ ଦିବସ

ଶ୍ରୀଲଙ୍କାର ପୂର୍ବତଟରୁ ଭାରତ ମହାସାଗରେ ପ୍ରାୟ ୨ ମିଲିଅନ୍ ବ୍ୟାରେଲ ତେଲ ନେଇ ଯାଉଥିବା ଇଣ୍ଡିଆନ ଅଏଲ କର୍ପୋରେସନର ସୁପର ଟ୍ୟାଙ୍କରରେ ଭୀଷଣ ନିଆଁ ଲାଗିଛି। ଉଦ୍ଧାର କାର୍ଯ୍ୟ ଜାରି

ନେପାଳ-ଭାରତ ସୀମା ଲିପୁଲେଖଠାରୁ ୧୨ କିଲୋମିଟର ଦୂରରେ ସୈନ୍ୟ ଘାଟି ନିର୍ମାଣ କରୁଛି ଚୀନ

ମସ୍କୋ ଗସ୍ତରେ ଥିବା ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିବେ ଚୀନ ପ୍ରତିପକ୍ଷ ଓ୍ଵି ଫେଗହି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Sep 5 , 2020
ଆଜିର ରାଜ୍ୟରେ ୩୦ଟି ଜିଲ୍ଲାରୁ ୩୫୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୦୨୨୧ରେ ପହଞ୍ଚିଛି । ଏଥିମଧ୍ୟରୁ ୨୯୨୯୯ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୦୩୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ରାଜ୍ୟରେ ୭ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା […]

You May Like

Pin It on Pinterest