ଆଜିର ରାଜ୍ୟରେ ୩୦ଟି ଜିଲ୍ଲାରୁ ୩୫୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୦୨୨୧ରେ ପହଞ୍ଚିଛି । ଏଥିମଧ୍ୟରୁ ୨୯୨୯୯ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୦୩୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜି ରାଜ୍ୟରେ ୭ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୩୮କୁ ବୃଦ୍ଧି ପାଇଛି ।
ଆସନ୍ତାକାଲିଠୁ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା , ୧୨ ଜିଲ୍ଲାରେ ପ୍ରବଳ ବର୍ଷା ।

ଆଜି ଅପରାହ୍ଣ ୪ଟାରେ ପ୍ରକାଶ ପାଇବ ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇବ ।
ରାଜ୍ୟରେ ଖୋଲିବ ଆଉ ୭ଟି କୋଭିଡ୍ ହସ୍ପିଟାଲ : କଟକରେ ୪, ଖୋର୍ଦ୍ଧାରେ ୨ ଏବଂ କୋରାପୁଟରେ ଖୋଲିବ ଗୋଟିଏ ।
ଗୋପାଳପୁରରେ ହେବ ଔଷଧ ପାର୍କ। ଏଥିପାଇଁ ପାଖାପାଖି ୧୫୦୦ କୋଟି ବିନିେଯାଗ ଅଟକଳ କରାଯାଇଥିବା ବେଳେ ଏହାଦ୍ବାରା ୫ହଜାର ଲୋକ ସିଧାସଳଖ ନିଯୁକ୍ତି ପାଇବେ ବୋଲି ଆକଳନ କରାଯାଇଛି ।
ଆସିଲା ଦ୍ବିତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ : କମୁଛି ରାଜଧାନୀବାସୀଙ୍କ ଆଣ୍ଟିବଡି, ମାତ୍ର ୫.୧୫ ପ୍ରତିଶତ ଆଣ୍ଟିବଡି ସୃଷ୍ଟି।
ଆସନ୍ତା ୬ ତାରିଖରେ ହେବାକୁ ଥିବା ଏନଡିଏ ଓ ନାଭାଲ ଏକାଡେମି ପରୀକ୍ଷା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ପୂର୍ବତଟ ରେଳପଥ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ।
ନଭେମ୍ବର ୨୯ ତାରିଖ ସୁଦ୍ଧା ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନରେ ଉପ-ନିର୍ବାଚନ ।
ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୪୦,୨୩,୧୭୯ ରେ ପହଞ୍ଚିଛି । ଏହା ମଧ୍ୟରୁ ୮୪୬୩୯୫ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୬୯,୫୬୧ ଅନ୍ତର୍ଭୁକ୍ତ । ତେବେ ମୋଟ ଆରୋଗ୍ୟ ସଂଖ୍ୟା ୩୧,୦୭,୨୨୩ ରେ ପହଞ୍ଚିଛି ।
ରାଜନାଥ ସିଂହ ଓ ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ବୈଠକ, ୨ ଘଣ୍ଟା ୨୦ ମିନିଟ ହେଲା ଚର୍ଚ୍ଚା ।
ବିଶ୍ୱରେ ୨ କୋଟି ୬୭ ଲକ୍ଷ ୭୩ ହଜାର ୫୫୨ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୮ ଲକ୍ଷ ୭୮ ହଜାର ୮୩ ଜଣଙ୍କର ମୃତ୍ୟୁ ହୋଇଛି । କୋଟିଏ ଲକ୍ଷ ୮୩ ହଜାର ୩୬୬ ଜଣ ସୁସ୍ଥ ହୋଇଥିବା ବେଳେ ୭୦ ଲକ୍ଷ ୧୨ ହଜାର ୧୦୩ ଜଣ ଲୋକ ସକ୍ରିୟ ଅଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ଟ୍ରମ୍ପ, କହିଲେ- ଭାରତ-ଚୀନ ସୀମା ବିବାଦରେ ଆଲୋଚନା କରିବାକୁ ପ୍ରସ୍ତୁତ ।
ଡ୍ରାଗନ ଉପରେ ଜାପାନର ଷ୍ଟ୍ରାଇକ, କହିଲା- ଯେଉଁ ଜାପାନୀ କଂପାନୀ ଚୀନ ଛାଡ଼ି ଭାରତରେ ପୁଂଜି ବିନିଯୋଗ କରିବେ ସେହି କଂପାନୀଗୁଡ଼ିକୁ ମିଳିବ ସବସିଡି ।
