ଆଜିର ଖାସ୍ ଖବର

ଆସନ୍ତା ୧୩ରେ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ।

ଆସନ୍ତା ୧୧ ତାରିଖରେ ରାଷ୍ଟ୍ରୀୟ ଶିକ୍ଷାନୀତି ଉପରେ ଦେଶବ୍ୟାପୀ ଜାଗରଣ ଅଭିଯାନ ଉଦ୍‌ଘାଟିତ ହେବ। 

ୟୁଜି ଶେଷ ସେମିଷ୍ଟର ପରୀକ୍ଷା ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟର ବିଜ୍ଞପ୍ତି : ୨୨ରୁ ପ୍ରାକ୍ଟିକାଲ, ୨୯ରୁ ଥିଓରି ପରୀକ୍ଷା ।

୧୨ ତାରିଖରୁ ଓଡ଼ିଶାରୁ ଚାଲିବ ୩ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ । 

ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭା ଅଧିବେଶନ: ରହିବନି ପ୍ରଶ୍ନକାଳ ।

ଭାରତୀୟ ଇଲାକା ଦଖଲ ପାଇଁ ପ୍ରସ୍ତୁତି ଚଳାଇଛି ଚୀନ୍‌, ମୁକାବିଲା ପାଇଁ ଭାରତ ପ୍ରସ୍ତୁତ । 

ପାଣି ବିଲ ସହ ବିଜୁଳି ବିଲ ପୈଠ ହେବ ଡାକଘରେ । ପାନକାର୍ଡ ସହ ବସ ବସ, ଟ୍ରେନର ଟିକେଟ ବୁକିଂ ସହ ୭୩ ପ୍ରକାର ସେବା ପାଇପାରିବେ ଡାକଘରେ । 

ଆଜି ଔପଚାରିକ ଭାବେ ବାୟୁସେନାରେ ସାମିଲ ହେବ ରାଫେଲ ଲଢୁଆ ବିମାନ

ଯୁବରାଜ ସିଂହ ଅବସର ନେଇଥିଲେ ବି ପୁଣି ଥରେ ପଡ଼ିଆକୁ ଫେରିବା ଲାଗି ଉଦ୍ୟମ କରିଛନ୍ତି । ଏଥି ପାଇଁ ସେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଏକ ପ୍ରତ ଲେଖିଛନ୍ତି । 

ସମଗ୍ର ବିଶ୍ୱରେ ୯ ଲକ୍ଷ ୭ ହଜାର ୨୫୬ ଜଣ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ୨ କୋଟି ୮୦ ଲକ୍ଷ ୧୩ ହଜାର ୫୮ ଜଣ ସଂକ୍ରମିତ ହୋଇସାରିଛନ୍ତି । ଏଥିରୁ ୨ କୋଟି ୮୫ ହଜାର ୪୯୭ ଜଣ ସୁସ୍ଥ ହୋଇଥିବା ବେଳେ ୭୦ ଲକ୍ଷ ୨୦ ହଜାର ୩୦୫ ଜଣ ସଂକ୍ରମିତ ହୋଇଛନ୍ତି । 

ସ୍ବର୍ଗତ ମହାକାଶଚାରୀ କଳ୍ପନା ଚାୱଲାଙ୍କ ନାମରେ ନାମିତ ହେବ ସିଗ୍ନସ ମହାକାଶଯାନ । 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ ଖବର

Sat Sep 12 , 2020
ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ୧୩ ତାରିଖ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ ସମ୍ଭାବନା ରହିଛି । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ସେପ୍ଟେମ୍ବର ୧୪ରୁ ୨୪ ତାରିଖ ମଧ୍ୟରେ ମାଟ୍ରିକ୍‌ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ସପ୍ଲିମେଣ୍ଟାରି ପରୀକ୍ଷା ଅନୁଷ୍ଠିତ ହେବ । ଆଜିଠାରୁ ଚାଲିବ ଭୁବନେଶ୍ୱର-ଦୁର୍ଗ ସ୍ୱତନ୍ତ୍ର ଟ୍ରେନ, ନିଟ ପରୀକ୍ଷା […]

You May Like

Pin It on Pinterest