ଆଜି ପୂର୍ବାହ୍ନ ୧୧ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ ।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ସ୍ନାତକ(ୟୁଜି)ପାଠ୍ୟକ୍ରମରେ ନାମଲେଖା ପାଇଁ ଅକ୍ଟୋବର ୧୧ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।
ଆସନ୍ତା ୧୭ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି । ଯାହା ୧୯ ତାରିଖରେ ଲଘୁଚାପରେ ପରିଣତ ହେବ । ଫଳରେ ଉତ୍ତର ଓଡ଼ିଶାରେ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଲଗାଣ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୪୯,୩୦,୨୩୭ ରେ ପହଞ୍ଚିଛି । ଏହା ମଧ୍ୟରୁ ୯,୯୦,୦୬୧ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୮୦,୭୭୬ ଅନ୍ତର୍ଭୁକ୍ତ । ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୩୮,୫୯,୪୦୦ ରେ ପହଞ୍ଚିଛି ।
ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଜେଡିୟୁ ସାଂସଦ ହରିବଂଶ ସିଂହ ।
ଦକ୍ଷିଣ କଶ୍ମୀରର ପୁଲଓ୍ଵାମା ଜିଲ୍ଲା ସ୍ଥିତ କାକପୋରା ଅଞ୍ଚଳରେ ଆଜି ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଗୁଳିବିନିମୟ ଚାଲିଛି । ଏହି ଏନକାଉଣ୍ଟରରେ ଭାରତୀୟ ସେନାର ଦୁଇ ଯବାନ ଆହତ ।
କରୋନା ଭାଇରସ ମହାମାରୀ ଯୋଗୁଁ ସମଗ୍ର ବିଶ୍ୱରେ ୨ କୋଟି ୯୪ ଲକ୍ଷ ୩୩ ହଜାର ୬୬୧ ଜଣ ଲୋକ ସଂକ୍ରମିତ ହୋଇସାରିଛନ୍ତି । ୯ ଲକ୍ଷ ୩୨ ହଜାର ୩୯୫ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨ କୋଟି ୧୨ ଲକ୍ଷ ୬୫ ହଜାର ୨୯୧ ଜଣ ସୁସ୍ଥ ହୋଇଥିବା ବେଳେ ୭୨ ଲକ୍ଷ ୩୫ ହଜାର ୯୭୫ ଜଣ ଲୋକ ସକ୍ରିୟ ଅଛନ୍ତି ।
ଚୀନକୁ ପଛରେ ପକାଇ ଭାରତ ପ୍ରତିଷ୍ଠିତ ଇକୋନୋମିକ ଆଣ୍ଡ ସୋସିଆଲ କାଉନସିଲ (ଇକୋସୋକ)ରେ ନିଜର ସ୍ଥାନ ଦୃଢ଼ କରିଛି । ଭାରତ କାଉନସିଲ ସହିତ ଜଡ଼ିତ ମହିଳା ସ୍ଥିତି ଆୟୋଗର ସଦସ୍ୟ ହୋଇଛି ।
ଭୂଟାନର ୮୧୩ ବର୍ଗ କିଲୋମିଟର ଭୂମିକୁ ନିଜର କରିବା ଲାଗି ଉଦ୍ୟମ କରୁଛି ଚୀନ ।
ଅକ୍ଟୋବର, ନଭେମ୍ବରରେ ୟୁରୋପ୍ ସ୍ଥିତି ସାଂଘାତିକ ହେବ: ‘ହୁ’ । ଏବେ କରୋନା ସଂକ୍ରମଣରେ ଆମେରିକା ପ୍ରଥମ ଓ ଭାରତ ଦ୍ବିତୀୟ ସ୍ଥାନରେ ରହିଛି।
