Slug – ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ ।। Anchor – ଜୈନେକ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଜ କର୍ତ୍ତବ୍ୟରେ ଅବହେଳା ନକରିବା ନେଇ ବାରମ୍ବାର ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ତତ୍କାଳୀନ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଏକ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ ଅଧିନସ୍ତ ପାଡ଼େପଦର ଉନ୍ନିତ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିବାକୁ ଯାଇଥିଲେ । ଏହି ସମୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶୀଧର ନାଏକ ବିଦ୍ୟାଳୟରେ ଅନୁପସ୍ଥିତ ଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ସ୍କୁଲର କିଛି କାଗଜପତ୍ର ଦେଖିବା ପାଇଁ ଚାହଁ ଥିଲେ ମଧ୍ୟ କୌଣସି ଶିକ୍ଷକ କାଗଜପତ୍ର ଦେଖାଇ ପାରି ନ ଥିଲେ ।ଏହାକୁ କେନ୍ଦ୍ରକରି ଜିଲ୍ଲା ଶିକ୍ଷା ଅଧିକାରୀ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ଏବେ ବର୍ତ୍ତମାନର ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂ ଶିକ୍ଷକ ଶଶୀଧର ନାଏକଙ୍କୁ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ସହ ମହୁଲ ପାଟଣା ଉନିତ ବିଦ୍ୟାଳୟର ସହକାରୀ ଶିକ୍ଷକ ଭାବେ ଦାୟିତ୍ୱ ସମ୍ପାଦନ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପତ୍ର ନଂ – ୪୬୦୭ ତା – ୦୧.୦୬.୧୯ ରିଖ ରେ ନିର୍ଦେଶ ଦେଇଛନ୍ତି । ଏହି ନିର୍ଦେଶ ମୁତାବକ ଖରାଛୁଟି ପରେ ସ୍କୁଲ ଖୋଳାଯିବାରୁ ନିଜ ଦାଇତ୍ୱ ସମ୍ପାଦନ ପାଇଁ ଶଶୀଧର ନାଏକ ବିଦ୍ୟାଳୟରେ ପହଞ୍ଚିଥିଲେ ।କିନ୍ତୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଂବାରୁ ମୁଦୁଲିଙ୍କ ନେତୃତ୍ବରେ ଶତାଧିକ ମହିଳା, ଗ୍ରାମବାସୀ ଓ ପରିଚାଳନା କମିଟିର ସଦସ୍ୟ ଶିକ୍ଷକ ଶଶୀଧର ନାଏକଙ୍କ ବିଦ୍ୟାଳୟରେ ଯୋଗଦାନକୁ ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଶିକ୍ଷକ ଭଲ ଶିକ୍ଷକ ନୁହେଁ , ଚରିତ୍ର ଭଲ ନୁହେଁ, ଏହି ଶିକ୍ଷକ ବିଦ୍ୟାଳୟରେ ଯୋଗଦେଲେ ସେମାନେ ନିଜ ସନ୍ତାନ ସନ୍ତତିଙ୍କୁ ବିଦ୍ୟାଳୟ ଛାଡିବେ ନାହିଁ । କାହିଁକି ସେମାନେ ଶିରିମସ୍କା ଉନ୍ନିତ ବିଦ୍ୟାଳୟ ଭଳି ଘଟଣା ଘଟାଇବା ପାଇଁ ଦେବୁନାହିଁ ବୋଲି ନିଷ୍ପତ୍ତି ନେଇଥିଲେ ଏବଂ ପୂର୍ବରୁ ନିୟୋଜିତ ଥିବା ନିକଟସ୍ଥ ବିଦ୍ୟାଳୟରେ ଶିକ୍ଷକ ଶ୍ରୀ ନାଏକ ଛାତ୍ର ଛାତ୍ରୀ ଙ୍କ ପାଠ ପଢା ପ୍ରତି ଗୁରୁତ୍ୱ ନଦେଇ ଅନ୍ୟ କାର୍ଯ୍ୟରେ ନିୟୋଜିତ ହେବା ସହ ବିଦ୍ୟାଳରେ ଅନେକ ଅନିୟମିତତା କରୁଥିଲେ , ତେଣୁ ସେଭଳି ଜଣେ ପ୍ରକୃତିହୀନ ଶିକ୍ଷକଙ୍କୁ ଗ୍ରାମବାସୀ ବିରୋଧ କରୁଛୁ ବୋଲି ଆନ୍ଦୋଲନ କାରୀ ମାନେ ସୂଚନା ଦେଇଛନ୍ତି । କଳାହାଣ୍ଡି ଜିଲ୍ଲାରୁ ଲଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ ।
Next Post
୩୭୦ ଉଚ୍ଛେଦ ପରେ ଆମେରିକା ର ବଡ ବୟାନ
Tue Aug 6 , 2019
ଭାରତ ସରକାର ରେ ଧାରା ୩୭୦ ଉଚ୍ଛେଦ କରିଦେଇ ଜାମ୍ମୁ କାଶ୍ମୀର ରାଜ୍ୟ କୁ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶ ଘୋଷଣା ଓ ଲଦାଖ କୁ ବିଭାଜିତ କରିବାର ଫଇସଲା ନେବା ପରେ, ସାରା ବିଶ୍ୱ ର କୌଣସି ଦେଶ କିଛି ବି ଟିପ୍ପଣୀ ଦେଇନଥିବା ବେଳେ ଆଜି ଆମେରିକା ତରଫ ରୁ କାଶ୍ମୀର ର ଧାରା ୩୭୦ ଉଚ୍ଛେଦ ଉପରେ ପ୍ରଥମ କରି ବିଦେଶୀ ମତ ଆସିଛି. ଆମେରିକା, […]
You May Like
-
2 years ago
ସେପ୍ଟେମ୍ବର ୧୦ ଯାଏଁ ଜାରି ରହିବ ବିଏସକେୱାଇ
-
4 years ago
ଆଜିର ଖାସ୍ ଖବର
-
4 months ago
ଦଲାଲ କବଜା ରେ ଅନ୍ନଦାତା…
-
5 years ago
ଆଜିର ଖାସ୍ ଖବର ….


