ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ୪୩୪୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୬୮୮୮ରେ ପହଞ୍ଚିଛି । ଏଥିମଧ୍ୟରୁ ୩୮୮୧୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୫୭୨୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜି ରାଜ୍ୟରେ ୧୬ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୫୨କୁ ବୃଦ୍ଧି ପାଇଛି ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଲାଙ୍ଗିରରେ ଆସନ୍ତା ୨୫ରୁ ଅକ୍ଟୋବର ୧ ଯାଏଁ ଦୋକାନ ବଜାର ବନ୍ଦ ।

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ଦ୍ବାରା ଆସନ୍ତା ମାସରୁ ବିଦ୍ୟୁତ ଦର ବୃଦ୍ଧି ନିଷ୍ପତ୍ତିକୁ ସମାଲୋଚନା କରିଛି କଂଗ୍ରେସ। ଦଳୀୟ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, ବିଦ୍ୟୁତ ଦରବୃଦ୍ଧି ସମ୍ପୂର୍ଣ୍ଣ ଭାବେ ଅପରିଣାମଦର୍ଶୀ ଓ ଅମାନବୀୟ। ରାଜ୍ୟର ସବୁବର୍ଗର ଉପଭୋକ୍ତା ଏହି ଅଯୁକ୍ତିକର ଦରବୃଦ୍ଧି ବିରୋଧରେ ସ୍ବର ଉଠାଇବାକୁ ସେ ଅନୁରୋଧ କରିଛନ୍ତି।
କୋରାପୁଟ ଜିଲ୍ଲା କୋଟିଆରେ ହେଲିପ୍ୟାଡ୍ ନିର୍ମାଣ କରାଯିବ। ଏଥିନେଇ ଜାଗା ଚିହ୍ନଟ କରାଯାଇଛି। ସରକାରଙ୍କ ଠାରୁ ସବୁଜସଙ୍କେତ ମିଳିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ।
ଆଜି ସକାଳ ୬ଟା ୫୯ ମିନିଟ୍ ସମୟରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ ଘଟିଛି।
ସେପ୍ଟେମ୍ବର ୨୪ କିମ୍ବା ୨୫ରେ ମୌସୁମୀ ବାୟୁ ପଶ୍ଚିମ ରାଜସ୍ଥାନରୁ ପ୍ରତ୍ୟାବର୍ତନ ଆରମ୍ଭ କରିବ। ପରବର୍ତୀ ସମୟରେ ପଶ୍ଚିମ-ଉତ୍ତର ଭାରତ, ଉତ୍ତର ଓ କେନ୍ଦ୍ରୀୟ ଭାରତରୁ ଛାଡ଼ିବ।
ପାରାଦୀପ ମିଲିଟାରୀ ଇଞ୍ଜିନିୟର ସର୍ଭିସ କାର୍ଯ୍ୟାଳୟ ଉପରେ ସିବିଆଇର ଚଢ଼ାଉ । ଲାଞ୍ଚ ନେଉଥିବା ସମୟରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ । ତେବେ କନିଷ୍ଠ ଯନ୍ତ୍ରୀଙ୍କ ବାସଭବନ ସମେତ କାର୍ଯ୍ୟାଳୟରେ ଚଢ଼ାଉ କରିଥିବା ଜଣାପଡିଛି ।
ଭାରତରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୫୭,୩୨,୫୧୮ରେ ପହଞ୍ଚିଛି । ଏହା ମଧ୍ୟରୁ ୯୬୬୩୮୨ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୯୧୧୪୯ ରହିଛି । ତେବେ ମୋଟ ଆରୋଗ୍ୟ ସଂଖ୍ୟା ୪୬,୭୪୯,୮୭ରେ ପହଞ୍ଚିଛି ।
କୋଭିଡ ମହାମାରୀ ଦୃଷ୍ଟିରୁ ୭୮ବର୍ଷର ଇତିହାସରେ ପ୍ରଥମଥର ପାଇଁ ୧୩ଟି ପରିବର୍ତ୍ତନ ସହ ୧୦ଦିନ ଧରି ଚାଲିଥିବା ରାଜ୍ୟସଭାର ୨୫୨ତମ ଅଧିବେଶନରେ ସରକାର ଅନେକ ମହତ୍ତ୍ୱପୂର୍ଣ୍ଣ ବିଲ୍ ପାରିତ କରିବାରେ ସଫଳ ହୋଇଛନ୍ତି। ସେଥିମଧ୍ୟରୁ ୨୪ଟି ବିଲ୍କୁ ବିଜେଡି ସମର୍ଥନ କରିଥିବାବେଳେ ୨ଟି କୃଷି ବିଲ୍କୁ ବିରୋଧ କରିଥିଲା।
ଗୁଜୁରାଟର ସୁରଟରେ ଥିବା ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ (ONGC) ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ହେବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।
ସଂସଦରେ ପାରିତ କୃଷି ବିଲ୍କୁ କୃଷକ ବିରୋଧୀ ବୋଲି କହିଛି ଲୋକଶକ୍ତି ଅଭିଯାନର କେନ୍ଦ୍ରୀୟ କୃଷକ ସଂଘର୍ଷ ସମନ୍ବୟ ସମିତି। ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ସମିତି ଆସନ୍ତା ୨୫ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି।ଏହି ବନ୍ଦ ପାଳନକୁ ସଫଳ କରିବାକୁ ରାଜ୍ୟ କୃଷକ ସଂଗଠନ ସମନ୍ବୟ ସମିତି ଆବାହକ ଲିଙ୍ଗରାଜ, ଉପଦେଷ୍ଟା ମଣ୍ଡଳୀରେ ଥିବା ପ୍ରଫୁଲ୍ଲ ସାମନ୍ତରା ଓ ଦେବପ୍ରସାଦ ରାୟ ଆହ୍ବାନ ଦେଇଛନ୍ତି।
ଏନ୍ସିବି ୪ ଜଣ ଅଭିନେତ୍ରୀଙ୍କୁ ପଚରାଉଚରା ଲାଗି ଆଜି ସମନ୍ ଜାରି କରିଛି। ଏଥିରେ ରହିଛନ୍ତି ବଲିଉଡ୍ ରାଣୀ କୁହାଯାଉଥିବା ଅଭିନେତ୍ରୀ ଦୀପିକା ପାଦୁକୋଣ, ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର ଏବଂ ରକୁଲ୍ ପ୍ରୀତ୍ ସିଂହ। ସେହିଭଳି ଫ୍ୟାସନ ଡିଜାଇନର ସିମୋନ୍ କମ୍ଭାଟ୍ଟାଙ୍କୁ ମଧ୍ୟ ଏନ୍ସିବି ସମନ କରିଛି।
ମହାରାଷ୍ଟ୍ରରେ ଗତ ସୋମବାର ଭୁଶୁଡ଼ି ପଡ଼ିଥିବା ୩ ମହଲା କୋଠାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଥାଣେ ଜିଲ୍ଲାର ଭିୱଣ୍ଡିରେ ହୋଇଥିବା ଏହି କୋଠା ଭୁଶୁଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି । ଏଥି ସହିତ ଆହୁରି କିଛି ଲୋକଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।
ଉତ୍ତର ପ୍ରଦେଶର ବାରାଣସୀର ଝିଅ ଶିବାଙ୍ଗୀ ପ୍ରଥମ ମହିଳା ଭାବେ ରାଫେଲ ଲଢୁଆ ବିମାନ ଚଳାଇବେ ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଉଦଘାଟନ କରିବେ ୪୩ଟି ବ୍ରିଜ ।
ଭାରତ-ବ୍ରାଜିଲ-ଆର୍ଜେଣ୍ଟିନାକୁ ବିମାନ ଉଡାଣ ସେବା କଟକଣା ଲଗାଇଲା ସାଉଦୀ ଆରବ ।
