ଆଜିର ଖାସ୍ ଖବର

ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ୩୩୨୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୨୭୧୩ରେ ପହଞ୍ଚିଛି  । ୩୩୫୫୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୯୮୧୯୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି  

ରାଜ୍ୟରେ ଆଉ ୧୫ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯୦୭ ହୋଇଛି 

ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିଛି । ଆହୁରି ୩ ଦିନ ବର୍ଷା ଲାଗି ରହିବ । ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବା ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ।

ଦିବଂଗତ ରାଜନେତା ପ୍ରଦୀପ ମହାରଥୀଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଶେଷକୃତ୍ୟ

ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ନେତା ପ୍ରଦୀପ ମହାରଥୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ । ମହାରଥୀ ଜଣେ ବାସ୍ତବ ଜନନେତା ଥିଲେ-ମୁଖ୍ୟମନ୍ତ୍ରୀ

ଆଜିଠାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିଥିବା ବେଳେ ପ୍ରତିଦିନ ବନ୍ୟପ୍ରାଣୀ କର୍ତ୍ତୃପକ୍ଷ ୨୫୫୦ ଜଣ ପର୍ଯ୍ୟଟକଙ୍କୁ ବୁଲିବାକୁ ଅନୁମତି ମିଳିବ ।

ଭାରତ ରେ ୬୫,୪୯,୩୭୩ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୫୫୦୯୯୬୬ ଜଣ ସୁସ୍ଥ ହୋଇଛନ୍ତି । ବାକି ୧୦୧୭୮୨ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୩୭୬୨୫ ରହିଛି।

ବିହାର ନିର୍ବାଚନକୁ ନେଇ ଆଜି ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ।

ଚଳିତ ବର୍ଷ ମାର୍ଚ୍ଚରୁ ଅଗଷ୍ଟ ପର୍ଯ୍ୟନ୍ତ ମୋରାଟୋରିଅମ୍ ଅବଧିରେ ଗ୍ରାହକମାନଙ୍କୁ ସୁଧ ଉପର ସୁଧ ଛାଡ଼ କରିବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି ।  ଦୁଇ କୋଟି ଟଙ୍କାରୁ କମ୍ ମୂଲ୍ୟର ଋଣ ଉପରେ ସୁଧ ଉପରେ ଲାଗୁ ହେବାକୁ ଥିବା ସୁଧ ଛାଡ଼ କରାଯିବ। ଦୁଇ କୋଟି ଟଙ୍କାରୁ କମ୍ ମୂଲ୍ୟର ଏମ୍‌ଏସ୍‌ଏମ୍‌ଇ ଋଣ, ଶିକ୍ଷା ଋଣ, ଗୃହ ଋଣ, କଞ୍ଜ୍ୟୁମର ଡ୍ୟୁରେବଲ୍ ସାମଗ୍ରୀ କିଣିବା ପାଇଁ ଋଣ, କ୍ରେଡିଟ୍‌ କାର୍ଡ ଦେୟ ଦେବା ଲାଗି ନିଆଯାଇଥିବା ଋଣ, ଗାଡ଼ି ଋଣ ଓ ବ୍ୟକ୍ତିଗତ ଋଣ ଉପରେ ଏହି ସୁବିଧା ମିଳିବ।

ପାକିିସ୍ତାନ ପୁଣି ଖୋଲିଲା ତୀର୍ଥଯାତ୍ରୀଙ୍କ ଲାଗି କରତାରପୁର କରିଡର । କରତାରପୁର କରିଡରକୁ ପୁଣି ଥରେ ଖୋଲିବା ନେଇ କୋଭିଡ ପ୍ରଟୋକଲ ଅନୁସାରେ ନିଆଯିବ ଏବଂ କଟକଣା କୋହଳ କରାଯିବ । 

ସମଗ୍ର ବିଶ୍ୱରେ ୩ କୋଟି ୫୧ ଲକ୍ଷ ୨୨ ହଜାର ୨୮୧ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୧୦ ଲକ୍ଷ ୩୭ ହଜାର ୫୨୪ ଜଣଙ୍କର ମୃତ୍ୟୁ ହୋଇଛି । ୨ କୋଟି ୬୧ ଲକ୍ଷ ୧୭ ହଜାର ୨୪୧ ଜଣ ସୁସ୍ଥ ହୋଇଥିବା ବେଳେ ୭୯ ଲକ୍ଷ ୬୭ ହଜାର ୫୧୬ ଜଣ ଲୋକ ସକ୍ରିୟ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Oct 5 , 2020
ଆଜି ରାଜ୍ୟ ରେ ୩0ଟି ଜିଲାରୁ ୨୬୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୫୩୩୦ରେ ପହଞ୍ଚିଛି । ଏଥିମଧ୍ୟରୁ ୩୨୦୫୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୦୨୩୦୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ରାଜ୍ୟ ରେ ୧୭ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା […]

You May Like

Pin It on Pinterest