ଆଜିର ଖାସ୍ ଖବର

ଆଜି ରାଜ୍ୟ ରେ ୩0ଟି ଜିଲାରୁ ୨୬୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୫୩୩୦ରେ ପହଞ୍ଚିଛି । ଏଥିମଧ୍ୟରୁ ୩୨୦୫୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୦୨୩୦୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି ରାଜ୍ୟ ରେ ୧୭ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୨୪କୁ ବୃଦ୍ଧି ପାଇଛି । 

ଆସନ୍ତା ୯ତାରିଖରୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୧ରୁ ୧୩ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ଥିବା ପାଣିପାପାଗ କେନ୍ଦ୍ର ସୂଚନା ଦେଇଛି । 

ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ଖାଲି ଥିବା ସିଟ୍‌ଗୁଡ଼ିକରେ ନାମଲେଖା ଲାଗି ଆଜି ଅପରାହ୍ନ ୨ଟାରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ(ମେଧା ତାଲିକା) ତଥା କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବ।

ପଟୁମାଟିରେ ପୋତି ହୋଇଗଲାଣି ହୀରାକୁଦ ଡ୍ୟାମ । ପଟୁରେ ପୋତି ହୋଇଯାଉଛି ହୀରାକୁଦ ଜଳଭଣ୍ଡାର, କମୁଛି ଜଳଧାରଣ କ୍ଷମତା, ବଢ଼ୁଛି ବନ୍ୟା ଆଶଙ୍କା । 

ଲଘୁଚାପ ଜନିତ ବର୍ଷା ଯୋଗୁଁ ପୁଣି ଫୁଲୁଛି ଜଳକା। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି ।

ଭାରତରେ ୬୬,୨୩,୮୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୨୬୮୫ଜଣ ମୃତ୍ୟୁବରଣ କରିଛନ୍ତି। ଏହା ସହ ୫୫୮୬୭୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୩୪୪୨୭ ରହିଛି।

ବିହାର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ଜେଡିୟୁ

ବାହୁବଳୀ ଅଭିନେତ୍ରୀ ତମନ୍ନା ଭାଟିଆ କରୋନା ପଜିଟିଭ, ହାଇଦ୍ରାବାଦର ହସ୍ପିଟାଲରେ ଭର୍ତ୍ତି

ଚଳିତ ବର୍ଷ ଆୟୋଜିତ ହୋଇଥିବା ଜେଇଇ ଆଡଭାନ୍ସଡ ପରୀକ୍ଷାର ଫଳାଫଳ ଆଜି ଅର୍ଥାତ୍ ସୋମବାର ଦିନ ପ୍ରକାଶ ପାଇବ। 

ଦେଶର ୧୩୦ କୋଟି ଜନସଂଖ୍ୟା ମଧ୍ୟରୁ ପ୍ରାୟ ୨୫ କୋଟି ଲୋକଙ୍କୁ ଜୁଲାଇ ୨୦୨୧ ସୁଦ୍ଧା ସରକାର କୋଭିଡ୍‌ ଟିକା ଦେବାପାଇଁ ଯୋଜନା‌ କରୁଛନ୍ତି : ହର୍ଷବର୍ଦ୍ଧନ

ବିଶ୍ୱରେ ୩ କୋଟି ୫୩ ଲକ୍ଷ ୮୮ ହଜାର ୧୫୭ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୧୦ ଲକ୍ଷ ୪୧ ହଜାର ୫୩୭ ଜଣଙ୍କର ମୃତ୍ୟୁ ହୋଇଛି । ୨ କୋଟି ୬୬ ଲକ୍ଷ ୯ ହଜାର ୬୭୬ ଜଣ ସୁସ୍ଥ ହୋଇଥିବା ବେଳେ ୭୭ ଲକ୍ଷ ୩୬ ହଜାର ୯୪୪ ଜଣ ଲୋକ ସକ୍ରିୟ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Oct 6 , 2020
ଆଣ୍ଡାମାନରେ ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ । ଏହା ଘନୀଭୂତ ହେଲେ ଅକ୍ଟୋବର ଦ୍ବିତୀୟ ସପ୍ତାହ ବେଳକୁ ସାମୁଦ୍ରିକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଶ୍ରୀମନ୍ଦିର ଖୋଲିବା ଦାବିରେ ସିଂହଦ୍ୱାର ସମ୍ମୁଖରେ ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ତଥା ବରିଷ୍ଠ ସେବାୟତ ଦାମୋଦର ମହାସୁଆର ତାଙ୍କ ସହଯୋଗୀମାନଙ୍କ ସହ ଧାରଣାରେ ବସିଛନ୍ତି। ଓଡ଼ିଶାରେ ରାଜ୍ୟ ବାହାର ଗାଡ଼ି ପାଇଁ କଟକଣା । ଏହି ଗାଡ଼ିଗୁଡ଼ିକ ଓଡ଼ିଶା […]

You May Like

Pin It on Pinterest