ଆଜିର ଖାସ୍ ଖବର

ସଙ୍ଗୀତ ସଂଯୋଜକ ତାରାକାନ୍ତ ପଣ୍ଡାଙ୍କ ପରଲୋକ । ତାଙ୍କ ସୁଗାର ପରିମାଣ ବଢ଼ିବା ସହ ଫୁସ୍‌ଫୁସ୍‌ ସଂକ୍ରମଣ ହୋଇଥିଲା । 

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷର ପ୍ରଥମ ଅର୍ଦ୍ଧବାର୍ଷିକ ଓଡ଼ିଆ ଭାଷା ପରୀକ୍ଷା (ଅ‌ଷ୍ଟମ ଷ୍ଟାଣ୍ଡାର୍ଡ) ଓ ଏକକ ଓଡ଼ିଆ ଭାଷା ପରୀକ୍ଷା(ଦଶମ ଷ୍ଟାଣ୍ଡାର୍ଡ) ଚଳିତ ମାସ ୧୨ତାରିଖ ଦିନ ରାଜ୍ୟର ୨୩ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ।

ଘୂର୍ଣ୍ଣିବଳୟ ପ୍ରଭାବରେ ସ୍ୱଳ୍ପ ବର୍ଷା ସମ୍ଭାବନା, କିନ୍ତୁ ୧୧ରୁ ବଢ଼ିବ ବର୍ଷାର ପ୍ରକୋପ ।

ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୬୭,୫୭,୧୩୧ ରେ ପହଞ୍ଚିଛି । ଏହା ମଧ୍ୟରୁ ୯୦୭୮୮୩ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧୦୪୫୫୫କୁ ବୃଦ୍ଧି ପାଇଛି । ତେବେ ଆରୋଗ୍ୟ ସଂଖ୍ୟା ୫୭୪୪୬୯୩ରେ ପହଞ୍ଚିଛି ।

ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ପାଇଁ ସ୍ପେଶାଲ ଇନଭେଷ୍ଟିଗେଶନ ଟିମ (ଏସଆଇଟି) ଆଜି ନିଜର ରିପୋର୍ଟ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଦାଖଲ କରିପାରେ ।

ତାମିଲନାଡୁର ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ କେ ପାଲାନିସ୍ୱାମୀ, ଘୋଷଣା କଲା ଏଆଇଏଡିଏମକେ

ଜମ୍ମୁ କଶ୍ମୀରର ସୋପିଆ ଜିଲ୍ଲାରେ ଆଜି ଭୋର ସକାଳୁ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଉପରେ ଆଜି ବମ୍ବେ ହାଇକୋର୍ଟ ରାୟ ପ୍ରକାଶ କରିବେ। 

ଏଣିକି ରେଳବାଇର ରିଜରର୍ଭେସନ ଚାର୍ଟ (ସଂରକ୍ଷଣ ତାଲିକା) ଟ୍ରେନ ଛାଡ଼ିବାର ୩୦ ମିନିଟ ପୂର୍ବରୁ ପ୍ରସ୍ତୁତ ହେବ ।

ଚୀନ ସହଯୋଗରେ ‘ପିଓକେ’ର ୩ଟି ସ୍ଥାନରେ ମିସାଇଲ ମୁତୟନ କରିଛି ପାକିସ୍ତାନ

ବିଶ୍ୱରେ କରୋନା ଭାଇରସ ମହାମାରୀ ଯୋଗୁଁ ୧୦ ଲକ୍ଷ ୫୪ ହଜାର ଲୋକଙ୍କର ମୃତ୍ୟୁ ହୋଇଛି । କୋଭିଡ-୧୯ ଯୋଗୁଁ ବିଶ୍ୱରେ ୩ କୋଟି ୬୦ ଲକ୍ଷ ୨୭ ହଜାର ୬୮୪ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨ କୋଟି ୭୧ ଲକ୍ଷ ୩୦ ହଜାର ୬୯୩ ଜଣ ସୁସ୍ଥ ହୋଇଛନ୍ତି । ତେବେ ୭୮ ଲକ୍ଷ ୪୩ ହଜାର ୪୯ ଜଣ ଲୋକ ସକ୍ରିୟ ଅଛନ୍ତି । 

ଚଳିତ ବର୍ଷ ଶେଷ ସୁଦ୍ଧା ଆସିପାରେ କରୋନା ଟିକା :ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍  ।

ପଦାର୍ଥ ବିଜ୍ଞାନ ବିଭାଗର ନୋବେଲ୍‌ ପୁରସ୍କାର ୨୦୨୦ ପାଇଁ ଯୁଗ୍ମ ଭାବେ ୩ ଜଣଙ୍କ ନାମ ଘୋଷଣା କରାଯାଇଛି । ବିଶ୍ୱର ସର୍ବୋଚ୍ଚ ପୁରସ୍କାର ପାଇବା ପାଇଁ ପଦାର୍ଥ ବିଜ୍ଞାନରେ ରୋଜର ପେନ୍‌ରୋଜ୍‌, ରେନ୍‌ହାର୍ଡ ଜେଞ୍ଜେଲ୍‌ ଓ ଆଣ୍ଡ୍ରିଆ ଘେଜ୍‌ ମନୋନୀତ ହୋଇଛନ୍ତି । ମହାକାଶରେ ବ୍ଲାକ ହୋଲ୍‌ ସମ୍ବନ୍ଧରେ ଗବେଷଣା ପାଇଁ ଏହି ପୁରସ୍କାର ଦିଆଯାଉଛି ।

ବିଶ୍ୱର ପ୍ରସିଦ୍ଧ ଗୀତାର ବାଦକ ଇଡ୍ଡି ଭ୍ୟାନ୍ ହାଲେନଙ୍କ ୬୫ ବର୍ଷ ବୟସରେ ପରଲୋକ । ସେ କ୍ୟାନସରରେ ପୀଡ଼ିତ ଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Oct 9 , 2020
ଆସନ୍ତା ୧୧ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ କୁହାଯାଇଛି। ଆସନ୍ତା ୧୨ ତାରିଖରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୨୦ର ଅନଲାଇନ୍‌ କାଉସେଲିଂ ପ୍ରକ୍ରିୟା ଆରମ୍ଭ ହେବ ।  ଆସନ୍ତା ନଭେମ୍ବର ୩ରେ କରୋନା କଟକଣା ମଧ୍ୟରେ ବାଲେଶ୍ୱର ସଦର ଓ ତିର୍ତୋଲରେ ହେବ ମତଦାନ । ବରିଷ୍ଠ ପୁଲିସ ଅଧିକାରୀ ଜନ୍ ନାୟକଙ୍କ ଗୁରୁବାର ରାତିରେ କୋଭିଡ୍‌-୧୯ ଆକ୍ରାନ୍ତ […]

You May Like

Pin It on Pinterest