ଆଜିର ଖାସ୍ ଖବର

ଆସନ୍ତା ୧୧ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ କୁହାଯାଇଛି।

ଆସନ୍ତା ୧୨ ତାରିଖରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୨୦ର ଅନଲାଇନ୍‌ କାଉସେଲିଂ ପ୍ରକ୍ରିୟା ଆରମ୍ଭ ହେବ । 

ଆସନ୍ତା ନଭେମ୍ବର ୩ରେ କରୋନା କଟକଣା ମଧ୍ୟରେ ବାଲେଶ୍ୱର ସଦର ଓ ତିର୍ତୋଲରେ ହେବ ମତଦାନ

ବରିଷ୍ଠ ପୁଲିସ ଅଧିକାରୀ ଜନ୍ ନାୟକଙ୍କ ଗୁରୁବାର ରାତିରେ କୋଭିଡ୍‌-୧୯ ଆକ୍ରାନ୍ତ ହୋଇ ପରଲୋକ ଘଟିଛି । 

ଭାରତରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୯,୦୬,୧୫୧ ରେ ପହଞ୍ଚିଛି । ଏହା ମଧ୍ୟରୁ ୮୯୩୫୯୨ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧୦୬୪୯୦କୁ ବୃଦ୍ଧି ପାଇଛି । ମୋଟ ଆରୋଗ୍ୟ ସଂଖ୍ୟା ୫୯୦୬୦୬୯ରେ ପହଞ୍ଚିଛି  

କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ଦେହାନ୍ତ, ସମ୍ମାନର ସହ ରାଷ୍ଟ୍ରୀୟ ଶୋକ ଘୋଷଣା । 

ଆରବିଆଇ ରେପୋ ରେଟ୍ ରେ କୌଣସି ପରିବର୍ତ୍ତନ କରିନାହିଁ, ଆରଟିଜିଏସ ଡିସେମ୍ବରରୁ ଯେ କୌଣସି ସମୟରେ ବ୍ୟବହାର କରିହେବ

ବିଶ୍ୱରେ ୩ କୋଟି ୬୭ ଲକ୍ଷ ୩୫ ହଜାର ୫୦୨ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୧୦ ଲକ୍ଷ ୬୬ ହଜାର ୩୪୫ ଜଣଙ୍କର ମୃତ୍ୟୁ ହୋଇଛି । ୨ କୋଟି ୭୬ ଲକ୍ଷ ୩୦ ହଜାର ୩୮୧ ଜଣ ସୁସ୍ଥ ହୋଇଥିବା ବେଳେ ୮୦ ଲକ୍ଷ ୩୮ ହଜାର ୭୭୬ ଜଣ ଲୋକ ସକ୍ରିୟ ଅଛନ୍ତି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କର ପ୍ରତିନ୍ଦ୍ୱନ୍ଦୀ ଜୋ ବିଡେନଙ୍କ ମଧ୍ୟରେ ଅକ୍ଟୋବର ୧୫ରେ ହେବାକୁ ଥିବା ଦ୍ୱିତୀୟ ରାଷ୍ଟ୍ରପତି ବିତର୍କକୁ ନେଇ ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇପାରି ନାହିଁ । ଟ୍ରମ୍ପଙ୍କୁ କରୋନା ହୋଇଥିବାରୁ ଆୟୋଜକ ବିତର୍କକୁ ଭର୍ଚ୍ୟୁଆଲ ମାଧ୍ୟମରେ ଆୟୋଜନ କରିବାକୁ ଚାହୁଁଛନ୍ତି । ହେଲେ ଟ୍ରମ୍ପ ବିତର୍କରେ ଅଂଶଗ୍ରହଣ କରିବାକୁ ମନା କରିଦେଇଛନ୍ତି ।

ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଆମେରିକା କବୟିତ୍ରୀ ଲୁଇସ୍  ଗ୍ଲକଙ୍କୁ ଚଳିତବର୍ଷ ନୋବଲେ ପୁରସ୍କାର ପ୍ରଦାନ କରାଯିବ। 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Oct 11 , 2020
ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ୨୫୪୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୨୨୩୯ରେ ପହଞ୍ଚିଛି । ଏଥିମଧ୍ୟରୁ ୨୬୮୯୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୨୪୨୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  ଆଜି ରାଜ୍ୟରେ ୧୬ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୨୨କୁ ବୃଦ୍ଧି ପାଇଛି […]

You May Like

Pin It on Pinterest