ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ୨୫୪୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୨୨୩୯ରେ ପହଞ୍ଚିଛି । ଏଥିମଧ୍ୟରୁ ୨୬୮୯୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୨୪୨୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜି ରାଜ୍ୟରେ ୧୬ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୨୨କୁ ବୃଦ୍ଧି ପାଇଛି ।
ଆଜି ଡିପ୍ରେସନ୍ରେ ପରିଣତ ହେବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ୨୪ ଘଣ୍ଟା ମଧ୍ୟରେ ଏହା ଡିପ୍ ଡିପ୍ରେସନ୍ର ପରିଣତ ହେବ । ଏହାର ପ୍ରଭାବରେ ଆଜିଠୁ ୧୪ ଯାଏ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ ।

ରାଜ୍ୟର ସବୁ ଜିଲ୍ଲାରେ କୋଭିଡ କମିଟି ଗଠନ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ।
ଭାରତରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୭୦,୫୩,୮୦୭ ରେ ପହଞ୍ଚିଛି । ଏହା ମଧ୍ୟରୁ ୮୬୭୪୯୬ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧୦୮୩୩୪କୁ ବୃଦ୍ଧି ପାଇଛି । ତେବେ ମୋଟ ଆରୋଗ୍ୟ ସଂଖ୍ୟା ୬୦୭୭୯୭୬ରେ ପହଞ୍ଚିଛି ।
୭୮ ବର୍ଷ ବୟସରେ ପାଦ ଥାପିଲେ ଅମିତାଭ ବଚ୍ଚନ।
ଆଜି ପ୍ରଧାନମନ୍ତ୍ରୀ ମୋଦୀ ଶୁଭାରମ୍ଭ କରିବେ ପ୍ରପର୍ଟି କାର୍ଡ, ଲକ୍ଷାଧିକ ଲୋକଙ୍କୁ ମିଳିବ ଲାଭ ।
ଚୀନ୍ର ମୁକାବିଲା ପାଇଁ ଭାରତର ବଡ଼ ଯୋଜନା,୩୫ ଦିନରେ ୧୦ କ୍ଷେପଣାସ୍ତ୍ର ପରୀକ୍ଷା ।
ଭାରତର ଉତ୍ତର ସୀମାରେ ଚୀନ ୬୦ ହଜାର ସୈନିକ ମୁତୟନ କରିଛି :ଆମେରିକୀୟ ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓ।
ବିଶ୍ୱରେ ୩ କୋଟି ୭୪ ଲକ୍ଷ ୫୦ ହଜାର ୧୪୮ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୧୦ ଲକ୍ଷ ୭୭ ହଜାର ୨୧୮ ଜଣଙ୍କର ମୃତ୍ୟୁ ହୋଇଛି । ୨ କୋଟି ୮୧ ଲକ୍ଷ ୧୫୧ ଜଣ ସୁସ୍ଥ ହୋଇଥିବା ବେଳେ ୮୨ ଲକ୍ଷ ୭୨ ହଜାର ୭୭୯ ଜଣ ଲୋକ ସକ୍ରିୟ ଅଛନ୍ତି ।
