ବାସ୍ତବ ବ୍ୟୁରୋ-ଶୀତ ଏବଂ ପର୍ବର ଋତୁ ପାଖେଇ ଆସୁଥିବା ଦେଖି ନୀତି ଆୟୋଗ ଚେତାବନୀ ଦେଇଛନ୍ତି ଯେ ଦେଶରେ କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗର ବିପଦ ରହିଛି।ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗ ସଦସ୍ୟ ତଥା ମହାମାରୀ ନିୟନ୍ତ୍ରଣ ବିଶେଷଜ୍ଞ କମିଟି ମୁଖ୍ୟ ଭି କେ ପଲ୍ଏ ହି ଚେତାବନୀ ଦେଇ ଛନ୍ତି |
ନ୍ୟାସନାଲ କୋଭିଡ -୧୯ ଟାସ୍କ ଫୋର୍ସର ମୁଖ୍ୟ ଡ।ପଲ୍ କହିଛନ୍ତି, ଯେହେତୁ ଆମର ସ୍ୱାସ୍ଥ୍ୟ ବ୍ୟବସ୍ଥା ବର୍ତ୍ତମାନ ଏହାର ମୁକାବିଲା ପାଇଁ ପ୍ରସ୍ତୁତ,ଏଥିପାଇଁ ମୃତ୍ୟୁ ହାର ବହୁତ କମିବାରେ ଲାଗିଛି ଆଗକୁ ମଧ୍ୟ କମ୍ ହେବ।ତେବେ ଭାରତ ସମ୍ପ୍ରତି ଉତ୍ତମ ସ୍ଥିତିରେ ରହିଥିଲେ ହେଁ ଅଦ୍ୟାବଧି ୯୦ ପ୍ରତିଶତ ଦେଶବାସୀ ସଂକ୍ରମଣଶୀଳ ରହିଥିବାରୁ ଆମକୁ ଆହୁରି ଅନେକ କିଛି କରିବାକୁ ହେବ ବୋଲି ସେ କହିଛନ୍ତି।
ସେହିପରି ଯୁରୋପୀୟ ଦେଶଗୁଡ଼ିକରେ ଶୀତଋତୁ ଆସୁ ଆସୁ କୋଭିଡ୍ ସଂକ୍ରମିତ ମାମଲା ବଢ଼ିଥିବାରୁ, ଭାରତରେ ମଧ୍ୟ ଆଗାମୀ ଶୀତଦିନେ ଅନୁରୂପ ଭାବେ କୋଭିଡ୍ର ଦ୍ବିତୀୟ ଢେଉ ଆଶଙ୍କାକୁ ଟାଳିଦେଇ ହେବନାହିଁ ବୋଲି ପଲ୍ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ , ପର୍ବ ସମୟରେ ଲୋକମାନେ ସମାବେଶରେ ଯୋଗଦେବା ଉଚିତ ନୁହେଁ | ଏକତ୍ର ହେଲେ ଏହା ଏକ ସୁପର ସ୍ପ୍ରେଡର୍ ଇଭେଣ୍ଟ (ଦ୍ରୁତ କରୋନା ବିସ୍ତାର ଇଭେଣ୍ଟ) ରେ ପରିଣତ ହୋଇପାରେ |
ସେ କହିଛନ୍ତି, “ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ କୋଭିଡ -୧୯ ରୋଗୀ ଲକ୍ଷଣ ଆରମ୍ଭ ହେବାର ୨ -୩ ଦିନ ପୂର୍ବରୁ ଜୀବାଣୁ ବିସ୍ତାର କରିବା ଆରମ୍ଭ କରି ଦେଇଛନ୍ତି। ଏପରି ପରିସ୍ଥିତିରେ ଯଦି ସେମାନେ ଏକ ସମାବେଶର ଅଂଶ ହୁଅନ୍ତି, ତେବେ ସେମାନେ ଏହି ରୋଗକୁ ଅନେକ ଲୋକଙ୍କ ନିକଟରେ ବିସ୍ତାର କରିବେ।
ପ୍ରଦୂଷଣ ଯୋଗୁଁ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି।
ଏହି ସମୟରେ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆଗାମୀ , ଶୀତ ଋତୁ ଓ ପର୍ବ କୁ ନଜର ରଖି , ଅର୍ଥନୀତିର ସଦୁପଯୋଗ କରି କରୋନା ବିସ୍ତାର ନହେବା ପାଇଁ ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ଜରୁରୀ ।
