ଆଜିର ଖାସ୍ ଖବର

ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ୧୯୦୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୨୨୫୦ରେ ପହଞ୍ଚିଛି । ଏଥିମଧ୍ୟରୁ ୨୧୪୫୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୪୯୫୭୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ଆଜି ରାଜ୍ୟରେ ୧୬ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୬୮କୁ ବୃଦ୍ଧି ପାଇଛି ।

ଆସନ୍ତା ନଭେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ ଯୁକ୍ତ୨ ଅପ୍ସନାଲ ପରୀକ୍ଷା ଆୟୋଜିତ ହେବ । ଛାତ୍ରୀଛାତ୍ରମାନେ ରାଜ୍ୟର ୫୬ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ।

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଜବାନଙ୍କୁ ଏକ ବଡ଼ ସଫଳତା ମିଳିଛି। ମାଲକାନଗିରି ଜିଲା ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରୁ ବିଏସଏଫ ଜବାନଙ୍କ ଦ୍ୱାରା ୭ଟି ଅଫୁଟା ବୋମା ଓ ଲ୍ୟାଣ୍ଡମାଇନ ଜବତ କରିଛି ।

ବିହାର ନିର୍ବାଚନ ପାଇଁ ଆଜି ପ୍ରଚାର ଶୋଭାଯାତ୍ରାରେ ଯୋଗଦେବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗୀ ଆଦିତ୍ୟନାଥଙ୍କ ପ୍ରଥମ ସାଧାରଣ ସଭା ଅକ୍ଟୋବର 20ରେ ସକାଳ 11 ଟାରୁ ରାମଗଡ ବିଧାନସଭାରେ ଅନୁଷ୍ଠିତ ହେବ।

ପୂର୍ବ ଲଦ୍ଦାଖରେ ଚୀନ ସହିତ ଉତ୍ତେଜନା ମଧ୍ୟରେ ଭାରତ ମାଲବାର ନୌସେନା ଅଭ୍ୟାସରେ ଅଷ୍ଟ୍ରେଲିଆକୁ ସାମିଲ କରିବାକୁ ଘୋଷଣା କରିଛି ।

ଏଥର ମାଲବାର ନୌସେନା ଅଭ୍ୟାସ ଚଳିତ ବର୍ଷ ଶେଷ ସୁଦ୍ଧା ବଙ୍ଗୋପସାଗରରେ ଆୟୋଜନ କରାଯିବ । ଏଥିରେ ଭାରତ ଆମେରିକା ଓ ଜାପାନ ବ୍ୟତୀତ ଅଷ୍ଟ୍ରେଲିଆର ନୌସେନାକୁ ସାମିଲ କରିବା ଲାଗି ଔପଚାରିକ ଭାବେ ନିମନ୍ତ୍ରଣ ପଠାଯାଇଛି । 

ବିଶ୍ୱରେ ୪ କୋଟି ୬ ଲକ୍ଷ ୨୯ ହଜାର ୩ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୧୧ ଲକ୍ଷ ୨୨ ହଜାର ୭୩୪ ଜଣଙ୍କର ମୃତ୍ୟୁ ହୋଇଛି । ୩ କୋଟି ୩୩ ଲକ୍ଷ ୯ ହଜାର ୭୯୬ ଜଣ ସୁସ୍ଥ ହୋଇଥିବା ବେଳେ ୯୧ ଲକ୍ଷ ୬୬ ହଜାର ୪୭୩ ଜଣ ଲୋକ ସକ୍ରିୟ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭର୍ମିକମ୍ପୋଷ୍ଟ ବା ଜିଆଖତ ଉତ୍ପାଦନ ଏକ ଲାଭଦାୟକ ବ୍ୟବସାୟ।

Tue Oct 20 , 2020
  ଭର୍ମିକମ୍ପୋଷ୍ଟବା ଜିଆଖତ ଉତ୍ପାଦନ ଓ ବ୍ୟବସାୟ ବହୁତ ଲାଭଦାୟକ….. |ଏହା ବହୁତ କମ୍ ବିନିଯୋଗ ଆବଶ୍ୟକ କରେ ତେଣୁ ଷ୍ଟାର୍ଟଅପ୍ କୃଷି ବ୍ୟବସାୟ ପାଇଁ ଲାଭଦାୟକ ବିବେଚନା କରାଯାଇଥାଏ | ଉତ୍ପାଦନ ପ୍ରକ୍ରିୟାର ସଠିକ୍ ଜ୍ଞାନ ଦ୍ୱାରା ଆପଣ କେବଳ ଏହି ବ୍ୟବସାୟ ଆରମ୍ଭ କରିପାରିବେ | ଭର୍ମିକମ୍ପୋଷ୍ଟ ବା (ଜିଆଖତ) ରେ ଜଳ-ଦ୍ରବଣୀୟ ପୋଷକ ତତ୍ତ୍ୱ ରହିଥାଏ ଏବଂ ଏହା ଏକ ବହୁତ ଭଲ, ପୁଷ୍ଟିକର ସମୃଦ୍ଧ […]

You May Like

Pin It on Pinterest