
ବାସ୍ତବ ବ୍ୟୁରୋ-ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁ) ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡ୍ରୋମ ଗ୍ରେୟସ୍ ଚେତାବନୀ ଦେଇଛନ୍ତି ଯେ ବିଶ୍ୱ କରୋନା ମହାମାରୀ କରାଳ ପରିସ୍ଥିତିରେ ଗତି କରୁଛି ।ଆଗାମୀ ମାସରେ କରୋନା ଭୂତାଣୁ ପରିସ୍ଥିତିକୁ ଆହୁରି ଭୟାବହ କରିପାରେ ।
ଟେଡ୍ରୋସ୍ କହିଛନ୍ତି “ଆମେ ଏହି ମହାମାରୀର ଏକ ଭୟାନକ ପର୍ଯ୍ୟାୟରେ ଅଛୁ,” । ବିଶେଷ କରି ଉତ୍ତର ହେମ୍ପଶାୟାରରେ । ଆଗାମୀ କିଛି ମାସ ବହୁତ କଷ୍ଟକର ହେବାକୁ ଯାଉଛି । ସେ କହିଥିଲେ ଯେ କିଛି ଦେଶର ସ୍ଥିତି ବହୁତ ଗମ୍ଭୀର । “ପରିସ୍ଥିତିର ମୁକାବିଲା କରିବା ଏବଂ ପୁନର୍ବାର ବିଦ୍ୟାଳୟ ବନ୍ଦ କରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ ପ୍ରତେକ ଦେଶର ମୁଖ୍ୟ ଙ୍କୁ ଅନୁରୋଧ କରୁଛୁ,”ବୋଲି ସେ କହିଛନ୍ତି । “



