ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ୧୪୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୨୬୯୫ରେ ପହଞ୍ଚିଛି । ଏଥିମଧ୍ୟରୁ ୧୭୨୮୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୬୪୧୦୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜି ରାଜ୍ୟରେ ୧୪ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୫୯କୁ ବୃଦ୍ଧି ପାଇଛି ।
କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ଓ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଆଜି ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଓ ଏଥିସହ ୧୦ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି ।
ଆଜି ମହାମାୟା ଜଗତଜନନୀ ମା ଦୁର୍ଗାଙ୍କ ବିଜୟାଦଶମୀ ।
ଦଶହରା ଓ ବିଜୟାଦଶମୀ ଅବସରରେ ମହାପ୍ରଭୁଙ୍କୁ ସୁନାବେଶ ବା ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଯିବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ଚନ୍ଦନ ଲାଗି ନୀତି କରାଯିବ ।
ଆଜି ବିଜୟା ଦଶମୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।
ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଶ୍ରୀମନ୍ଦିରରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ।ଆସନ୍ତା ମାସ ହେବାକୁ ଥିବା ନାଗାର୍ଜୁନ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୭୯,୦୯,୯୬୦ଜଣ କରୋନା ସଂକ୍ରମିତ ହୋଇଛନ୍ତି । ସେହିପରି କରୋନାରୁ ୭୧,୩୭,୨୨୯ଜଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି । ମୋଟ କରୋନାର ଆକ୍ଟିଭ୍ କେସ୍ ୯,୫୩,୭୧୭ ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୧୯,୦୧୪ରେ ପହଞ୍ଚିଛି ।
ରାଜଧାନୀ ଦିଲ୍ଲୀର ବାୟୁରେ ବିଷାକ୍ତ ପଦାର୍ଥ କମ ହେଉ ନାହିଁ । ଦିଲ୍ଲୀର ଅଧିକାଂଶ ଅଂଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ସ୍ତର ଖରାପ ଶ୍ରେଣୀରେ ପହଂଚିଛି ।
ଭାରତ ଓ ଆମେରିକା ମଧ୍ୟରେ ଦିଲ୍ଲୀରେ ହେବାକୁ ଥିବା ଟୁ ପ୍ଲସ ଟୁ ମନ୍ତ୍ରୀ ସ୍ତରୀୟ ବୈଠକରେ ଅଂଶଗ୍ରହଣ କରିବା ଲାଗି ଆମେରିକା ବିଦେଶ ସଚିବ ମାଇକ ପୋମ୍ପିଓ ଓ ପ୍ରତିରକ୍ଷା ସଚିବ ମାର୍କ ଟି ଆସ୍ପର ଆଜି ଦିଲ୍ଲୀ ପହଂଚିବେ ।
ବିଶ୍ୱରେ ୪ କୋଟି ୩୩ ଲକ୍ଷ ୨୩ ହଜାର ୩୯୦ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ୧୧ ଲକ୍ଷ ୫୮ ହଜାର ୮୦୭ ଜଣଙ୍କର ମୃତ୍ୟୁ ହୋଇଛି । ସଂକ୍ରମଣରୁ ୩ କୋଟି ୧୮ ଲକ୍ଷ ୯୭ ହଜାର ୮୬ ଜଣ ସୁସ୍ଥ ହୋଇଥିବା ବେଳେ କୋଟିଏ ୨୬ ଲକ୍ଷ ୭ ହଜାର ୪୯୭ ଜଣ ଲୋକ ସକ୍ରିୟ ଅଛନ୍ତି ।