ବାସ୍ତବବ୍ୟୁରୋ: ୨୮ /୧୦: ସୁପ୍ରିମକୋର୍ଟଙ୍କ ବଡ ଝଟକା ଲାଗିଛି ପଳାତକ ବିଜୟ ମାଲ୍ୟାଙ୍କୁ। ସର୍ବୋଚ୍ଚ ଅଦାଲତ ଗତ ସୋମବାର ବିଜୟ ମାଲ୍ୟାଙ୍କ ୟୁନାଇଟେଡ୍ ବ୍ରିଓ୍ୱେରିଜ୍ ହୋଲ୍ଡିଂ ଲିମିଟେଡ୍ ଦ୍ୱାରା କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନକୁ ଖାରଜ କରିଦେଇଛନ୍ତି । କିଙ୍ଗଫିସର ଏୟାରଲାଇନ୍ସ ବକେୟାକୁ ଭରଣ ପାଇଁ କମ୍ପାନୀକୁ ବନ୍ଦ କରିବା ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା ।
ଜଷ୍ଟିସ୍ ୟୁୟୁ ଲଳିତଙ୍କ ଖଣ୍ଡପୀଠକୋର୍ଟରେ ଶୁଣାଣି ବେଳେ, କମ୍ପାନୀକୁ ଆଶ୍ୱସ୍ତି ପ୍ରଦାନ କରିବାକୁ ମନା କରିଦେଇଥିଲେ । ସେହିପରି ଏସବିଆଇର ବରିଷ୍ଠ ଅଧିବକ୍ତା ମୁକୁଲ ରୋହତଗୀ କହିଥିଲେ ଯେ, ମାଲ୍ୟାଙ୍କଠାରୁ ୩୬୦୦ କୋଟିର ସମ୍ପତ୍ତି ଜବତ ହୋଇଛି । ଏବେ ଆହୁରି ୧୧ ହଜାର କୋଟି ଟଙ୍କା ଭରଣା କରାଯିବ ।
ସେ ଆହୁରିମଧ୍ୟ ଦାବି କରିଛନ୍ତି ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କମ୍ପାନୀର ସମ୍ପତ୍ତି ବାବଦରେ ଘୋଷଣା କରିବା ଅଧିକାର ନାହିଁ । କାରଣ ଏବେ ଏସବୁ ବ୍ୟାଙ୍କର ସମ୍ପତ୍ତି । ସୂଚନାଯୋଗ୍ୟ,୨୦୧୮ ଫ୍ରେବୁଆରି ରେ କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୭୦୦୦ କୋଟି ହେଉଛି ୟୁବିଏଚଏଲର ବକେୟା ଅର୍ଥ ।