ଆଜିର ଖାସ୍ ଖବର

୧୯୯୯ ମହାବାତ୍ୟାକୁ ପୁରିଲା ୨୧ ବର୍ଷ । ସେଦିନ ମହାବାତ୍ୟାକୁ ଦେଖିଥିବା ଲୋକଙ୍କ ମନରୁ ଆଜି ପର୍ଯ୍ୟନ୍ତ ଲିଭିନି ସେହି ହୃଦୟ ବିଦାରକ ଦୃଶ୍ୟ । 

ଓଡିଶା ସିଭିଲ୍‌ ସର୍ଭିସ୍‌ (ଓସିଏସ୍‌)ର ମୁଖ୍ୟ ପରୀକ୍ଷା ଆସନ୍ତା ଡିସେମ୍ବର ୭ ତାରିଖରୁ ଆରମ୍ଭ ହେବ।

ଗତକାଲି ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାପରେ ଆଜି ବାଲେଶ୍ୱର ଉପ ନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର ବା ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

ଆସନ୍ତା ନଭେମ୍ବର ତୃତୀୟ ସପ୍ତାହରେ ବିଧାନସଭାର ଶୀତ ଅଧିବେଶନ ବସିବ । 

ଭଦ୍ରକରେ ଲକ୍ଷ୍ମୀପୂଜା ଓ ପ୍ରସିଦ୍ଧ କାଳୀପୂଜା ପାଇଁ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଛି । କୋଭିଡ଼ ନିୟମ ଭାଙ୍ଗିଲେ ୧ଲକ୍ଷ ଟଙ୍କା ଜରିମାନା

ଆପୋଲୋ ହସ୍ପିଟାଲରେ ପୋଷ୍ଟ କୋଭିଡ୍‌ ରିକଭରି କ୍ଲିନିକର ଶୁଭାରମ୍ଭ ହୋଇଛି। କରୋନାରୁ ସୁସ୍ଥ ହେଉଥିବା ଅନେକ ରୋଗୀଙ୍କ ପରବର୍ତୀ ସମୟରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି। ଏହି ବ୍ୟକ୍ତିମାନଙ୍କ ପାଇଁ ପୋଷ୍ଟ ରିକଭରି କ୍ଲିନିକ୍‌ ସହାୟକ ହେବ। 

ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ଲକ୍ଷ ୪୦ ହଜାର ୨୦୩କୁ ବୃଦ୍ଧି ପାଇଛି । ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୦ ହଜାର ୫୨୭ ଛୁଇଁଛି । ମୋଟ୍ ସୁସ୍ଥ ସଂଖ୍ୟା ୭୩ ଲକ୍ଷ ୧୫ ହଜାର ୯୮୯କୁ ବୃଦ୍ଧି ପାଇଛି ।  ଏବେ ଦେଶରେ ଚିକିତ୍ସାଧୀନ ଅଛନ୍ତି ୬ ଲକ୍ଷ ୩ ହଜାର ୬୮୭ ସଂକ୍ରମିତ ।

କୌଣସି ନାଗରିକଙ୍କର ଖର୍ଚ୍ଚ ଭରଣା କରିବାର ଦକ୍ଷତା ନୁହେଁ, ବରଂ ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଥିଲେ ତାଙ୍କୁ ସରକାରଙ୍କ ତରଫରୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ଯୋଗାଇ ଦିଆଯାଇଥାଏ : ସୁପ୍ରିମ୍‌କୋର୍ଟ । 

ଭାରତ ବିପକ୍ଷ ଦିନିକିଆ ଏବଂ ଟି -20 ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରିଛି । 18 ସଦସ୍ୟ ବିଶିଷ୍ଟ ଦଳରେ 21 ବର୍ଷୀୟ ଅଲରାଉଣ୍ଡର କ୍ୟାମରନ୍ ଗ୍ରୀନଙ୍କୁ ନୂଆମୂହଁ ଭାବେ ଏକ ସୁଯୋଗ ଦିଆଯାଇଛି | 

ବିଶ୍ୱରେ ୪ କୋଟି ୪୭ ଲକ୍ଷ ୩୯ ହଜାର ୯୧୬ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୧୧ ଲକ୍ଷ ୭୮ ହଜାର ୫୨୭ ଜଣଙ୍କର ମୃତ୍ୟୁ ହୋଇଛି । ୩ କୋଟି ୨୭ ଲକ୍ଷ ୨ ହଜାର ୬୪ ଜଣ ସୁସ୍ଥ ହୋଇଥିବା ବେଳେ କୋଟିଏ ୮ ଲକ୍ଷ ୫୯ ହଜାର ୩୨୫ ଜଣ ଲୋକ ସକ୍ରିୟ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନଭେମ୍ବର ୫ ସୁଦ୍ଧା ମିଳିବ "ମୋରାଟୋରିଅମ୍"ର କ୍ୟାସବ୍ୟାକ(ଶେଷରେ ଆର୍ ବି ଆଇ ମାନିଲା)

Thu Oct 29 , 2020
ବାସ୍ତବ ବ୍ୟୁରୋ-ଦିୱାଲୀ ପୂର୍ବରୁ ମିଳିବ “ମୋରାଟୋରିଅମ୍”ର କ୍ୟାସବ୍ୟାକ୍ |୬ ମାସ ଋଣର”ମୋରାଟୋରିଅମ୍” ଅବଧି ମଧ୍ୟରେ, ବ୍ୟାଙ୍କଗୁଡିକ ଦ୍ଵାରା ଧାର୍ଯ୍ୟ ହୋଇଥିବା ସୁଧ ଉପରେ ସୁଧ ନଭେମ୍ବର ୫ ସୁଦ୍ଧା ଆପଣଙ୍କ ଆକାଉଣ୍ଟକୁ ଫେରସ୍ତ କରାଯିବ। ଏହାର ଆଦେଶ ଆରବିଆଇ ପକ୍ଷରୁ ଜାରି କରାଯାଇଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ସମେତ ସମସ୍ତଋଣ ପ୍ରଦାନକାରୀ ସଂସ୍ଥା ଠାରୁ ମାର୍ଚ୍ଚ ୧ ତାରିଖରୁ ୬ ମାସ […]

You May Like

Pin It on Pinterest