ନଭେମ୍ବର ୫ ସୁଦ୍ଧା ମିଳିବ “ମୋରାଟୋରିଅମ୍”ର କ୍ୟାସବ୍ୟାକ(ଶେଷରେ ଆର୍ ବି ଆଇ ମାନିଲା)

ବାସ୍ତବ ବ୍ୟୁରୋ-ଦିୱାଲୀ ପୂର୍ବରୁ ମିଳିବ “ମୋରାଟୋରିଅମ୍”ର କ୍ୟାସବ୍ୟାକ୍ |
୬ ମାସ ଋଣର”ମୋରାଟୋରିଅମ୍” ଅବଧି ମଧ୍ୟରେ, ବ୍ୟାଙ୍କଗୁଡିକ ଦ୍ଵାରା ଧାର୍ଯ୍ୟ ହୋଇଥିବା ସୁଧ ଉପରେ ସୁଧ ନଭେମ୍ବର ୫ ସୁଦ୍ଧା ଆପଣଙ୍କ ଆକାଉଣ୍ଟକୁ ଫେରସ୍ତ କରାଯିବ। ଏହାର ଆଦେଶ ଆରବିଆଇ ପକ୍ଷରୁ ଜାରି କରାଯାଇଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ସମେତ ସମସ୍ତଋଣ ପ୍ରଦାନକାରୀ ସଂସ୍ଥା ଠାରୁ ମାର୍ଚ୍ଚ ୧ ତାରିଖରୁ ୬ ମାସ ବିଳମ୍ବ ଅବଧି ପାଇଁ ୨ କୋଟି ଟଙ୍କା ପର୍ଯ୍ୟନ୍ତଋଣୀ ଙ୍କ ଠାରୁ ଆଦାୟ କରିଥିବା ସୁଧ । ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଯଦି ଆପଣ ଘର ଋଣ , ଶିକ୍ଷା ଋଣ, ବ୍ୟକ୍ତିଗତ ଋଣ କିମ୍ବା ଯେକୌଣସି ପ୍ରକାର ଋଣ ନେଇଛନ୍ତି |ଯାହାର ପରିମାଣ ୨ କୋଟି ଟଙ୍କାରୁ କମ୍, ଏବଂ କରୋନା ସଙ୍କଟ ସମୟରେ ଆପଣ ଦେଇଥିବେ କିମ୍ବା ଦେଇ ନାହାଁନ୍ତି | ଦିୱାଲୀ ପୂର୍ବରୁ ସରକାର ଧାର୍ଯ୍ୟ ସୁଧ ଉପରେ ସୁଧ ଫେରସ୍ତ କରିବେ।

କିନ୍ତୁ ବର୍ତ୍ତମାନ ପ୍ରଶ୍ନଟି ସମସ୍ତଙ୍କ ମନରେ ଉଙ୍କି ମାରୁଚି ଯେ ସେମାନେ କେତେ ଫେରସ୍ତ ପାଇବେ | ସରଳ ଭାବରେ କହିବାକୁ ଗଲେ, ୬ ମାସ (ମାର୍ଚ୍ଚ-ଅଗଷ୍ଟ) ମଧ୍ୟରେ ଦିଆଯାଇଥିବା କମ୍ପାଉଣ୍ଡ୍ ସୁଧ ଏବଂ ସରଳ ସୁଧ ଯାହା ବି ପାର୍ଥକ୍ୟ ଆପଣଙ୍କୁ ଫେରାଇ ଦିଆଯିବ, ସହଜ ଭାଷାରେ କ୍ୟାସବ୍ୟାକ୍ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସଞ୍ଜୟ ସିଂଙ୍କ ବଡ ଆକ୍ରମଣ- 'ମାୟା କେବଳ ଗୋଟିଏ ଆସନ ପାଇଁ, ଦଳିତଙ୍କ ଅତ୍ୟାଚାର ଉପରେ ନୀରବ...

Fri Oct 30 , 2020
ୟୁପିରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୈତିକ ଉତ୍ତେଜନା ପରେ ରାଜନୀତି ଏକ ନୂଆ ମୋଡ଼ ନେଇଛି। ବିଏସପି ସୁପ୍ରିମୋ ମାୟାବତୀ କହିଛନ୍ତି ଯେ ଆଗାମୀ ଏମଏଲସି ନିର୍ବାଚନରେ ​​ସମାଜବାଦୀ ପାର୍ଟିକୁ ପରାସ୍ତ କରିବାକୁ ସେ କାହା ସହବି ହାତ ମିଳାଇ ପାରିବେ। ଏହି ସମୟରେ, ଆମ୍ ଆଦମୀ ପାର୍ଟି (AAP) ମଧ୍ୟ ଏହି ଯୁଦ୍ଧକୁ ଡେଇଁପଡିଛି | ଦଳର ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂ ଅଭିଯୋଗ କରିଛନ୍ତି […]

You May Like

Pin It on Pinterest