କୋଟିପତି ମହିଳା ଭିକାରୀ ….ଏବେ ପୁଲିସି ହେପାଜତରେ…


ଲୋଭ ମଣିଷକୁ କେଉଁ ସ୍ତରକୁ ନେଇଯାଏ, ତାହାର ବହୁ ଉଦାହରଣ ଆମ ଚାରିପାଖରେ ଘୁରି ବୁଲୁଚି |ଆଜି ଆମେ ଏମିତି ଜଣେ ଲୋଭି ମହିଳାଙ୍କ, ବିଷୟରେ ଜାଣିବା|ଇଜିପ୍ଟରେ ଗିରଫ ହୋଇଥିବା ଜଣେ କୋଟିପତି ମହିଳା ଭିକାରୀ, ଗିରଫର କାରଣ ଜାଣି ଆଶ୍ଚର୍ଯ୍ୟ ହେବେ |
ଏପରି ଭିକାରୀ ବିଷୟରେ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ଯିଏ ଅନେକ ଅଟ୍ଟାଳିକାର ମାଲିକ ଏବଂ କୋଟି କୋଟି ବ୍ୟାଙ୍କ୍ ବାଲାନ୍ସ ଅଛି | ହଁ, ଇଜିପ୍ଟରେ ଏପରି ଜଣେ ମହିଳା ଭିକାରୀ ଅଛନ୍ତି ଯିଏ ୫ଟି କୋଠାର ମାଲିକ ଏବଂ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩ ମେଣ୍ଟ ପାଉଣ୍ଡ ଅର୍ଥାତ୍ ପ୍ରାୟ ୧ .୪ କୋଟି | ଇଜିପ୍ଟ ପୋଲିସ ଦ୍ୱାରା ୫୭ ବର୍ଷିୟ ଭିକାରୁଣୀ ଙ୍କୁ ଗିରଫ କରାଯାଇଛି।

ସେ ପକ୍ଷାଘାତର ବାହାନା କରି ଭିକ ମାଗୁଥିଲେ|
ନାଫିସା ନାମକ ଜଣେ ମହିଳା ହ୍ୱିଲ ଚେୟାରରେ ବୁଲୁଥିଲେ ଏବଂ ତାଙ୍କୁ ପକ୍ଷାଘାତ ରୋଗ (ଶାରୀରିକ ପକ୍ଷାଘାତ) ବୋଲି କହି ଭିକ୍ଷା ମାଗୁଥିଲେ।
ଗଲ୍ଫ ନ୍ୟୁଜ୍ ୱେବସାଇଟ୍ ଲେଖିଛି ଯେ ଏହି ମହିଳା ଦେଶର ଅନେକ ପ୍ରଦେଶରେ ହ୍ୱିଲ୍ ଚେୟାରରେ ବୁଲି ଭିକ ମାଗୁଥିଲେ ।

ପରେ ପୋଲିସ ଜାଣିବାକୁ ପାଇଲା ଯେ ନାଫିସା କୌଣସି ରୋଗରେ ପୀଡିତ ନୁହଁନ୍ତି ଏବଂ ତାଙ୍କର ୨ ଟି ବ୍ୟାଙ୍କ ଆକାଉଣ୍ଟରେ ୩ ମିଲିୟନ ଇଜିପ୍ଟ ପାଉଣ୍ଡ ଅଛି। କେବଳ ଏତିକି ନୁହେଁ, ଗାରବିଆ ଏବଂ କାଲୁବିଆରେ ତାଙ୍କର ୫ ଟି ଆବାସିକ କୋଠା ମଧ୍ୟ ଅଛି |
ଅଧିକ ଅନୁସନ୍ଧାନ ପାଇଁ ନାଫିସାଙ୍କୁ ନାୟୀକବିଚାରାଳୟ କୁ ପଠାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Nov 3 , 2020
୧ – ଉପନିର୍ବାଚନ ୨୦୨୦ : ୧୦ ଟି ରାଜ୍ୟରେ ୫୪ ଟି ବିଧାନସଭା ଆସନରେ ଆଜି ଉପନିର୍ବାଚନ , ଏମପି -ୟୁପି ରେ ସମସ୍ତଙ୍କ ନଜର | ୨ – ବିହାର ବିଧାନସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟରେ ୯୪ ଟି ଆସନରେ ମତଦାନ, ତେଜସ୍ୱୀ ଯାଦବଙ୍କ ସମେତ ୪ ଜଣ ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା | ୩ – ଡିସି ବନାମ ଆରସିବି ହାଇଲାଇଟ୍: ବାଙ୍ଗାଲୋର ଦିଲ୍ଲୀକୁ ପରାସ୍ତ […]

You May Like

Breaking News

Pin It on Pinterest