ଇଭିଏମ ରେ କଏଦ୍ ହେଲା ବାଲେଶ୍ୱର ଓ ତିର୍ତ୍ତୋଲ ର ଭାଗ୍ୟ ଭବିଷ୍ୟତ …..

ବାସ୍ତବବ୍ୟୁରୋ : ରାଜ୍ୟମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀଙ୍କ ପକ୍ଷରୁ ଜାରି ସୂଚନା ଅନୁଯାଇ , ଆଜି ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ସନ୍ଧ୍ୟା ୬ଟା ସୁଦ୍ଧା ମତଦାନ ଶେଷ ହୋଇଛି। ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୭୦.୦୪ ପ୍ରତିଶତ ମତଦାନ‌ ହୋଇଛି। ତିର୍ତ୍ତୋଲରେ ଏହା ୬୯.୯ ପ୍ରତିଶତ ଓ ବାଲେଶ୍ୱର ସଦରରେ ମତଦାନ ହାର ୭୧ ପ୍ରତିଶତ ରହିଛି।

ସନ୍ଧ୍ୟା ୫ଟା ସୁଦ୍ଧା ଏହି ଦୁଇନନିର୍ବାଚ ମଣ୍ଡଳୀରେ ମୋଟ୍‌ ୬୮.୦୮ ପ୍ରତିଶତ ମତଦାନ‌ ହୋଇଥିଲା । ବାଲେଶ୍ୱର ସଦରରେ ମତଦାନ ହାର ୬୮.୧୯ ପ୍ରତିଶତ ରହିଥିବା ବେଳେ ତିର୍ତ୍ତୋଲରେ ଏହା ୬୭.୯୭ ପ୍ରତିଶତ ଥିଲା। ସେହିପରି ଅପରାହ୍ଣ ୩ଟା ସୁଦ୍ଧା ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ମୋଟ୍ ୫୫.୦୪ ପ୍ରତିଶତ ମତଦାନ ହୋଇଥିଲା । ବାଲେଶ୍ବର ସଦରରେ ମତଦାନ ହାର ୫୪.୮୫ ପ୍ରତିଶତ ରହିଥିବା ବେଳେ ତିର୍ତ୍ତୋଲରେ ଏହା ୫୫.୨୩ ପ୍ରତିଶତ ଥିଲା। ସେହିପରି ଦିନ ୧ଟା ସୁଦ୍ଧା ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୪୦.୫୧% ମତଦାନ ହୋଇଥିଲା। ଏଥିମଧ୍ୟରୁ ବାଲେଶ୍ୱରରେ ୪୧.୩୬% ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୩୯.୬୮% ମତଦାନ ହାର ଥିଲା।

ଆଜି ଦିନ ୩ଟା ସୁଦ୍ଧା ତିର୍ତ୍ତୋଲରେ ୫୫.୨୩ ପ୍ରତିଶତ ମତଦାନ ହୋଇଥିଲା। ରଘୁନାଥପୁର ବ୍ଳକରେ ୫୬.୯୯ ପ୍ରତିଶତ ବିରିଡି ବ୍ଲକରେ ୫୩.୯୬ ପ୍ରତିଶତ,ଓ ତିର୍ତ୍ତୋଲ ବ୍ଲକରେ ୫୪.୮୯ ପ୍ରତିଶତ ଜନତା ଭୋଟ ଦେଇଥିଲେ। ସେହିପରି ପୂର୍ବାହ୍ନ ୧୧ଟା ସୁଦ୍ଧା ବାଲେଶ୍ୱର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୨୬.୨୪ ପ୍ରତିଶତ ମତଦାନ ହୋଇଥିଲା। କେବଳ ତିର୍ତ୍ତୋଲରେ ୨୪.୯୩% ମତଦାନ ହୋଇଥିଲା। ଏଥିମଧ୍ୟରୁ ବିରିଡ଼ି ବ୍ଲକରେ ୨୨.୯୩%, ରଘୁନାଥପୁର ବ୍ଲକରେ ୨୫.୬୩% ଓ ତିର୍ତ୍ତୋଲ ବ୍ଲକରେ ୨୫.୭୭% ମତଦାନ ହୋଇଥିଲା ବୋଲି ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀ ସୂଚନା ଦେଇ କହିଛନ୍ତି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ହାଇଦ୍ରାବାଦ ବିଜୟ ରେ କୋଲକାତାର ଆଶା ଧୂଳିସାଥ୍....

Tue Nov 3 , 2020
ହାଇଦ୍ରାବାଦ ବିଜୟ ଦ୍ୱାରା କୋଲକାତାର ଆଶା ଧୂଳିସାଥ, SRH ମୁମ୍ବାଇକୁ ପ୍ଲେ ଅଫରେ ପରାସ୍ତ କରିଛି | ମଙ୍ଗଳବାର ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ 10 ୱିକେଟରେ ପରାସ୍ତ କରି ସନରାଇଜର୍ସ ହାଇଦ୍ରାବାଦ ଏହାକୁ ପ୍ଲେ ଅଫରେ ସ୍ଥାନ ଦେଇଛି। ହାଇଦ୍ରାବାଦର ବିଜୟ ସହିତ କୋଲକାତା ନାଇଟ୍ ରାଇଡର୍ସ ପ୍ଲେ ଅଫ୍ ଦ race ଡ଼ରୁ ବାଦ ପଡିଥିଲେ। ୱାର୍ଣ୍ଣର (85 ଆଉଟ୍ ନୁହେଁ) ଏବଂ ସାହା (58 […]

You May Like

Pin It on Pinterest