ଆଜିର ଖାସ୍ ଖବର

ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୬୪୦୦ ଭୋଟରେ ଆଗୁଆ ରହିଥିବା ଜଣାଯାଇଛି। 

ରାଜ୍ୟରେ ୨୯ ଟି ଜିଲ୍ଲାରୁ ୯୮୭ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୦୩ ହଜାର ୭୮୦ କୁ ବୃଦ୍ଧି ପାଇଛି ।

ଆଜି ରାଜ୍ୟରେ ୧୩ ଜଣ ରୋଗୀଙ୍କ ଜୀବନ ନେଇଛି ମହାମାରୀ କରୋନା. ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧, ୪୫୪ରେ ପହଞ୍ଚିଛି ।

ଓଡିଶାରେ ଆଜି ୬ଟି ସହରର ତାପମାତ୍ରା ୧୨ ଡିଗ୍ରୀ ସେଲ୍‌ସିଅସ ତଳେ ରହିଛି   ।  ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରୀ ସହ ସୋନପୁର ଆଜି ବି ରାଜ୍ୟର ସବୁଠୁ ଥଣ୍ଡା ସହର ରହିଛି  ।  ଆଜି ଦାରିଙ୍ଗବାଡ଼ି ୯.୫, ଫୁଲବାଣୀ ୯.୮, କୋରାପୁଟ ୧୦.୬ ଡିଗ୍ରୀ, ଅନୁଗୁଳ ୧୦.୮, ଭବାନୀପାଟଣାରେ ତାପମାତ୍ରା ୧୧ ଡିଗ୍ରୀ, କଟକରେ ୧୬.୪ ଓ ଭୁବନେଶ୍ବରରେ ତାପମାତ୍ରା ୧୭.୪ ଡିଗ୍ରୀ ରହିଛି   । 

ଡିସେମ୍ବର ୧ରୁ କୋଣାର୍କ ଉତ୍ସବ । 

ମଧ୍ୟପ୍ରଦେଶରେ ୨୮ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ୧୮ଟି ଆସନରେ ବିଜେପି ଆଗୁଆ । 

ଉତ୍ତରପ୍ରଦେଶ (ୟୁପି) ବିଧାନସଭାର ୭ଟି ଆସନ ପାଇଁ ହୋଇଥିବା ଉପନିର୍ବାଚନର ଭୋଟ ଗଣତି ଆଜି ସକାଳୁ ଆରମ୍ଭ ହୋଇଛି। ଗଣତିର ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ ଭାରତୀୟ ଜନତା ପାର୍ଟି (ବିଜେପି) ୪ଟି ଆସନରେ ଆଗୁଆ ରହିଥିଲା ବେଳେ ଅନ୍ୟ ୩ଟି ଆସନରେ ପଛୁଆ ରହିଛି।

Best Sellers in Kindle Store
ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର ....

Wed Nov 11 , 2020
ବାସ୍ତବବ୍ୟୁରୋ :ବିହାରରେ ବିଜେପି ଏବଂ ନୀତୀଶ କୁମାର ବାଜିମାତ, ତେଜସ୍ୱୀଙ୍କ ଆରଜେଡି ସବୁଠୁ ବଡ଼ ଦଳ | ବିହାର ନିର୍ବାଚନ ଫଳାଫଳ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ବିହାର ବିଶ୍ୱକୁ ଗଣତନ୍ତ୍ରର ପ୍ରଥମ ଶିକ୍ଷା ଦେଇଛି। ଗଣତନ୍ତ୍ର କିପରି ଶକ୍ତିଶାଳୀ ହୁଏ ଆଜି ବିହାର ପୁଣିଥରେ ବିଶ୍ୱକୁ କହିଛି। ବିହାରର ଲୋକମାନେ ହୋଲିଜିମ୍, ଜାତିବାଦ ଏବଂ ପ୍ରସନ୍ନ ରାଜନୀତିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି: ଅମିତ […]

You May Like

Pin It on Pinterest