ଆଜିର ଖାସ୍ ଖବର

ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ୯୮୬କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୫୯୮୬ରେ ପହଞ୍ଚିଛି । ଏଥିମଧ୍ୟରୁ ୧୧୯୭୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୯୨୪୭୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି ରାଜ୍ୟରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୮୩କୁ ବୃଦ୍ଧି ପାଇଛି ।

 ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଛି । ଶୁକ୍ରବାରଠୁ ବଢିବ ଶୀତ

ଆସନ୍ତା ନଭେମ୍ବର ୨୭ରେ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ପତିତପାବନ ।

ଆସନ୍ତା ୨୦ ତାରିଖରୁ ବସୁଛି ରାଜ୍ୟ ବିଧାନସଭା ଅଧିବେଶନ । ଏହାର ଅବ୍ୟବହିତ ପୂର୍ବରୁ ଆଜି ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ଆଜି ଅପରାହ୍ନ ୫.୩୦ରେ ଏହି ବୈଠକ ବସିବ 

ଦେଶରେ ୪୭ ହଜାର ୯୦୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬ ଲକ୍ଷ ୮୩ ହଜାର ୯୧୭ରେ ପହଞ୍ଚିଛି ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୮୦ ଲକ୍ଷ ୬୬ ହଜାର ୫୦୨ ଜଣ। କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୮ ହଜାର ୧୨୧ରେ ପହଞ୍ଚିଛି। ଏବେ ସକ୍ରିୟ ଅଛନ୍ତି ୪ ଲକ୍ଷ ୮୯ ହଜାର ୨୯୪ ଜଣ।

ସୁପ୍ରିମକୋର୍ଟ ବାୟୁ ପ୍ରଦୂଷଣ ଉପରେ ଅଙ୍କୁଶ ଲଗାଇବା ପାଇଁ କାଳୀପୂଜା ଅବସରରେ ପଶ୍ଚିମବଙ୍ଗରେ ବାଣ ବିକ୍ରି ଓ ଏହାର ବ୍ୟବହାର ନେଇ କଟକଣା ଲଗାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, କରୋନା ଭାଇରସ ମହାମାରୀ ସମୟରେ ଜୀବନ ବଂଚାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ । 

ଆଜି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ବିପ୍ରହର ୧୨.୩୦ରେ ଏକ ପ୍ରେସ୍ କନଫରେନ୍ସ ସମ୍ବୋଧିତ କରିବେ। ଅର୍ଥ ମନ୍ତ୍ରୀ ଆଉ ଏକ ରିଲିଫ ପ୍ୟାକେଜ ଘୋଷଣା କରିବେ। ଏହି ପ୍ୟାକେଜରେ ଅର୍ଥମନ୍ତ୍ରୀ ରୋଜଗାର ବଢ଼ାଇବା ଉପରେ ଗୁରୁତ୍ବ ଦେବେ। ସେ ଅର୍ଥବ୍ୟବସ୍ଥାକୁ ଲାଇନରେ ଆଣିବା ପାଇଁ ୧.୫ହଜାର କୋଟି ଟଙ୍କାର ପ୍ରୋତ୍ସାହନ ଘୋଷଣା କରି ପାରନ୍ତି।

ଆସନ୍ତା 16 ତାରିଖ ଦିନ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତିଶ କୁମାର

ଆଇପିଏଲ ପରେ ୟୁଏଇରୁ ଅଷ୍ଟ୍ରେଲିଆ ଗସ୍ତରେ ବାହାରିଲେ ଭାରତୀୟ କ୍ରିକେଟ ଟିମ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କ୍ୟାମ୍ପସରେ ସନ୍ଧ୍ୟା 6:30 ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ। 

ପୂର୍ବ ଲଦାଖର ସୋ-ଚୁସୁଲ୍ ଅଞ୍ଚଳରେ ଥିବା  ପାଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରୁ ତିନି ପର୍ଯ୍ୟାୟରେ ସୈନ୍ୟ ଅପସାରଣ କରିବା ନିମନ୍ତେ ଭାରତ ଓ ଚୀନ ରାଜି ‌ହୋଇଛନ୍ତି

ବିଶ୍ୱରେ କରୋନା ଲାଗି ୫ କୋଟି ୨୪ ଲକ୍ଷ ୧୮ ହଜାର ୨୦୦ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୨ ଲକ୍ଷ ୮୮ ହଜାର ୭୮୭ ଜଣଙ୍କର ମୃତ୍ୟୁ ହୋଇଛି   ୩ କୋଟି ୬୬ ଲକ୍ଷ ୬୩ ହଜାର ୫୭୮ ଜଣ ସୁସ୍ଥ ହୋଇଥିବା ବେଳେ କୋଟିଏ ୪୪ ଲକ୍ଷ ୬୫ ହଜାର ୮୩୫ ଜଣ ଲୋକ ସକ୍ରିୟ ଅଛନ୍ତି

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାହୁଲ ଜଣେ ଅପରିପକ୍ୱ ଛାତ୍ର -ବାରାକ ଓବାମା....

Fri Nov 13 , 2020
ଆଜିକାଲି ବାରାକ ଓବାମାଙ୍କ ନୂତନ ପୁସ୍ତକ ‘ପ୍ରତିଜ୍ଞା ଭୂମି'(Promised Land) ବିଷୟରେ ଆଲୋଚନା ହେଉଛି। କୌତୁହଳର ବିଷୟ ହେଉଛି, ଓବାମାଙ୍କ ନୂତନ ପୁସ୍ତକରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମ୍ବଧରେ ମଧ୍ୟ ଉଲ୍ଲେଖ କରିଛନ୍ତି।ଆଜିକାଲି ବାରାକ ଓବାମାଙ୍କ ନୂତନ ପୁସ୍ତକ ‘ପ୍ରତିଜ୍ଞା ଭୂମି’ ବିଷୟରେ ଆଲୋଚନା ହେଉଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଏହା ପୂର୍ବରୁ ‘ମୋ ପିତାଙ୍କ ସ୍ୱପ୍ନ’, ‘ଆଶାର ଅଦାସିଟି’ […]

You May Like

Pin It on Pinterest