ଆଜି ରାଜ୍ୟରେ ୨୯ଟି ଜିଲ୍ଲାରୁ ୧୦୧୮କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୭୦୦୪ରେ ପହଞ୍ଚିଛି । ଏଥିମଧ୍ୟରୁ ୧୧୭୧୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୯୩୭୪୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜି ରାଜ୍ୟରେ ୧୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୯୫କୁ ବୃଦ୍ଧି ପାଇଛି ।
ଆଜିଠୁ ବଢିବ ଶୀତ,ରାତିର ତାପମାତ୍ରା ୩-୪ ଡିଗ୍ରୀ ସେଲସିୟସ୍ ଖସିପାରେ:ପାଣିପାଗ ବିଭାଗ ।
ଚଳିତ ବର୍ଷ ପୁରୀ ସିଂହଦ୍ୱାର ଆଗରେ ଜଳିବନି କାଉଁରିଆ କାଠି । ଧୂଆଁ ଯୋଗୁଁ ପ୍ରଦୂଷଣ ଓ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଏଭଳି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ ୧୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।
ପୁରୀକୁ ବିଶ୍ଵସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ନିମନ୍ତେ ରାଜ୍ୟ କ୍ୟାବିନେଟ ୪ଟି ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିଛି। ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର,ମହୋଦଧି ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ଓ ମୂଷାନଦୀ ପୁନରୁଦ୍ଧାରର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ୪୬୧କୋଟି ୫୦ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।
ଦୀପୋତ୍ସବରେ ଝଲସିଲା ଅଯୋଧ୍ୟାନଗରୀ, ଆଜି ପହଂଚିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଆମିଷ, ପନିପରିବା ହେଲା ମହଙ୍ଗା । ଅକ୍ଟୋବର ମାସର ମୁଦ୍ରାସ୍ଫୀତି ରିପୋର୍ଟ ଅନୁଯାୟୀ ଦରଦାମ ୧୮.୭୦ ପ୍ରତିଶତ ବୃଦ୍ଧି ପାଇଛି।
ପ୍ୟାରିସ ପିସ ଫୋରମକୁ ଭର୍ଚୁଆଲ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆତଙ୍କବାଦ ବିରୋଧରେ ଏକଜୁଟ ହୁଅନ୍ତୁ ବିଶ୍ୱବାସୀ । ଆତଙ୍କବାଦ ସହିତ ଲଢ଼େଇ ଜାରି ରଖିଥିବା ଫ୍ରାନ୍ସକୁ ସମର୍ଥନ ଜଣାଇଛି ଭାରତ ।
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭ ଲକ୍ଷ ୨୮ ହଜାର ୭୯୫ ଲକ୍ଷକୁ ବୃଦ୍ଧି ପାଇଛି ।ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରୁ ୮୧ ଲକ୍ଷ ୧୫ ହଜାର ୫୮୦ ରୋଗୀ ସୁସ୍ଥ ହୋଇଛନ୍ତି। ଏହା ମଧ୍ୟରୁ ୪,୮୪,୫୪୭ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧,୨୮,୬୬୮ କୁ ବୃଦ୍ଧି ପାଇଛି ।
କରୋନା ଭାଇରସ ଭାକସିନର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ୪ କୋଟି ଡୋଜ୍ ପ୍ରସ୍ତୁତ କରିସାରିଛି । କମ୍ପାନୀ ଅକ୍ସଫୋର୍ଡ-ଆଷ୍ଟ୍ରାଜେନକାର ଭାକସିନ୍ କୋଭିସିଲ୍ଡର ଉତ୍ପାଦନ କରୁଛି ।



