ବାସ୍ତବ ବ୍ୟୁରୋ-ଶୁକ୍ରବାର ଦିନ ଉତ୍ତର କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ଥିବା ତିନୋଟି ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରିଛି। ପାକିସ୍ତାନ ଅସ୍ତ୍ରବିରତି ନିୟମ ଉଲ୍ଲଂଘନରେ ଭାରତୀୟ ସେନାର ତିନିଜଣ ଯବାନ ସହିଦ ହୋଇଥିବା ବେଳେ ଗୁଳି ବିନିମୟରେ ତିନିଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି। ପାକିସ୍ତାନ ତରଫରୁ ହୋଇଥିବା ଏହି ଅସ୍ତ୍ରବିରତି ଉଲ୍ଲଂଘନକୁ ଭାରତୀୟ ସେନା ଉପଯୁକ୍ତ ଉତ୍ତର ଦେଇଛି । ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ସେନା ପାକିସ୍ତାନର ଅନେକ ବଙ୍କର୍, ଲଞ୍ଚ ପ୍ୟାଡ୍ କ୍ଷଣିକ ମଧ୍ୟରେ ନଷ୍ଟ କରିଦେଇଛି। ଏହା ସହ ୭ରୁ ୮ଜଣ ପାକ୍ ଯବାନ ନିହତ ହୋଇଥିବା ସୂଚନା ମିଳିଛି ।
ପାକିସ୍ତାନୀ ବଙ୍କର୍ ଏକ ମୁହୂର୍ତ୍ତରେ ନଷ୍ଟ ହୋଇଗଲା, ଭିଡିଓ ଦେଖନ୍ତୁ |
ଭିଡିଓରେ ଏହା ସ୍ପଷ୍ଟ ହୋଇଛି ଯେ ପାକିସ୍ତାନର ଏହି ଘୃଣ୍ୟ କାର୍ଯ୍ୟକୁ ଭାରତୀୟ ସେନା ଉପଯୁକ୍ତ ଉତ୍ତର ଦେଇଛି। ଭିଡିଓରେ, ପାକିସ୍ତାନୀ ବଙ୍କରଗୁଡିକ କିଛି କ୍ଷଣରେ ଧ୍ବଂସ ହୋଇଥିବାର ଦେଖାଯାଉଛି |
ସୁନାନୁଯାୟୀ, ଆଜି ପାକିସ୍ତାନ ସେନା ପକ୍ଷରୁ ମଧ୍ୟାହ୍ନରେ ଉରି ଠାରୁ ଗୁରେଜ ସେକ୍ଟର ଯାଏ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଆକ୍ରମଣ କରାଯାଇଥିଲା। ସେହିପରି କେରନ ସେକ୍ଟର ନିକଟରେ ପାକିସ୍ତାନ ଗୁଳି ମାଡ଼ କରି ଭାରତକୁ ଆତଙ୍କବାଦୀଙ୍କୁ ପଠାଇବାକୁ ପ୍ରୟାସ କରିଥିଲା। ହେଲେ ସୁରକ୍ଷାକର୍ମୀ ପାକିସ୍ତାନର ସବୁ ଉଦ୍ୟମକୁ ପଣ୍ଡ କରି ଦେଇଥିଲା।



