କାର୍ଯ୍ୟକାରୀ ହେଲା ବହୁ ଚର୍ଚ୍ଚିତ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ-୨୦୨୦…

ବାସ୍ତବବ୍ୟୁରୋ : ବିଶ୍ବବିଦ୍ୟାଳୟ ସ୍ତରରେ ଗୁଣାତ୍ମକ ଶିକ୍ଷା, ଅଧ୍ୟାପକ ନିଯୁକ୍ତିରେ ସ୍ବଚ୍ଛତା, ଉତ୍ତମ ଶୈକ୍ଷିକ ବାତାବରଣ, ଚୟନ ସଂସ୍ଥାଙ୍କ ଦ୍ବାରା କର୍ମଚାରୀ ନିଯୁକ୍ତିକୁ ସୁନିଶ୍ଚିତ କରିବା ନେଇ ସରକାର, ବହୁ ଚର୍ଚ୍ଚିତ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ-୨୦୨୦ ଲାଗୁ କରିଛନ୍ତି ।ପ୍ରକାଶଥାଉକି, ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) ବିଲ୍‌-୨୦୨୦ ବିଧାନସଭାର ଗତ ମୌସୁମୀ ଅଧିବେଶନରେ ବହୁ ବିତର୍କ ପରେ ଗୃହରେ ପାରିତ ହୋଇଥିଲା। ଏ ନେଇ ବିଧିବଦ୍ଧ ଭାବେ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ନୂଆ ଆଇନ କାର୍ଯ୍ୟକାରୀ ହୋଇଛି। ଏ ନେଇ ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ଶାସନ ସଚିବ ୧୩ଟି ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ସେହି ବିଶ୍ବବିଦ୍ୟାଳୟଗୁଡ଼ ହେଲା, ଉତ୍କଳ ବିଶ୍ବବିଦ୍ୟାଳୟ, ରେଭନ୍‌ସା ବିଶ୍ବବିଦ୍ୟାଳୟ,ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ, ଫକିର ମୋହନ ବିଶ୍ବବିଦ୍ୟାଳୟ,ସମ୍ବଲପୁର ବିଶ୍ବବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ, ଜି.ଏମ୍‌ ବିଶ୍ବବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ।ଓକଳାହାଣ୍ଡି ବିଶ୍ବବିଦ୍ୟାଳୟ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର ....

Sun Nov 15 , 2020
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ପ୍ରକାଶିତ ସଂଶୋଧିତ ବିଜ୍ଞପ୍ତି ଅନୁଯାୟୀ ନଭେମ୍ବର ୧୭ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସ୍ନାତକ ମାର୍କକୁ ସାମ୍‌ସ ପୋଟ୍ରାଲ୍‌ରେ ଅପ୍‌ଲୋଡ୍‌କରିପାରିବେ। ସଅଁରାପଡ଼ା କୁସୁମତଲ ଚାଞ୍ଚଲ୍ୟକର ଗଣହତ୍ୟା ମାମଲାରେ ପୁଲିସ ଆଉ ୭ ଜଣଙ୍କୁ ଅଟକ ରଖିଛି। ଏମାନଙ୍କୁ ମିଶାଇ ପାଟଣାଗଡ଼ରେ ୪ଜଣ ଓ ବାହାରେ ୫ ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି। ଗତ ୨୪ ଘମ୍ଟା ମଧ୍ୟରେ ଆଉ ୯୦୨ ଜଣ […]

You May Like

Pin It on Pinterest