
ଆପଣ ଯେଉଁ ଦୁଗ୍ଧ ପିଉଛନ୍ତି ସେଥିରେ କିଛି ଅପମିଶ୍ରିତ ନାହିଁ ତ?ଜାଣିବାରେ ସାହାଯ୍ୟ କରିବା ଏହି ୮ଟି ଟିପ୍ସ.ଜାଣନ୍ତୁ ଆପଣଙ୍କ ଘରକୁ ଆସୁଥିବା ଦୁଗ୍ଧ ଅପମିଶ୍ରିତ ନୁହେଁ ତ?ଆପଣ ଅପମିଶ୍ରିତ କ୍ଷୀର ପିଉନାହାନ୍ତି ତ?ଆପଣ ଯଦି ଏହି ବିଷୟ ରେ ଜାଣିନାହାନ୍ତି ତେବେ ସାବଧାନ ହୋଇଯାଆନ୍ତୁ କାରଣ ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି ଏହି ଅପମିଶ୍ରିତ ଦୁଗ୍ଧ |
ଏ ପର୍ଯ୍ୟନ୍ତ ଜାଣିଥିଲେ ଯେ କ୍ଷୀର କେବଳ ପାଣି ମିଶାଯାଉଛି କିନ୍ତୁ ବର୍ତମାନ ଆମେ ଆପଣଙ୍କୁ ଜଣାଇଦେଉଚୁ ଯେ ଦୁଗ୍ଧ କୁ ଧଳା ଏବଂ ଗାଢା କରିବା ପାଇଁ ଆଜିକାଲି ସାବୁନ ଡିଟରଜେଣ୍ଟ ଏବଂ ବହୁତ ହାନିକାରକ କେମିକାଲ ର ପ୍ରୟୋଗ କରାଯାଉଛି | ଏହି ଅପମିଶ୍ରିତ ଦୁଗ୍ଧ ଏବଂ ଅସଲି ଦୁଗ୍ଧ ମଧ୍ୟ ରେ ତଫାତ ଜାଣିବା ଆପଣଙ୍କ ପାଇଁ ବହୁତ କଷ୍ଟ ଏବଂ ଏହି ପରି ତିଆରି ହେଉଥିବା ନକଲି କ୍ଷୀର ଆପଣଙ୍କ ଶରୀର ଉପରେ ବହୁତ ଖରାପ ପ୍ରଭାବ ପକାଉଛି | ଏଥିରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ନକଲି ଦୁଗ୍ଧ ଚିନ୍ହିବା ବହୁତ ଜରୁରୀ ଅଟେ | ବର୍ତମାନ ସବୁଠାରୁ ବଡ ପ୍ରଶ୍ନ ହେଉଛି ଏହି ଅପମିଶ୍ରିତ କ୍ଷୀର କୁ ଆମେ ଚିନ୍ହିବା କିପରି ?ଆପଣଙ୍କର ପ୍ରଶ୍ନର ଉତର ଲୁଚି ରହିଛି ତଳେ ଦିଆଯାଇଥିବା ଟିପ୍ସ ମଧ୍ୟରେ ଯାହାକି ମିଶ୍ରିତ କ୍ଷୀର କୁ ଚିନ୍ହିବା ରେ ଆପଣଙ୍କର ସାହାଯ୍ୟ କରିବ |

୧.ସର୍ବ ପ୍ରଥମେ ଦୁଗ୍ଧରେ ପାଣିର ମିଶ୍ରଣକୁ ଜାଣିବା ପାଇଁ କୌଣସି କାଠ କିମ୍ବା ପଥର ଉପରେ ଗୋଟିଏ କିମ୍ବା ଦୁଇଟୋପା କ୍ଷୀର ପକାନ୍ତୁ,କ୍ଷୀର ଯଦି ବୋହି କରି ତଳପଟକୁ ପଡିବ ଏବଂ ଧଳା ଚିହ୍ନ ହୋଇଯିବ ତେବେ ଦୁଗ୍ଧ ସମ୍ପୂର୍ଣ ରୂପେ ଶୁଦ୍ଧ ଅଟେ |୨.କ୍ଷୀର ରେ ଡିଟରଜେଣ୍ଟ ମିଶ୍ରଣକୁ ଜାଣିବା ପାଇଁ କ୍ଷୀରର କିଛି ମାତ୍ରା ଏକ କାଚର ଶିଶିରେ ନେଇ ଜୋରରେ ହଳାନ୍ତୁ |ଯଦି ଦୁଗ୍ଧରୁ ଫେଣ ବାହାରିବାରେ ଲାଗିବ ତେବେ ଜାଣିବେ ଦୁଗ୍ଧ ରେ ଡିଟରଜେଣ୍ଟ ମିଶିଛି|ଯଦି ଏହି ଫେଣ ବେଶି ସମୟ ପର୍ଯ୍ୟନ୍ତ ରହିବ ତେବେ କ୍ଷୀର ନକଲି ହେବାରେ କୌଣସି ସନ୍ଦେହ ନାହିଁ |୩. କ୍ଷୀରକୁ ଶୁଙ୍ଘି କରି ଦେଖନ୍ତୁ,ଯଦି କ୍ଷୀର ନକଲି ହେଇଥିବ ତେବେ ସେଥିରୁ ସାବୁନ ପରି ଗନ୍ଧ ହେବ|କ୍ଷୀର ଅସଲି ଥିଲେ ସେଥିରୁ ଗନ୍ଧ ଆସିବ ନାହିଁ |୪.ଦୁଗ୍ଧକୁ ଦୁଇହାତ ରେ ଘସି କରି ଦେଖନ୍ତୁ ଯଦି ଦୁଗ୍ଧ ଅସଲି ତେବେ ହାତକୁ ଚିକ୍କଣ ଲାଗିବ ନାହିଁ ,ଯଦି ନକଲି ହେଇଥିବ ତେବେ ହାତରେ ଘସିଲେ ସାବୁନ ପରି ହାତକୁ ଚିକ୍କଣ ଲାଗିବ |୫.କ୍ଷୀରକୁ ଡେରି ପର୍ଯ୍ୟନ୍ତ ରଖିବା ଦ୍ୱାରା ଅସଲି କ୍ଷୀରର ରଙ୍ଗ ବଦଳେ ନାହିଁ ଯଦି ଦୁଗ୍ଧ ନକଲି ହୋଇଥିବ ତେବେ ଅଳପ ସମୟ ପରେ ହଳଦିଆ ହୋଇଯିବ|୬.ଅସଲି ଦୁଗ୍ଧ ସିଝିଲା ପରେ ତାର ରଙ୍ଗ ବିଲକୁଲ ବଦଳିବ ନାହିଁ, କିନ୍ତୁ ନକଲି ଦୁଗ୍ଧ ସିଝିଗଲା ପରେ ହଳଦିଆ ପଡ଼ିଯାଏ |୭.ସିନ୍ଥେଟିକ କ୍ଷୀରରେ ଯଦି ୟୁରିଆ ମିଶାଯାଇଥାଏ,ତେବେ ତାହା ଗାଢ଼ ହଳଦିଆ ରଙ୍ଗର ହୋଇଯିବ|୮.ଅସଲି କ୍ଷୀରର ସ୍ୱାଦ ହାଲକା ମିଠା ଲାଗିବ ନକଲି କ୍ଷୀରର ସ୍ୱାଦ ଡିଟରଜେଣ୍ଟ ଓ ସୋଡ଼ା ମିଶିଥିବା ଯୋଗୁଁ ପିତା ଲାଗିବ|


