ଭୁବନେଶ୍ୱର, ୨୧.୧୧.ବାସ୍ତବବ୍ୟୁରୋ : ସାରା ବିଶ୍ୱ କରୋନା କବଳରେ କବଳିତ , ସେଥିରୁ ଓଡ଼ିଶା ବାଦ୍ ପଡ଼ିନି । ନିଜର ଜୀବନ ଓ ପରିବାର ନିଜ ଛୋଟ ପିଲାମାନଙ୍କୁ ମଧ୍ୟ ପଛରେ ପକାଇ ଦେଇ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ୱପ୍ନକୁ ସାକାର କରିବା ପାଇଁ ଏ ମହାମାରୀରେ ନିଜକୁ ବାଜିଲଗାଇ, ଜଣେ ସଚ୍ଚୋଟ ଯୋଦ୍ଧା ହିସାବରେ ଯୁଦ୍ଧ କରିବା ପାଇଁ ଯୁଦ୍ଧଭୂମିକୁ ଲମ୍ଫ ଦେଇଥିଲେ ପାରା ମେଡିକାଲ ଷ୍ଟାପ୍ । ହେଲେ ଏହି ଏମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପଡ଼ିଛି । ନିଜର ପରିବାର ପ୍ରତିପୋଷଣ ପାଇଁ ଏମାନେ ଅସମର୍ଥ ହୋଇପଡ଼ିଥିବା ବେଳେ ରାଜ୍ୟ ସରକାର ବହୋସ୍ପଟ ମାରିବାରେ ବ୍ୟସ୍ତ । ଭାରତବର୍ଷରେ ସବୁ ରାଜ୍ୟ ଯେତେବେଳେ ସ୍ୱାସ୍ଥ୍ୟକ୍ଷେତ୍ରକୁ ସୁଦୃଢ କରିବା ପାଇଁ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି, ସେତେବେଳେ ଆମ ରାଜ୍ୟ ଓଡ଼ିଶାରେ ନିଜ ଜୀବନକୁ ଜଳାଞ୍ଜଳି ଦେଇ ଯେଉଁମାନେ ରାଜ୍ୟବାସୀଙ୍କୁ ମହାମାରୀରେ ଉଦ୍ଧାର କରୁଥିଲେ, ସେଇ ପାରାମେଡ଼ିକାଲ ସଭ୍ୟସଭ୍ୟାମାନଙ୍କୁ ନିଜର କାମ ସରିଗଲା ପରେ ଏ ରାଜ୍ୟ ସରକାର ଡ଼ଷ୍ଟବିନ୍କୁ ଫୋପାଡ଼ି ଦେବା ପାଇଁ ଚେଷ୍ଟା କରୁଛନ୍ତି ।
ପୁଣି ଏପଟେ ସ୍ୱାସ୍ଥ୍ୟ ବିଭାଗ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କୁ ଆଗାମୀ ଶୀତଦିନ ବହୁତ କଷ୍ଟଦାୟକ ବୋଲି ବାର୍ତ୍ତା ଦେଉଛନ୍ତି। ସମସ୍ତ ପାରା ମେଡ଼ିକାଲ ଷ୍ଟାଫମାନେ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ପ୍ରଶ୍ନ କରିଛନ୍ତି ଯେ ଆଗାମୀ ଦିନରେ ଯେଉଁ ଟୀକା ଆସିବ ତାହା କଣ ସ୍ୱୟଂ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବ ଘରେ ଘରେ ବୁଲି ଟୀକା ପ୍ରଦାନ କରିବେ?
ଅଗଷ୍ଟ ୧୩ ତାରିଖରେ ଯେତେବେଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଲୋକମାନଙ୍କର ସ୍ୱାସ୍ଥ୍ୟକୁ ଆଖିଆଗରେ ରଖି ତାଲିମପ୍ରାପ୍ତ ଅଣନିଯୁକ୍ତି ଯୁବ ମଙ୍ଗଳନ୍ୟାସ ତରଫରୁ କରିଥିବା ଜନସ୍ୱାର୍ଥ ମାମଲାକୁ ଗ୍ରହଣ କଲେ ସେତେବେଳେ ରାଜ୍ୟ ସରକାର ନିଜର ଅପାରଗତାକୁ ଲୁଚାଇବା ପାଇଁ ତରବରିଆ ଭାବେ ଘୋଷଣା କଲେ ଯେ, ୭ ହଜାର ପାରା ମେଡ଼ିକାଲ ଷ୍ଟାଫଙ୍କୁ ଯୁଦ୍ଧକାଳୀନ ଭିିରେ ୩ ମାସିଆ ନିଯୁକ୍ତି ଦିଆଯାଉ । ହେଲେ ୩ ମାସିଆ ନିଯୁକ୍ତି କ’ଣ ପାଇଁ? ମାନ୍ୟବର ମୁଖ୍ୟମନ୍ତ୍ରୀ ଯେତେବେଳେ ଚତୁର୍ଥ ପାଳିରେ ମନ୍ତ୍ରୀମଣ୍ଡଳ ଗଠନ କଲେ, ତାର ଠିକ୍ ୩ ମାସ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବ ଦାସ ମହୋଦୟ ଘୋଷଣା କଲେ ଯେ, ସ୍ୱାସ୍ଥ୍ୟ ସେବାକୁ ପ୍ରାଧାନ୍ୟ ଦେଇ ଓଡ଼ିଶାରେ ୨ ହଜାର ଡ଼ାକ୍ତର ଓ ୧୫ ହଜାର ପାରା ମେଡ଼ିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯିବ ।

ହେଲେ ତାହା କେଉଁ ସ୍ୱାର୍ଥ ପାଇଁ ପୂରଣ କରାଯାଉ ନାହିଁ । ଯଦି ତାହା ପୂରଣ କରାଯାଇଥାନ୍ତା, ତାହେଲେ ଆଜି ରାଜ୍ୟବାସୀ ଉତମ ସ୍ୱାସ୍ଥ୍ୟ ସେବା ପାଇପାରିଥାନ୍ତେ । ଯଦି ଆଗାମୀ ୨୩.୧୧.୨୦୨୦ରିଖ ସୁଦ୍ଧା ରାଜ୍ୟ ସରକାର ସଂଘ ସହ ଆଲୋଚନା କରି ସଂଘର ନ୍ୟାର୍ଯ୍ୟ ଦାବିଗୁଡ଼ସିକୁ ପୂରଣ ନ କରନ୍ତି, ତେବେ ବାଧ୍ୟହୋଇ ୨୪.୧୧.୨୦୨୦ରିଖ ଠାରୁ ଆମରଣ ଅନଶନରେ ବସିବେ ବୋଲି ରାଜ୍ୟ ସଭାପତି ପାର୍ଥସାରଥୀ ଜେନା ଏକ ପ୍ରେସ୍ ବିବୃିରେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।