
ବାସ୍ତବବ୍ୟୁରୋ : ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ରତ୍ନ ସିଂହାସଂନରେ ନାଗାର୍ଜୁନ ବେଶ ଲାଗି ସମସ୍ତ ଆଭୁଷଣ ପହଞ୍ଚିବା ପରେ ବେଶ ନୀତି ଆରମ୍ଭ ହୋଇଛି । ୧୬ ପ୍ରକାରର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇ , ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ବୀର ବେଶରେ ସଜେଇ ହେଉଛନ୍ତି ।
ଏନଏଚଏସଆରସିଏଲ, ଗୁରୁବାର ଅହମଦାବାଦ-ମୁମ୍ବାଇ ବୁଲେଟ୍ ଟ୍ରେନ ପ୍ରକଳ୍ପ ପାଇଁ ଇନଫ୍ରାଷ୍ଟ୍ରକଚର ମେଜର ଲାରସେନ ଆଣ୍ଡ ଟୁବ୍ରୋ(ଏଲ ଆଣ୍ଡ ଟି) ସହ ୨୪ ହଜାର କୋଟି ଟଙ୍କାର ଚୁକ୍ତି କରିଛି। ବୁଲେଟ୍ ଟ୍ରେନ୍ ପାଇଁ ବହୁ ପ୍ରତୀକ୍ଷା ର ଅନ୍ତଘଟିଛି |
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ,ମିଳିତ ଶ୍ରମିକ ସଂଗଠନର ଧର୍ମଘଟକୁ ସମର୍ଥନ ଦେଇ ଉଭୟ ବିଜେପି ଓ ବିଜେଡିକୁ କଡ଼ା ସମାଲୋଚନା କରିଛି। କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାରକୁ ରାଜ୍ୟର ବିଜେଡି ସରକାର ସମର୍ଥନ ଜଣାଇ ଚାଷୀ ଓ ଶ୍ରମିକବିରୋଧୀ କାର୍ଯ୍ୟ କରିଛି ବୋଲି କଂଗ୍ରେସର ଯୁକ୍ତି । ଏହି ଧର୍ମଘଟର ସଫଳତା ନିମନ୍ତେ ନିରଞ୍ଜନ ସମସ୍ତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଦେଇଛନ୍ତି ।
ରାଜ୍ୟରେ ଆଜି ପ୍ରବଳ ଶୀତ ଅନୁଭୂତ ହୋଇଛି । ଏଥିସହ ବାତ୍ୟା ‘ନିଭାର’ ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ପାଗ ଯୋଗୁଁ ଅଧିକ ଥଣ୍ଡା ଅନୁଭୂତ ହେଉଛି । ୧୫ ଡିଗ୍ରୀ ତଳେ ରାଜ୍ୟର ୯ ସହର ତାପମାତ୍ରା ଥିବାର ରେକର୍ଡ ହୋଇଛି ।
ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀକୁ ଖସିଥିବାବେଳେ ,ସୋନପୁର ୧୨.୬ ଡିଗ୍ରୀ, ଫୁଲବାଣୀ ଓ ଅନୁଗୁଳ ୧୪.୦ ଡିଗ୍ରୀ, ବଲାଙ୍ଗୀର ୧୪.୫ଡିଗ୍ରୀ, ତାଳଚେର ୧୪.୩ ଡିଗ୍ରୀ, ଝାରସୁଗୁଡ଼ାରେ ୧୪.୪ ଡିଗ୍ରୀ ଓ ବାରିପଦା ୧୪.୫ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଥିବା ଜଣାଯାଇଛି ।
ମହିଳାଙ୍କ କାର ଚଳାଇବା ଠାରୁ ଆରଂଭକରି ପ୍ରତ୍ୟକ ସ୍ୱାଧୀନତା ପାଇଁ ଲଢ଼ି ଆସୁଥିବା ୩୧ ବର୍ଷୀୟ ଲୁଜିତ ଅଲ-ହାତଲୁଲଙ୍କୁ, ସାଉଦି ଆରବ ଆତଙ୍କବାଦ ତଥା ଜାତୀୟ ବିରୋଧୀ କାର୍ଯ୍ୟକଳାପ ବୋଲି ଅଭିଯୋଗ କରିଛି। ତାଙ୍କ ମାମଲାଗୁଡ଼ିକ ପାଇଁ ପ୍ରସ୍ତୁତ ସ୍ୱତନ୍ତ୍ର କୋର୍ଟକୁ ପଠାଯାଇଛି। ବୁଧବାର ଦିନ ଅତି ଦୁର୍ବଳ ଦେଖାଯାଉଥିବା ୩୧ ବର୍ଷୀୟ ଲୁଜିତ ଅଲ-ହାଟଲୁଲଙ୍କ ଉପସ୍ଥିତିରେ ସାଉଦି ଆରବର ଅପରାଧିକ କୋର୍ଟର ବିଚାରପତି ଏହି ସୂଚନା ଦେଇଛନ୍ତି।
୨୦୨୦ ର ଶେଷ ଚନ୍ଦ୍ରଗ୍ରହଣ ୩୦ ନଭେମ୍ବରରେ ଘଟିବାକୁ ଯାଉଛି | ଏହା ଏକ ପେନ୍ମ୍ବ୍ରାଲ୍ ଚନ୍ଦ୍ରଗ୍ରହଣ ହେବ, ଯେଉଁଥିରେ ସୂର୍ଯ୍ୟଙ୍କଠାରୁ ଚନ୍ଦ୍ରକୁ ଯାଉଥିବା ଆଲୋକର କିଛି ଅଂଶ ପୃଥିବୀର ବାହ୍ୟ ଛାୟାକୁ ରୋକିଥାଏ | ଏହି ସମୟ ମଧ୍ୟରେ, ପୃଥିବୀର ଛାୟା ସୂର୍ଯ୍ୟକିରଣର ୮୨ ପ୍ରତିଶତ ଚନ୍ଦ୍ରକୁ ବନ୍ଦ କରିବ, ଏହାଦ୍ୱାରା ଚନ୍ଦ୍ରର ଉଜ୍ଜ୍ୱଳତା ସାମାନ୍ୟ ହାଲୁକା ହେବ |
ଆମେରିକା କହିଛି ଯେ ଭାରତ ସହ ଛିଡା ହୋଇଛି ଏବଂ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ସଂକଳ୍ପବଦ୍ଧ। ଏଥି ସହିତ ମୁମ୍ବାଇରେ ହୋଇଥିବା ୨୬ /୧୧ ଆତଙ୍କବାଦୀ ଆକ୍ରମଣରେ ପୀଡିତଙ୍କୁ ନ୍ୟାୟ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆମେରିକାରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଥିଲା।
ପଶ୍ଚିମବଙ୍ଗଳା ନିର୍ବାଚନ ପୂର୍ବରୁ ନୂଆ ଜାମ୍ମୁ କାଶ୍ମୀରରେ ପ୍ରଥମ ଡିଡିସି ନିର୍ବାଚନରେ ବିଜୟୀ ହୋଇ ବିଜେପି ଏକ ଆକ୍ରମଣାତ୍ମକ ରଣନୀତି ଆପଣାଇବା ପାଇଁ ରଣନୀତି ତିଆରି କରୁଛି । ମିଶନ ବଙ୍ଗଳା ପୂର୍ବରୁ ବିଜେପି ରଣନୀତିଜ୍ଞମାନେ ଏହି ନିର୍ବାଚନରେ ଜିତିବାକୁ ପ୍ଲାନ କରୁଛନ୍ତି |