ଆଜିର ଖାସ ଖବର….

ଜନ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳରୁ ବହିଷ୍କୃତ ହୋଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଦଳ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ଓ ପୁଅ ଆକାଶଙ୍କ ସହ ସଂପର୍କକୁ ନେଇ,ବିଜେଡି ପକ୍ଷରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତି ଏପରି ପଦକ୍ଷେପ ନିଆଯାଇଛି ।

ଆଜି ହେଉଛି କାର୍ତ୍ତିକ ଶୁକ୍ଳ ପକ୍ଷ ଚତୁର୍ଦ୍ଧଶୀ ଓ ପବିତ୍ର ପଞ୍ଚୁକର ଚତୁର୍ଥ ଦିନ । ଆଜି ଭକ୍ତମାନଙ୍କୁ ଲକ୍ଷ୍ମୀନୃସିଂହ ବେଶ ବା ଡାଳକିଆ ବେଶରେ ଦର୍ଶନ ଦେବେ ମହାପ୍ରଭୁ ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ ।

ରାଜ୍ୟରେ ପାରଦ ତଳକୁ ଖସିବା ସହ ଶୀତ ବଢ଼ିବା ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟାରେ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିଛି  ଶନିବାର ୫ ସହର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଛି।ଡିସେମ୍ବର ପହିଲାରୁ ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବ ।

ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି  । ଏହି ବିସ୍ଫୋରଣରେ ୧୦ ଜଣ ଯବାନ ଗୁରୁତର ହୋଇଥିବା ବେଳେ ଜଣେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ ହୋଇଥିବା ସୂଚନା ମିଳିଛି ।

ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ପହଞ୍ଚିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। 

ଆଜି ଦିନ 11 ଟାରେ ରେଡିଓରେ ‘ମନ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିବେ ।

ଭାରତ ପୂର୍ବ ଲଦାଖ୍‌ରେ ଏହାର ସ୍ଥିତି ସୁଦୃଢ଼ କରିବା ପାଇଁ ପୂର୍ବ ଲଦାଖ୍‌ର ପାଙ୍ଗଙ୍ଗ୍‌ ହ୍ରଦ ନିକଟରେ ନୌସେନାର ମରିନ୍‌ କମାଣ୍ଡୋ (ମାରକସ୍‌) ମୁତୟନ କରିଛି । 

ଓଇସିଡି (ଆର୍ଥିକ ସହଯୋଗ ଏବଂ ବିକାଶ ସଂଗଠନ) ତଥ୍ୟ ଅନୁଯାୟୀ ଧନୀ ରାଷ୍ଟ୍ରରେ ଶିକ୍ଷିତ ପ୍ରବାସୀଙ୍କ ତାଲିକାରେ ଭାରତୀୟ ଶୀର୍ଷରେ। 

ଜାନୁଆରି ୨୦ ତାରିଖ ଦିନ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଶପଥ ଗ୍ରହଣ କରିବାକୁ ଥିବାବେଳେ ଆଜି ଟ୍ରମ୍ପ୍‌ ପୁଣି ବିବାଦୀୟ ବୟାନ ଦେଇ କହିଛନ୍ତି, ଏଥର ନିର୍ବାଚନରେ ବାଇଡେନ୍‌ ଯେଉଁ ୮ କୋଟି ଭୋଟ୍‌ ପାଇଛନ୍ତି ତାହା ବୈଧ ବୋଲି ପ୍ରମାଣ କରିବା ପରେ ହିଁ ହ୍ବାଇଟ୍‌ ହାଉସକୁ ପ୍ରବେଶ କରନ୍ତୁ।

୪ଶହ ବର୍ଷ ପରେ ମହାକାଶରେ ଶନି ଓ ବୃହସ୍ପତିଙ୍କ ମହାମିଳନର ଦୃଶ୍ୟ ଦେଖିବାର ସୁଯୋଗ ମିଳିବ। ଡିସେମ୍ବର ୨୧ ତାରିଖରେ ଏହି ବିରଳ ଚିତ୍ର ଦୃଶ୍ୟମାନ ହେବ। ଉଭୟ ଗ୍ରହ ମଧ୍ୟରେ ଦୂରତା ମାତ୍ର ୦.୧ ଡିଗ୍ରି ରହିବ। 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର ....

Mon Nov 30 , 2020
ବାସ୍ତବବ୍ୟୁରୋ: ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ୨୦୨୦ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ପଡୁଛି। ଏହି ଗ୍ରହଣ ଭାରତ ସମେତ କିଛି ଦେଶରେ ପଡ଼ିବ। ଏହି ଗ୍ରହଣ ଆଜି ଦିନ ୧.୦୨ ମିନିଟ୍ ୨୨ ସେକେଣ୍ଡରୁ ଆରମ୍ଭ ହୋଇ ଅପରାହ୍ଣ ୫.୨୩ ସେକେଣ୍ଡ ପର୍ଯ୍ୟନ୍ତ ଚାଲିବ। ଏହି ଚନ୍ଦ୍ରଗ୍ରହଣ ଭାରତ, ଆମେରିକା, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଏବଂ ଏସିଆ ମହାଦେଶ ଅଂଚଳରେ ଦେଖାଯିବ | ଦଣ୍ଡପାଣି ମହାନ୍ତିଙ୍କ ପୁଅ ତଥା ଗତ […]

You May Like

Pin It on Pinterest