ଭାରତର ସ୍ୱତନ୍ତ୍ରତା ଦିବସ ରେ ପାକିସ୍ତାନ ର ପାଗଳାମି|

ଭାରତର ସ୍ୱତନ୍ତ୍ରତା ଦିବସ ରେ ପାକିସ୍ତାନ ର ପାଗଳାମି, ନିହତ ହେଲେ ୩ ପାକିସ୍ତାନୀ ସୈନିକ |
କାଲି ଆମ ଦେଶ ୭୩ତମ ସ୍ୱତନ୍ତ୍ରତା ଦିବସ ପାଳନ କରୁଥିବା ବେଳେ ପାକିସ୍ତାନ ର ଘୃନ୍ୟ ଚକ୍ରାନ୍ତ,ପାକିସ୍ତାନ ଅପପ୍ରଚାର କରିଛି ଯେ ନିୟନ୍ତ୍ର ରେଖା(LOC)ରେ ୫ ଭାରତୀୟ ସୈନିକଙ୍କୁ ପାକିସ୍ତାନୀ ସୈନିକ ମାରିଦେଇଛନ୍ତି ବୋଲି କିନ୍ତୁ ଭାରତୀୟ ସେନା ପକ୍ଷରୁ ଏହାକୁ ଅସ୍ୱୀକାର କରିବା ସହିତ LOCରେ ୩ ଜଣ ପାକିସ୍ତାନୀ ସୈନିକଙ୍କୁ ମାରିବାରେ ସକ୍ଷମ ହୋଇଥିଲେ |

ବାସ୍ତବ ବ୍ୟୁର:ଭାରତୀୟ ସେନା ପାକିସ୍ତାନର ଆଉ ଗୋଟେ ମିଛ ପ୍ରଚାର ଉପରୁ ପରଦା ଉଠେଇଛି |କଥା ଏହିକି ଯେ ପାକିସ୍ତାନ ସେନା ନିୟନ୍ତ୍ରଣ ରେଖା (LOC)ରେ ଗୁଳିଚାଳନା କରି ଭାରତୀୟ ସେନା ପାକିସ୍ତାନର ଏହି ଯୁକ୍ତି କୁ ଖଣ୍ଡନ କରି ଦେଇଛି |
ପାକିସ୍ତାନ ର ସଶସ୍ତ୍ର ଦଳର ପ୍ରବକ୍ତା (DG ISPR) ତରଫ ରୁ ଟ୍ୱଇଟର ରେ ଏହା ଟ୍ୱଇଟ କରି କହିଛନ୍ତି କି,କାଶ୍ମୀର ର ସ୍ତିତି ରୁ ନଜର ହଟେଇବା ପାଇଁ ଭାରତୀୟ ସେନାମାନେ ଗୁଳି ବର୍ଷଣ କରିଚାଲିଛନ୍ତି |ଏଥିରେ ୩ ପାକିସ୍ତାନୀ ସୈନିକ ଶହିଦ ହୋଇଥିବାବେଳେ ପାକିସ୍ତାନର ପାଲଟା ଜବାବରେ ଭାରତର ୫ ଯବାନ ଶହିଦ ହୋଇଛନ୍ତି,କିଛି ଘାୟଲ ହୋଇଥିବାବେଳେ ଉଭୟ ତରଫ ରୁ ଚାଳନ ଜାରି ରହିଛି |
କିନ୍ତୁ ଭାରତୀୟ ସେନା ପକ୍ଷ ରୁ କୁହାଯାଇଅଛି ଯେ ପାକିସ୍ତାନ ଦ୍ୱାରା ଯୁଦ୍ଧ ବିରତି ଉଲଘଂନ କରିଥିବାଉ ଦ ଦଣ୍ଡାତ୍ମକ ପ୍ରତିକ୍ରିୟା ରେ ପାକିସ୍ତାନର ୩ଜଣ ସୈନିକଙ୍କୁ ମାରିଦିଆଯାଇଛି|ଉରୀ ଓ ରାଜୋରୀ ରେ ଯୁଦ୍ଧ ବିରତି ର ଉଲଂଘନ ହୋଇଛି |


ଏହା ପୂର୍ଵରୁ କେଜି ସେସତର ରେ ମଧ୍ୟ ଯୁଦ୍ଧ ବିରତିର ଉଲଘଂନ କରାଯାଇଥିଲା ଯାହାର ଭାରତୀୟ ସୈନ୍ୟ ଭାଇମାନେ ଉଚିତ ପ୍ରତିଜଵାବ ଦେଇଥିଲେ|ଭାରତର ସ୍ୱତନ୍ତ୍ରତା ଦିବସ ଅବସରେ ପାକିସ୍ତାନ କଲା ଦିବସ ପାଳନ କରିଛି ଜାମ୍ମୁ ଓ କାଶ୍ମୀର ରେ ଅନୁଛେଦ ୩୭୦ ଓ ୩୫(ଏ) ହଟାଯିବାପରେ ପାକିସ୍ତାନ ଭାରତର ସ୍ୱତନ୍ତ୍ରତା ଦିବସ ଅଗସ୍ତ ୧୫ କୁ କଲା ଦିବସ ଭାବେ ପାଳିବାକୁ ସ୍ଥିର କରିଛି | ଡିଜି ଆଇଏସପିଆର ସଂଘର୍ଷରେ ମରିଥିବା ସୈନିକଙ୍କ ଫଟୋ ମଧ୍ୟ ଜାରି କରିଛି ଯଥା ନାୟକ ତନବୀର, ଲାନ୍ସ ନାୟକ ତୈମୁର ଏବଂ ସିପାହୀ ରମଯାନ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରେଳବାଇ ସୁରକ୍ଷାବଳ ପଖ୍ୟରୁ ଯାତ୍ରୀ ସୁରକ୍ଷା ସ୍ୱତନ୍ତ୍ର ସଚେତନତା ପ୍ରଦର୍ଶନୀ....

Sat Aug 17 , 2019
ରେଳବାଇ ସୁରକ୍ଷା ବଳ ପକ୍ଷରୁ ଯାତ୍ରୀ ମାନଙ୍କ ପାଇଁ ହେଲ୍ପ ଲାଇନ ନମ୍ବର-୧୮୨ ସହିତ ସ୍ୱତନ୍ତ୍ର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସ୍ୱତନ୍ତ୍ର ସଚେତନତା ପ୍ରଦର୍ଶନୀ I ରେଳଯାତ୍ରୀ ଓ ରେଳ ବ୍ୟବହାରକାରୀ ମାନଙ୍କ ସଚେତନତା ପାଇଁ ରେଳବାଇ ଷ୍ଟାଡିୟମ ଠାରେ ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳ (ଆରପିଏଫ) ପକ୍ଷରୁ ସ୍ୱତନ୍ତ୍ର ସଚେତନତା ଓ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଅଛି ଯେଉଁଥିରେ ହେଲ୍ପ ଲାଇନ ନମ୍ବର-୧୮୨ ସହିତ ସ୍ୱତନ୍ତ୍ର ଅସ୍ତ୍ରଶସ୍ତ୍ର ଓ […]

You May Like

Pin It on Pinterest