
ଅଗ୍ରଣୀ ଟେଲିକମ୍ କମ୍ପାନୀ ଏରିକ୍ସନ୍ ର ଏକ ରିପୋର୍ଟ ଅନୁଯାୟୀ, ୨୦୨୬ ସୁଦ୍ଧା ସାରା ବିଶ୍ୱରେ ୩ .୫ ବିଲିୟନ 5G ସଂଯୋଗ ଥିବାବେଳେ ଭାରତରେ ସେମାନେ ପ୍ରାୟ ୩୫ କୋଟି ହେବ। ଏରିକ୍ସନ୍ ନେଟୱାର୍କ ସମାଧାନ (ଦକ୍ଷିଣ ପୂର୍ବ ଏସିଆ, ଓସେନିଆ ଏବଂ ଭାରତ) ର ମୁଖ୍ୟ ନିତିନ ବନସାଲ କହିଛନ୍ତି ଯେ ଯଦି ଆସନ୍ତା ବର୍ଷ ଆରମ୍ଭରେ ସ୍ପେକ୍ଟ୍ରମ୍ ନିଲାମ ହୁଏ, ତେବେ ଭାରତ ରେ ପ୍ରଥମ 5G ସଂଯୋଗ ପାଇପାରିବ।
ଏରିକ୍ସନ୍ ମୋବିଲିଟି ରିପୋର୍ଟ -୨୦୨୦ ଅନୁଯାୟୀ, ବିଶ୍ଵ ଜନସଂଖ୍ୟା ର ଏକ ବିଲିୟନ ଲୋକ, ଯାହା ବିଶ୍ଵ ଜନସଂଖ୍ୟାର ୧୫ ପ୍ରତିଶତ ଅଟେ, ସେମାନେ 5G କଭରେଜ୍ ପାଇପାରିବେ। ବାନସାଲ କହିଛନ୍ତି ଯେ 5G ସେବା ପାଇଁ ସ୍ପେକ୍ଟ୍ରମ ନିଲାମ ପାଇଁ ଘୋଷିତ ନିଲାମ ସମୟସୀମା ଅନୁଯାୟୀ ୨୦୨୧ ମସିହାରେ ଭାରତ ଏହାର ପ୍ରଥମ 5G ସଂଯୋଗ ପାଇପାରିବ। ରିପୋର୍ଟ ଅନୁଯାୟୀ, ଭାରତରେ ମାସକୁ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ହାରାହାରି ଟ୍ରାଫିକ୍ ହେଉଛି ୧୫ .୭ ଜିବି, ଯାହା ବିଶ୍ୱରେ ସର୍ବାଧିକ।
ଏହି ରିପୋର୍ଟ ଅନୁଯାୟୀ, ୨୦୨୬ ସୁଦ୍ଧା ବିଶ୍ଵ ଜନସଂଖ୍ୟା ର ୬୦ % ଲୋକ 5G ସେବା ପାଇପାରିବେ ଏବଂ ସେତେବେଳକୁ 5G ଗ୍ରାହକଙ୍କ ସଂଖ୍ୟା 3.5 ବିଲିୟନକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏଥି ସହିତ, ଭାରତରେ 5G ଗ୍ରାହକଙ୍କ ସଂଖ୍ୟା ସେତେବେଳକୁ ୩୫ କୋଟି ସଂଖ୍ୟା ଅତିକ୍ରମ କରିବ, ଯାହା ଦେଶର ମୋଟ ମୋବାଇଲ୍ ବ୍ୟବହାରକାରୀଙ୍କ ୨୭ ପ୍ରତିଶତ ହେବ।