
ମହାରାଷ୍ଟ୍ରର ଶିରିଡିର ସାଇବାବା ମନ୍ଦିର ଟ୍ରଷ୍ଟ ଭକ୍ତମାନଙ୍କୁ ଭାରତୀୟ ପରମ୍ପରା ଅନୁଯାୟୀ ସଭ୍ୟ ପୋଷାକ ପିନ୍ଧି ବାବାଙ୍କ ଦର୍ଶନ ପାଇଁ ମନ୍ଦିର ଆସିବାକୁ ନିବେଦନ କରିଛି। ଆହୁରି ମଧ୍ୟ କୁହାଯାଇଛିକି ବାବା’ ଶ୍ରଦ୍ଧା ଓ ବିଶ୍ୱାସର ପ୍ରତୀକ ତେଣୁ,ସମସ୍ତ ଭକ୍ତ ଭାରତୀୟ ପରମ୍ପରା ଅନୁଯାୟୀ ସଭ୍ୟ ପୋଷାକରେ ଆସିବା ଉଚିତ୍ |ଏହାକୁ ନେଇ ସର୍ବସାଧରଙ୍କ ମନରେ ଅନେକ ପ୍ରଶ୍ନ,ଯାହାଙ୍କ ଦରବାରରେ ଜାତି ଭେଦର ପାଚେରୀ ନାହିଁ ଏ ‘ଡ୍ରେସକୋଡ଼’ କାହିଁକି ….ଆସନ୍ତୁ ଜାଣିବା |
ସୂଚନାଯୋଗ୍ୟ ଯେ ଶିରଡି ସାଇବାବା ମନ୍ଦିର କେବଳ ମହାରାଷ୍ଟ୍ରରେ ନୁହେଁ ସମଗ୍ର ଦେଶ ତଥା ବିଦେଶରେ ଲୋକଙ୍କ ବିଶ୍ୱାସର କେନ୍ଦ୍ର ଅଟେ। ଦେଶ ତଥା ବିଦେଶରୁ ଭକ୍ତମାନେ ସାଇବାବାଙ୍କୁ ଦର୍ଶନ କରିବା ପାଇଁ ଏଠାକୁ ଧାଇଁ ଆସନ୍ତି | ଟ୍ରଷ୍ଟ କହିଛି ଯେ କିଛି ମହିଳା ଭକ୍ତ ଛୋଟ ପୋଷାକ ପିନ୍ଧି ଆସୁଥିବାର, ଅଭିଯୋଗ ପାଇବା ପରେ ଏପରି ପଦକ୍ଷେପ ନିଆଯାଇଛି |
ଦେଶର ଏହି ମନ୍ଦିରଗୁଡ଼ିକରେ ଡ୍ରେସ୍ କୋଡ୍ ଵେବସ୍ତା ରହିଛି |
ମହାବଳେଶ୍ୱର ମନ୍ଦିର: କର୍ଣ୍ଣାଟକର ଗୋକର୍ଣ୍ଣରେ ଥିବା ମହାବଳେଶ୍ୱର ମନ୍ଦିରରେ ଭକ୍ତମାନଙ୍କୁ ପାରମ୍ପାରିକ ପୋଷାକ ପିନ୍ଧିବା ପାଇଁ ନିୟମ କରିଛି। ପୁରୁଷ ଭକ୍ତଙ୍କ ପାଇଁ ଧୋତି ଏବଂ ମହିଳାମାନଙ୍କ ପାଇଁ ସାଲୱାର ସୁଟ୍ ଏବଂ ଶାଢୀ ପିନ୍ଧିବାର ବ୍ୟବସ୍ଥା ଅଛି | ଏଠାରେ ସାର୍ଟ-ପ୍ୟାଣ୍ଟ, ଟୋପି, କୋଟ ଇତ୍ୟାଦି ପିନ୍ଧିଥିବା ଲୋକଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ନାହିଁ |
ମହାକଲେଶ୍ୱର ମନ୍ଦିର: ଉଜ୍ଜୟିନର ପ୍ରସିଦ୍ଧ ମହାକଲେଶ୍ୱର ମନ୍ଦିରରେ ମହିଳା ଭକ୍ତଙ୍କ ପାଇଁ ଡ୍ରେସ କୋଡ୍ ଶାଢୀ ଏବଂ ପୁରୁଷ ଭକ୍ତଙ୍କ ପାଇଁ ଧୋତି ରହିଛି। କେବଳ ଏହି ପୋଷାକ ପିନ୍ଧୁଥିବା ଲୋକଙ୍କୁ ଗର୍ଭଗୃହରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉଚି | ଏହି ନିୟମଗୁଡ଼ିକ ସାଧୁ,ସନ୍ୟାସୀ ତଥା ସାଧାରଣ ଲୋକଙ୍କ ପାଇଁ ପ୍ରଯୁଜ୍ୟ |
ଏହା ବ୍ୟତୀତ ସାଵରୀମାଳା ମନ୍ଦିର,ରାମେଶ୍ୱରମ୍,କେରଳର ପଦ୍ମନାଭସ୍ୱାମୀ ମନ୍ଦିର, ମଧ୍ୟପ୍ରଦେଶର ଗୁନା’ରେ ଅବସ୍ଥିତ ଜୈନ ମନ୍ଦିରରେ ଭକ୍ତଙ୍କ ପୋଷାକ ସମ୍ବନ୍ଧରେ ନିୟମ ପ୍ରଣୟନ କରାଯାଇଛି। ଏଥି ସହିତ ଗୁଜୁରାଟର ସୋମନାଥ ଜୋତିର୍ଲିଙ୍ଗ ମହାଦେବ ମନ୍ଦିରର ପୁରୋହିତମାନଙ୍କ ପାଇଁ ଡ୍ରେସ କୋଡ୍ ସ୍ଥିର କରାଯାଇଛି। ଏବଂ କାଶୀ ବିଶ୍ୱନାଥ ମନ୍ଦିରରେ ମଧ୍ୟ ଏହା ପ୍ରଚଳିତ ହେଉଛି।



