
ରେଳବାଇ ସୁରକ୍ଷା ବଳ ପକ୍ଷରୁ ଯାତ୍ରୀ ମାନଙ୍କ ପାଇଁ ହେଲ୍ପ ଲାଇନ ନମ୍ବର-୧୮୨ ସହିତ ସ୍ୱତନ୍ତ୍ର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସ୍ୱତନ୍ତ୍ର ସଚେତନତା ପ୍ରଦର୍ଶନୀ I
ରେଳଯାତ୍ରୀ ଓ ରେଳ ବ୍ୟବହାରକାରୀ ମାନଙ୍କ ସଚେତନତା ପାଇଁ ରେଳବାଇ ଷ୍ଟାଡିୟମ ଠାରେ ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳ (ଆରପିଏଫ) ପକ୍ଷରୁ ସ୍ୱତନ୍ତ୍ର ସଚେତନତା ଓ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଅଛି ଯେଉଁଥିରେ ହେଲ୍ପ ଲାଇନ ନମ୍ବର-୧୮୨ ସହିତ ସ୍ୱତନ୍ତ୍ର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସମ୍ବନ୍ଧରେ ଅବଗତ ହେବାପାଇଁ ସ୍ୱତନ୍ତ୍ର ସଚେତନତା ପ୍ରଦର୍ଶନୀ କରାଯାଇଥିଲା I

ପୂର୍ବତଟ ରେଳପଥ ର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଏହି ସ୍ୱତନ୍ତ୍ର ପ୍ରଦର୍ଶନୀକୁ ରେଳପଥର ପ୍ରମୁଖ ସୁରକ୍ଷା ଆୟୁକ୍ତ ଶ୍ରୀ ରାଜା ରାମ ଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ I
ଟ୍ରେନ ରେ ଯାତ୍ରା କରୁଥିବା ସମୟରେ କିମ୍ବା ରେଳବାଇ ପରିସର ମଧ୍ୟରେ ଯାତ୍ରୀ କିମ୍ବା ରେଳବ୍ୟବହାରକାରୀ ମାନେ ଯଦି କୌଣସି ବିସ୍ଫୋରକ ସାମଗ୍ରୀ କିମ୍ବା ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ କୁ ଦେଖନ୍ତି ତା ହେଲେ ତୁରନ୍ତ ରେଳବାଇ କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଇବାପାଇଁ ଏହି ସ୍ୱତନ୍ତ୍ର ସଚେତନତା ଓ ପ୍ରଦର୍ଶନୀର ଲକ୍ଷ୍ୟ ଅଟେ ଯାହାଦ୍ୱାରା ବହୁମୂଲ୍ୟ ଜୀବନ ଓ ଜାତୀୟ ସମ୍ପତ୍ତିର ସୁରକ୍ଷା କରାଯାଇ ପାରିବ I ଏହା ସହିତ ଯାତ୍ରୀମାନେ ସେମାନଙ୍କର ଯାତ୍ରା ସମୟରେ ଯଦି ସୁରକ୍ଷା ଓ ନିରାପତ୍ତା ସମ୍ବନ୍ଧୀୟ କୌଣସି ଆଶଙ୍କା କିମ୍ବା ଘଟଣା କୁ ସାମ୍ନା କରୁଥାନ୍ତି କିମ୍ବା କାହାଦ୍ୱାରା ହଇରାଣ ହେଉଛନ୍ତି, ତାହେଲେ ତୁରନ୍ତ ଅଭିଯୋଗ ଓ ସମାଧାନ କିମ୍ବା ନିରାକରଣ ପାଇଁ ହେଲ୍ପ ଲାଇନ ନମ୍ବର-୧୮୨ ରେ ଅଭିଯୋଗ କରିପାରିବେ ଯାହା ଫଳରେ ରେଳବାଇ ପ୍ରଶାସନ ପକ୍ଷରୁ ଶୀଘ୍ର ପଦକ୍ଷେପ ନିଆଯାଇପାରିବ I