ବାସ୍ତବବ୍ୟୁରୋ: ବ୍ରେକଡାନ୍ସ ବର୍ତ୍ତମାନ ଆନୁଷ୍ଠାନିକ ଭାବେ ଏକ ଅଲିମ୍ପିକ୍ ଖେଳର ଅଂଶ ହୋଇଗଲା | ପ୍ୟାରିସରେ ହେବାକୁ ଥିବା ୨୦୨୪ ଖେଳରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଏହାକୁ ଅନ୍ତର୍ଭୁକ୍ତ କରିଛି | ଯୁବ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ଆଇଓସି ଏହି ନିଷ୍ପତ୍ତି ନେଇଛି,ଏହା ବ୍ୟତୀତ ସ୍କାଏଟ୍ ବୋର୍ଡିଂ , ସ୍ପୋର୍ଟ କ୍ଳାଇମିଙ୍ଗ ଏବଂ ସର୍ଫିଂ ମଧ୍ୟ ଏହି କ୍ରୀଡ଼ାରେ ଅନ୍ତର୍ଭୁକ୍ତ କରାଯାଇଛି | ଏହି ତିନୋଟି ଖେଳ ଟୋକିଓ ଅଲିମ୍ପିକ୍ସରେ ଅନ୍ତର୍ଭୂକ୍ତ କରାଯାଉଥିଲା ଯାହା କରୋନା ଜୀବାଣୁ ମହାମାରୀ ହେତୁ ଏ ବର୍ଷ ପାଇଁ ସ୍ଥଗିତ ରଖାଯାଇଥିଲା |

ଟୋକିଓ ତୁଳନାରେ IOC ପ୍ୟାରିସ୍ ଗେମ୍ସରେ ପଦକ ଇଭେଣ୍ଟ ସଂଖ୍ୟା ୧୦ କୁ ହ୍ରାସ କରିଛି, ଅର୍ଥାତ୍ ବର୍ତ୍ତମାନ ୩୨୯ ପଦକ ଇଭେଣ୍ଟ ହେବ | ଚାରୋଟି ବର୍ଗର ଭାରୋତ୍ତୋଳନ ହ୍ରାସ କରାଯାଇଛି, ୨୦୨୪ ରେ ଖେଳାଳି କୋଟା ସହିତ ୧୦୫୦୦ ହେବ ଯାହା ଟୋକିଓ ଅଲିମ୍ପିକ୍ସ ଠାରୁ ୬୦୦ କମ୍ ଅଟେ। ପ୍ରଶାସନିକ ଅନିୟମିତତାର ସମ୍ମୁଖୀନ ହେଉଥିବା ବକ୍ସିଂ ଏବଂ ଭାରୋତ୍ତୋଳନରେ ସବୁଠୁ ବଡ କଟକଣା କରାଯାଇଛି। ପ୍ୟାରିସ୍ ଗେମ୍ସରେ ଭାରଉତ୍ତାଳନରେ ୧୨୦ ଖେଳାଳି ଭାଗ ନେବେ, ., ଯାହା ରିଓ ଡି ଜେନେରେୋର ଅଧାରୁ କମ୍ ଅଟେ |

ଡୋପିଂର ଇତିହାସ ଏବଂ ସଂସ୍କାରର ମନ୍ଥର ଗତି ହେତୁ ଏହାକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ହଟାଇ ଦିଆଯାଇପାରେ | ଆଇଓସି ଏହା ମଧ୍ୟ କହିଛି ଯେ ଅଲିମ୍ପିକ୍ସରେ ଏହାର ଦୀର୍ଘକାଳୀନ ଲକ୍ଷ୍ୟ ହେଉଛି ପୁରୁଷ ଏବଂ ମହିଳାଙ୍କ ସମାନ ଅଂଶଗ୍ରହଣ। ସତୁରି ଦଶକରେ ଆମେରିକାରେ ଏହାକୁ କୁହାଯାଉଥିବାରୁ ବ୍ରେକଡାନସିଂ ଅଲିମ୍ପିକ୍ସରେ ବ୍ରେକିଙ୍ଗ ଭାବରେ ଜଣାଶୁଣା | ଦୁଇ ବର୍ଷ ପୂର୍ବେ ବୁଏନୋସ୍ ଏରେସରେ ଯୁବ କ୍ରୀଡ଼ାରେ ସଫଳ ପରୀକ୍ଷଣ ପରେ ପ୍ୟାରିସ୍ ଆୟୋଜକମାନେ ଏହାକୁ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ। ପରେ ଆଇଓସି ବୋର୍ଡ ଏହାକୁ ଅନୁମୋଦନ କରିଥିଲା। ୧୫୦୦୦ କିଲୋମିଟର ଦୂରରେ ଥିବା ପ୍ରଶାନ୍ତ ମହାସାଗରରେ ଟାହିତ୍ କୂଳରେ ସର୍ଫିଂ ଖେଳ ହେବ।



