ପୂର୍ବତଟ ରେଳପଥ ପକ୍ଷରୁ କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟି ବୈଠକ

ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱର ସ୍ଥିତ ରେଳ ସଦନ ଠାରେ କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି I

ଏହି ବୈଠକ ରେ ରାଜ୍ୟ ସରକାରଙ୍କ ପ୍ରତିନିଧି ମାନଙ୍କ ସହିତ ଚାମ୍ବର ଅଫ କମର୍ସ ଓ ଇଣ୍ଡଷ୍ଟ୍ରିର ସଦସ୍ୟ, ଶିଳ୍ପ, ପିଏସୟୁ, ଯାତ୍ରୀ ସଂଗଠନ ସଦସ୍ୟ, ଖାଉଟି ସଂଗଠନ ସଭ୍ୟ ଏବଂ ଅନ୍ୟାନ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଅଂଶ ଗ୍ରହଣ କରି ସେମାନଙ୍କର ବହୁ ମୂଲ୍ୟ ମତ ଓ ପରାମର୍ଶ ପ୍ରଦାନ କରିଥିଲେ I

ଏହି ବୈଠକ ରେ ଯାତ୍ରୀ ସୁବିଧା ଓ ସେବା ସହିତ ସାଧାରଣ ଚାହିଦା ଓ ଅନ୍ୟାନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା I ପୂର୍ବତଟ ରେଳପଥ ର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ସହିତ ବରିଷ୍ଠ ଉପମହାପ୍ରବନ୍ଧକ ଶ୍ରୀ ଏଚ.କେ.ଦତ୍ତ ଓ ରେଳପଥର ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ I କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟି ର ସମ୍ପାଦକ ତଥା ରେଳପଥ ର ଉପମହାପ୍ରବନ୍ଧକ ଶ୍ରୀ ଅଶୋକ କୁମାର ମିଶ୍ର ଏହି ବୈଠକ କୁ ପରିଚାଳନା କରିଥିଲେ I

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିଠାରୁ ଖୁସି ଫେରିବ ଏଇ ସାତଟି ରାଶିରେ..

Mon Aug 19 , 2019
ଆଜି ଶନି ମହାରାଜଙ୍କର ଅସୀମ କୃପାଦୃଷ୍ଟି ସାତଟି ରାଶି ଉପରେ ରହିବ ଯାହାଦ୍ୱାରା କି ଅସମ୍ପୂର୍ଣ୍ଣ କାର୍ଯ୍ୟ ସବୁ ସମ୍ପୂର୍ଣ ହେବ|ଆସନ୍ତୁ ଜାଣିବା ସେହି ରାଶିମାନଙ୍କ ବିଷୟରେ | ସେହି ସାତଟି ରାଶି ହେଲେ ତୁଳା, କୁମ୍ଭ, ବିଛା,କନ୍ୟା, ମକର , ମିଥୁନ ଏବଂ ଧନୁ | ପବନପୁତ୍ରଙ୍କ କୃପାରୁ ଆପଣଙ୍କୁ ଅଚାନକ ବ୍ୟବସାୟରେ ବଡ ଲାଭ ହୋଇପାରେ |ଏହି ରାଶି ର ବ୍ୟକ୍ତି-ବିଶେଷମାନଙ୍କର ଆସୁଥିବା ସମୟ ବହୁତ ଭଲ […]

You May Like

Pin It on Pinterest