ସରିଲା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ୨ ଦିନିଆ ରିମାଣ୍ଡ । ପାଠକ ବାପା ପୁଅ ଗୁମର ଓ ଟାଟା ମୋଟରସ ଚାକିରି ଠକେଇ ନେଇ ତଥ୍ୟ ଓଗାଳିବାକୁ ରିମାଣ୍ଡ ରେ ନେଇଥିଲା କ୍ରାଇମବ୍ରାଞ୍ଚ ।
ଡିସେମ୍ବର ୨୩ରୁ ପୁରୀ ଶ୍ରୀମନ୍ଦିର ଖୋଲିବାକୁ ଯାଉଥିବା ବେଳେ ୨୭ ତାରିଖରେ ଖୋଲିବାକୁ ଯାଉଛି ଶ୍ରୀ ଲିଙ୍ଗରାଜ ମନ୍ଦିର। ଏହି କ୍ରମରେ ରାଜ୍ୟର ପ୍ରସିଦ୍ଧ କେନ୍ଦ୍ରାପଡାର ବଳଦବଜିଉ ମନ୍ଦିର ଜାନୁଆରୀ ୩ରୁ ଖୋଲିବାକୁ ଯାଉଛି।ମନ୍ଦିର ଖୋଲିବା ନେଇ ସୂଚନା ଦେଲେ ଜିଲ୍ଲାପାଳ ସମର୍ଥ ବର୍ମା।
ଚାଷୀ ଆନ୍ଦୋଳନ ଆଜି ୨୧ ଦିନରେ ପହଂଚିଛି । ସରକାର ଓ ଚାଷୀମାନଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ବି ଏହା ବିଫଳ ଦେଖାଯାଇଛି । ସୁପ୍ରିମ କୋର୍ଟ ଏହି ପ୍ରସଙ୍ଗରେ ସରକାର ଓ ଚାଷୀଙ୍କ ମଧ୍ୟ ବୁଝାମଣା ହେବା ଲାଗି ଉଦ୍ୟମ କରିଛନ୍ତି ଯେ ଏଥି ପାଇଁ କମିଟି ଗଠନ କରାଯିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ବାଂଲାଦେଶୀ ସମକକ୍ଷ ଶେଖ ହାସିନାଙ୍କ ମଧ୍ୟରେ ଆଜି ଗୁରୁତ୍ୱପୂର୍ଣ୍ଣ ଭର୍ଚୁଆଲ ବୈଠକ ହେବାକୁ ଯାଉଛି । ଏହି ଅନଲାଇନ ସମ୍ମିଳନୀ ସମୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ୫୫ ବର୍ଷ ପରେ ସୀମା-ଆରପାରିରେ ରେଳ ଚଳାଚଳ କରିବା ନେଇ ସହମତି ହୋଇପାରେ ।
୨୦୨୧ ରାଜ୍ୟ ବିଧାନସଭା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବା ନିମନ୍ତେ ଭାରତର ନିର୍ବାଚନ କମିସନ୍ର ଏକ ଟିମ୍ ପଶ୍ଚିମବଙ୍ଗରେ ପହଞ୍ଚିଛି। ଡେପୁଟି ଇଲେକ୍ସନ୍ କମିସନ୍ ସୁଦୀପ ଜୈନଙ୍କ ନେତୃତ୍ୱରେ ଏହି ଟିମ୍ ବୁଧବାର ଦିନ କୋଲକାତାରେ ପହଞ୍ଚିଛି।
ବୁଧବାର ବିଳମ୍ବିତ ରାତ୍ରୀରେ ପଞ୍ଜାବର ଅଟ୍ଟାରି ସୀମାନ୍ତରେ ଭାରତୀୟ ସୀମା ଭିତରକୁ ପ୍ରବେଶ ଉଦ୍ୟମ କରୁଥିବା ଦୁଇଜଣ ସଶସ୍ତ୍ର ଅନୁପ୍ରବେଶକାରୀ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆଜି ଅପରାହ୍ନରେ ଯୋଗାଯୋଗ ଉପଗ୍ରହ ସିଏମ୍ଏସ୍-୦୧କୁ ଆଜି ପିଏସ୍ଏଲ୍ଭି-ସି୫୦ ରକେଟ ଜରିଆରେ ମହାକାଶକୁ ପଠାଇବ ଏଥିପାଇଁ ବୁଧବାର ଠାରୁ ଅବଗଣନା ହୋଇସାରିଛି ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠାରୁ ଟେଷ୍ଟ ମ୍ୟାଚ ଆରମ୍ଭ ହେଉଛି । ୪ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ ଆଡିଲେଡରେ ଖେଳାଯାଉଛି । ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ ପୂର୍ବାହ୍ନ ସାଢ଼େ ୯ଟାରେ ଆରମ୍ଭ ହେଉଛି । ଇତି ମଧ୍ୟରେ ମ୍ୟାଚ ପାଇଁ ଟସ୍ ପଡିସାରିଛି । ଟସ ଜିଣି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ।
ଚନ୍ଦ୍ରକୁ ଯାଇଥିବା ଚୀନ୍ର ଏକ ମହାକାଶଯାନ ସେଠାରୁ ଶିଳା ଓ ମୃତ୍ତିକା ନମୁନା ସଂଗ୍ରହ କରି ପୃଥିବୀକୁ ଫେରି ଆସିଛି। ଦୀର୍ଘ ୪୦ ବର୍ଷ ପରେ ପୁଣି ଥରେ ଚନ୍ଦ୍ରରୁ ପୃଥିବୀକୁ ଏହି ସବୁ ସଦ୍ୟ ନମୁନା ଅଣାଯାଇଛି।