ରାଜ୍ୟରେ ଗତ ମାସକ ମଧ୍ୟରେ ୧୧ଶହ କୋଟି ଟଙ୍କାର ଜିଏସଟି (ଗୁଡ୍ ଆଣ୍ଡ ସର୍ଭିସ ଟ୍ୟାକ୍ସ) ଠକେଇ ଧରାପଡ଼ିଥିବା ଜିଏସଟି ସୂଚନା (ଡିଜିଜିଆଇ) ଅତିରିକ୍ତ ମହାନିର୍ଦ୍ଦେଶକ ଜଣାଇଛନ୍ତି ।
ଆଜି ସକାଳ ୧୦ଟା ୧୫ରେ ଯୁବ ବିଜୁ ଜନତା ଦଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଚାଷୀମାନଙ୍କୁ ସମ୍ବୋଧନ କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ବୋଧନ ଭର୍ଚୁଆଲ ମାଧ୍ୟମରେ ହେବ ।
ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ବରିଷ୍ଠ ନେତା ।
ଦେଶର ରାଜଧାନୀ ଦିଲ୍ଲୀରେ ଗୁରୁବାର ରାତି ତାପମାତ୍ରା ୩ ଡିଗ୍ରୀ ସେଲସିୟସକୁ ଖସିଆସିଛି । ଦିଲ୍ଲୀ-ଏନ୍ସିଆର୍ ସମେତ ସମଗ୍ର ଉତ୍ତର ଭାରତରେ ପ୍ରବଳ ଶୀତଲହରୀ ଜାରି ।
ଦିଲ୍ଲୀ-ଏନସିଆର ସମେତ ଗାଜିଆବାଦରେ ମଧ୍ୟ ଭୂକମ୍ପ ଅନଭୂତ ହୋଇଛି । ଏତଦ ବ୍ୟତୀତ ବିଗତ ୨୪ ଘଣ୍ଟା ମଧ୍ୟରେ ରାଜସ୍ଥାନ ଓ ମଣିପୁରରେ ମଧ୍ୟ ଭୂମିକମ୍ପ ହୋଇଛି । ଦିଲ୍ଲୀ-ଏନସିଆରରେ ୧୧.୪୬ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ପ୍ରାରମ୍ଭିକ ତଥ୍ୟ ଅନୁସାରେ ଭୂକମ୍ପର ତୀବ୍ରତା ୪.୨ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଗୁରୁଗ୍ରାମ ଠାରୁ ୪୮ କିଲୋମିଟର ଦକ୍ଷିଣ ପଶ୍ଚିମ ବୋଲି କୁହାଯାଉଛି ।
ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲରେ ଥିବା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମ ଲାଲୁ ପ୍ରସାଦ ଯାଦବଙ୍କ ଜେଲ ମାନୁଆଲ ଉଲ୍ଲଂଘନ ମାମଲାରେ ଶୁକ୍ରବାର ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟରେ ଶୁଣାଣୀ ହେବ ।
ଆଜି ସକାଳ ସାଢ଼େ ୬ଟା ସୁଦ୍ଧା ବିଶ୍ୱରେ ୭ କୋଟି ୫୨ ଲକ୍ଷ ୨୩ ହଜାର ୪୭ ଜଣ କରୋନା ରେ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୬ ଲକ୍ଷ ୬୬ ହଜାର ୯୮୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୫ କୋଟି ୨୮ ଲକ୍ଷ ୪ ହଜାର ୯୫୭ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୭ ଲକ୍ଷ ୫୧ ହଜାର ୧୦୩ ଜଣ ଲୋକ ସକ୍ରିୟ ଅଛନ୍ତି ।
ମିଆଁମାର ସୀମାରେ ୨୦୦୦ କିଲୋମିଟର ପାଚେରୀ ନିର୍ମାଣ କାମ ଆରମ୍ଭ କରିଛି ଚୀନ । ମିଆଁମାର ସେନା ଏହି ପାଚେରୀ ନିର୍ମାଣକୁ ବିରୋଧ କରୁଛି । କିନ୍ତୁ ଚୀନ ନିଜର ଜିଦରେ ଅଟଳ ରହିଛି । ଆମେରିକା ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ।
ଆନ୍ତର୍ଜାତିକ ପ୍ରକୃତି ସଂରକ୍ଷଣ ସଂଘ(ଆଇୟୁସିଏନ୍) ପକ୍ଷରୁ ନିକଟରେ ବିପଦ ମୁଖରେ ପଡ଼ିଥିବା ବିଭିନ୍ନ ପ୍ରାଣୀଙ୍କ ସମ୍ପର୍କରେ ସଦ୍ୟ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରାଯାଇଛି। ଆଇୟୁସିଏନ୍ର ନଜରରେ ରହିଥିବା ମୋଟ ୧,୨୮,୯୧୮ ବିଭିନ୍ନ ପ୍ରଜାତିର ସଜୀବ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ବା ୩୫,୭୬୫ ପ୍ରଜାତିର ପ୍ରାଣୀ ଏବଂ ଉଦ୍ଭିଦର ଅସ୍ଥିତ୍ବ ବିପଦମୁଖରେ ପଡ଼ିଥିବା ଏଥିରେ କୁହାଯାଇଛି।