ବାସ୍ତବବ୍ୟୁରୋ: ୱେବ୍ ସିରିଜ୍ ‘କାଶ୍ମୀର ଫାଇଲ’ର ସୁଟିଂ ସେଟ ରେ ହଠାତ୍ ଖରାପ ହେଲା ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ୱାସ୍ଥ୍ୟ…..
ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଗଲା। ୱେବ୍ ସିରିଜ୍ ‘କାଶ୍ମୀର ଫାଇଲ’ର ସୁଟିଂ ପାଇଁ ମିଥୁନ୍ ଉତ୍ତରାଖଣ୍ଡର ମୁସୁରୀରେ ପହଞ୍ଚିଥିଲେ, ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଡାକ୍ତରଙ୍କ ଏକ ଟିମ୍ ତୁରନ୍ତ ହୋଟେଲକୁ ଯାଇ ତାଙ୍କୁ ଦେଖିବା ପାଇଁ ଯାଇଥିଲେ।
ଖବର ଅନୁଯାୟୀ, ତାଙ୍କର ବାନ୍ତି ଏବଂ ପେଟ ବ୍ୟଥିତ ହୋଇଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତୁରନ୍ତ ଡାକ୍ତରଙ୍କ ଟିମ୍ ତାଙ୍କୁ ଦେଖିବା ପାଇଁ ତାଙ୍କ ହୋଟେଲକୁ ଯାଇଥିଲେ। ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଥିବା ଦର୍ଶାଯାଇଛି। ତେବେ ଡାକ୍ତରମାନେ ତାଙ୍କୁ କିଛି ଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।