ଆଜି ଖାସ୍ ଖବର

ହାଡ ଭଙ୍ଗା ଶୀତ ରେ ଥରୁଛି ସାରା ଓଡିଶା । ରାଜ୍ୟର ୧୧ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‌ ତଳେ ଅଛି। ଫୁଲବାଣୀ ଏବେ ଓଡ଼ିଶାର ସବୁଠୁ ଥଣ୍ଡା ସହର ପାଲଟିଛି। 

ଆସନ୍ତା ଜାନୁଆରୀ 3ରେ ଗଞ୍ଜାମ ଓ 5 ତାରିଖରେ ଚିଲିକାରେ ଆରମ୍ଭ ହେବ ବନ୍ୟପ୍ରାଣୀ, ପକ୍ଷୀ ଗଣନା ପର୍ଯ୍ୟାୟ କ୍ରମେ । 

ପାରାଦୀପରେ ନୌସେନା ଯୁଦ୍ଧ ଜାହାଜ ଓ ଯୁଦ୍ଧ କୌଶଳ ବୁଲି ଦେଖିବେ ଓଡ଼ିଶା ବିଧାନସଭାର ୧୩୧ ବିଧାୟକ । ସକାଳ ୯ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମୁଦ୍ରରେ ନୌସେନାର ଯୁଦ୍ଧ କୌଶଳ ଦେଖିବେ । 

ରାଜଧାନୀରେ ଆଉ ଦୁଇଟି ନୂଆ ଓଭରବ୍ରିଜ ତିଆରି ହେବ । ଉଭୟ ଫ୍ଲାଏଓଭର ୬ ଲେନ୍‌ ବିଶିଷ୍ଟ ହେବ ବୋଲି ଜଣାପଡିଛି । ଭୁବନେଶ୍ୱରରେ କଳିଙ୍ଗ ହସ୍ପିଟାଲ ଛକରୁ ରେଲ୍‌ବିହାର ଛକ ଯାଏ ପ୍ରଥମ ଫ୍ଲାଏଓଭର ଓ ଡମଣା ଛକରୁ ଚନ୍ଦ୍ରଶେଖରପୁର ଥାନା ଯାଏ ଆଉ ଏକ ଫ୍ଲାଏଓଭର ରହିବ।

ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି ଅଧ୍ୟକ୍ଷ ଶରଦ ପାୱାର ତୃଣମୂଳ କଂଗ୍ରେସ ପାର୍ଟିକୁ ସମର୍ଥନ ଜଣାଇଛନ୍ତି । 

ଉତ୍ତର ପ୍ରଦେଶର ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତିଥି ହେବେ । ମୋଦୀ ଭିଡିଓ କନଫରେନ୍ସ ଜରିଆରେ ଏହି ସମ୍ମିଳନୀରେ ଯୋଗଦେବେ । ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ବାର୍ଷିକ ସମାରୋହରେ ୫୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଜଣେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ହେଉଛନ୍ତି

 ଉତ୍ତର ପ୍ରଦେଶର ଯମୁନା ଏକ୍ସପ୍ରେସ-ୱେରେ ମର୍ମନ୍ତୁଦ ଦୁର୍ଘଟଣା: କଣ୍ଟେନର ଧକ୍କା ଦେବାରୁ କାରରେ ଲାଗିଲା ନିଆଁ, ୫ ଜଣ ଯାତ୍ରୀ ଜୀଅନ୍ତା ଜଳିଗଲେ

ଦେଶରେ କଲରାପତରିଆ ବାଘଙ୍କ ସଂଖ୍ୟା ୬୦% ବୃଦ୍ଧି ପାଇଛି । ଷ୍ଟାଟସ୍ ଅଫ୍ ଲିଓପାର୍ଡ -୨୦୧୮ ରିପୋର୍ଟର ତଥ୍ୟ ଅନୁଯାୟୀ , ଭାରତରେ ଏବେ କଲରାପତରିଆ ବାଘ ସଂଖ୍ୟା ୧୨ ହଜାର ୮୫୨ ।

ଜମ୍ମୁ କଶ୍ମୀରରେ ଜିଲ୍ଲା ବିକାଶ ପରିଷଦ (ଡିଡିସି) ନିର୍ବାଚନର ମତଗଣନା ଆଜି (ମଙ୍ଗଳବାର) ହେଉଛି । ସକାଳ ୯ଟାରୁ ଏହି ମତଗଣନା ଆରମ୍ଭ ହୋଇଯାଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ଫଳାଫଳ ବାହାରିବ । 

ସୋମନାଥ ମନ୍ଦିର ଟ୍ରଷ୍ଟ ମନ୍ଦିରରେ ଲାଗିଥିବା ୧୪୦୦ କଳସକୁ ସୁନାର ପ୍ରଲେପ ଦେବାକୁ ନିଷ୍ପତ୍ତି ନେଇଛି। ୨୦୨୧ ବର୍ଷ ଶେଷ ସୁଦ୍ଧା, ମନ୍ଦିରର ସମସ୍ତ କଳସକୁ ସୁନା ଛାଉଣୀରେ ପରିଣତ କରିବାର କାର୍ଯ୍ୟ ସମାପ୍ତ ହେବ |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ପ୍ରତିଷ୍ଠିତ ‘ଲିଜନ୍ ଅଫ୍ ମେରିଟ୍’ ଆଓ୍ୱାର୍ଡ ସମ୍ମାନରେ ସମ୍ମାନିତ କରାଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରଣଜିତ ସଙ୍ଘୁ ମୋଦୀଙ୍କ ତରଫରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ।

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ସୋମବାର ସାର୍ବଜନୀକ ଭାବେ କରୋନା ଟିକା ନେଇଛନ୍ତି । ତାଙ୍କୁ କରୋନା ଭାକସିନ୍ ର ପ୍ରଥମ ଟିକା ଦିଆଯାଇଛି ।

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୭ କୋଟି ୭୬ ଲକ୍ଷ ୬ ହଜାର ୯୪୦ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୧୭ ଲକ୍ଷ ୮ ହଜାର ୨୩୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୫ କୋଟି ୪୫ ଲକ୍ଷ ୬୧ ହଜାର ୭୫୬ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୧୪ ଲକ୍ଷ ୧୬ ହଜାର ୯୪୯ ଜଣ ଲୋକ ସକ୍ରିୟ ଅଛନ୍ତି । 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୨୦୨୦ ରେ ଧୋକା ଦେଲା କୋହଲିଙ୍କ ବ୍ୟାଟ୍

Wed Dec 23 , 2020
ବାସ୍ତବବ୍ୟୁରୋ: ୨୦୨୦ ରେ ଧୋକା ଦେଲା କୋହଲିଙ୍କ ବ୍ୟାଟ୍ ଶତକ ହାସଲ କରିପାରି ନଥିଲାଜଣେ ବ୍ୟାଟ୍ସମ୍ୟାନଙ୍କ ପାଇଁ , ଯେତେବେଳେ ତାଙ୍କ ବ୍ୟାଟ୍ ସ୍କୋର ନକରେ, ସମୀକ୍ଷକ କୁହନ୍ତି “ଫର୍ମ ବାହାରେ”| କୋହଲିଙ୍କ ପାଇଁ ଜଣେ ସମୀକ୍ଷକ ଥରେ କହିଥିଲେ ଯେ ଏହି ଶବ୍ଦ ତାଙ୍କ ପାଇଁ ବ୍ୟବହୃତ ହୋଇନପାରେ। ଯଦିଓ କୋହଲିଙ୍କୁ ଆଜି ମଧ୍ୟ “ଫର୍ମ ବାହାରେ” କୁହାଯାଇପାରିବ ନାହିଁ, ସେ ଚଳିତ ବର୍ଷ କୌଣସି ଫର୍ମାଟରେ ଗୋଟିଏ […]

You May Like

Pin It on Pinterest