ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ । ସକାଳ ସାଢ଼େ ୭ଟାରୁ ଦର୍ଶନ ଆରମ୍ଭ ।
୨୪ତମ ପ୍ରତିଷ୍ଠା ଦିବସ ପାଳନ ଲାଗି ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ସମସ୍ତ ନେତାଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ କୁହାଯାଇଛି,ଏଥର ପ୍ରତିଷ୍ଠା ଦିବସ ରାଜ୍ୟସ୍ତରରେ ଓ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ କୋଭିଡ୍ ନିୟମ କଡ଼ାକଡ଼ି ଅନୁପାଳନ ସହିତ ପାଳନ ହେବ।
କୋଭିଡ ଟିକାକରଣ ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ୍ସ୍ତରରେ ବ୍ୟାପକ ବ୍ୟବସ୍ଥା କରିବା ଲାଗି ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।
ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡ଼ୁଥିବା ପାର୍ବଣ ବିଶେଷ ଟ୍ରେନଗୁଡିକର ଚଳାଚଳ ଅବଧିକୁ ୨୦୨୧ ଜାନୁଆରି ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ଆଜି କୃଷକ ଦିବସ, ଦିଲ୍ଲୀ ସୀମାରେ ଚାଷୀ ସଂଘର୍ଷ ଜାରି ।
ଆସନ୍ତା ବର୍ଷ ଫେବୃୟାରୀରେ ହେବାକୁ ଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍ଇ)ର ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିଛନ୍ତି କେନ୍ଦ୍ର ସରକାର ।
ଉତ୍ତର ପ୍ରଦେଶର ପୟାଗରାଜସ୍ଥିତ ଇଫକୋ କାରଖାନାରେ ବଡ଼ ଦୁର୍ଘଟଣା ଘଟିଛି । ୟୁରିଆ ପ୍ରସ୍ତୁତ କରୁଥିବା ଏହି କାରଖାନାରେ ମଙ୍ଗଳବାର ରାତି ଆମୋନିଆ ଗ୍ୟାସ ନିର୍ଗତ ହେବାରୁ ୨ ଜଣ ଅଧିକାରୀଙ୍କ ପ୍ରାଣହାନୀ ଘଟିଛି ।
ଲଣ୍ଡନ୍ରୁ ଆସୁଥିବା ବିମାନ ଯାତ୍ରୀମାନଙ୍କ ବାଧ୍ୟତାମୂଳକ ଆର୍ଟିପିସିଆର ଟେଷ୍ଟ୍ କରାଯାଉଛି। ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି।
ପ୍ରଥମ ଥର କଶ୍ମୀର ଭ୍ୟାଲିରେ ବିଜେପି ଜିତିଲା ୩ଟି ଆସନ, ମୋଟ ୭୩ଟି ଆସନରେ ବିଜୟୀ ।
କରୋନାର ଆଉ ଏକ ନୂଆ ଷ୍ଟ୍ରେନ ସଂପର୍କରେ ବିଶେଷଜ୍ଞମାନେ ଅବଗତ ହେବା ପରେ ଆଜିଠୁ ଭୁଟାନରେ ୭ ଦିନିଆ ଲକଡାଉନ ଆରମ୍ଭ ହୋଇଯାଇଛି ।