ଆଜି ୨୪ ଡିସେମ୍ବର ୨୦୨୦ ଆପଣଙ୍କର ଜନ୍ମଦିନ, ଜାଣିବା ଆପଣଙ୍କ ବ୍ୟକ୍ତିତ୍ୱ ଓ ଭବିଷ୍ୟତ….

ବାସ୍ତବବ୍ୟୁରୋ: ଆଜି ୨୪ ଡିସେମ୍ବର ୨୦୨୦ ଆପଣଙ୍କର ଜନ୍ମଦିନ |
ଜନ୍ମଦିନର ଶୁଭେଚ୍ଛା ସହିତ ବାସ୍ତବଟିଭିର ବିଶେଷ ଉପସ୍ଥାପନାକୁ ଆପଣଂକୁ ସ୍ୱାଗତ | ଏହି ସ୍ତମ୍ଭ ନିୟମିତ ଭାବରେ,ଉକ୍ତ ଦିବସରେ ଜନ୍ମିତ ବ୍ୟକ୍ତିଙ୍କର, ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତ ବିଷୟରେ ସୂଚନା ଦେଇଥାଏ | ଆଜି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ବିଷୟରେ ସୂଚନା:

୨୪ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ମୂଳ ଅଙ୍କ ୬ ଅଟେ | ଏହି ୬ ଅଙ୍କ ଦ୍ୱାରା ପରିଚାଳିତ ବ୍ୟକ୍ତିଙ୍କର, ଅଧିଷ୍ଟାତା ଗ୍ରହ ଶୁକ୍ର’ | ଏହି ଗ୍ରହଙ୍କ ଦ୍ୱାରା ପରିଚାଳିତ ବ୍ୟକ୍ତି ,ପ୍ରାୟତଃ ଆକର୍ଷଣୀୟ, ବିନୋଦପ୍ରୟ ଓ କଳାପ୍ରିୟ | ଏହିପରି ବ୍ୟକ୍ତି ବହୁତ ଆତ୍ମବିଶ୍ୱାସ ଅଟନ୍ତି | ଏହି ଆତ୍ମବିଶ୍ୱାସ ହେତୁ ଆପଣ କୌଣସି ପରିସ୍ଥିତିରେ ବିଚଳିତ ହୁଅନ୍ତି ନାହିଁ | ଏହି ଗ୍ରହ ଦ୍ୱାରା ପରିଚାଳିତ ବ୍ୟକ୍ତି ସୁଗନ୍ଧ ପ୍ରିୟ ଓ ଉଚ୍ଚାଭିଳାସୀ | ଶୁକ୍ର ଦ୍ୱାରା ପ୍ରଭାବିତ ବ୍ୟକ୍ତିଙ୍କଠାରେ,ଅନ୍ୟ ଲିଙ୍ଗ ପ୍ରତି ଆକୃଷ୍ଠ ହେବାର ଦେଖିବାକୁ ମିଳେ | ଉଦାହରଣ ସ୍ୱରୂପ, ଆପଣ ପୁରୁଷ ହୋଇଥିଲେ ମହଳାମାନଙ୍କ ପ୍ରତି ଦୁର୍ବଳତା ପ୍ରବୃତ୍ତି ଓ | ଯଦି ଆପଣ ଜଣେ ମହିଳା, ଆପଣ ପୁରୁଷମାନଙ୍କ ପ୍ରତି ଆଗ୍ରହୀ ହେବେ | କିନ୍ତୁ ଆପଣ ହୃଦୟ ବହୁତ ନିର୍ମଳ |
ଶୁଭ ତାରିଖ: ୬ , ୧୫ , ୨୪
ଶୁଭ ସଂଖ୍ୟା: ୬ , ୧୫ , ୨୪ , ୩୩ , ୪୨ , ୫୧ , ୬୯ , ୭୮
ଶୁଭ ବର୍ଷ:୨୦୨୨ , ୨୦୨୬
ଇଷ୍ଟଦେବ : ମାତା ସରସ୍ୱତୀ, ମହାଲକ୍ଷ୍ମୀ |
ଶୁଭ ରଙ୍ଗ: କ୍ରିମ୍, ଧଳା, ନାଲି, ବାଇଗଣୀ |

ନୂଆ ବର୍ଷ ଆପଙ୍କ ପାଇଁ କିପରି ହେବ |
ଯଦି ଆପଣ ଲେଖାଲେଖି କରୁଥାନ୍ତି, ଏବର୍ଷଟି ଆପଣଙ୍କ ପାଇଁ ବହୁତ ଭଲ | CA ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରମାନଙ୍କ ପାଇଁ ଏ ବର୍ଷ ଶୁଭ ହେବ | ବ୍ୟବସାୟରେ ମଧ୍ୟ ସଫଳତା ମିଳିବ | ବିବାହ ଯୋଗ ମଧ୍ୟ ରହିଛି | ସ୍ତ୍ରୀ ଙ୍କ ପକ୍ଷରୁ ସମର୍ଥନ ପାଇ ଆପଣ ଖୁସି ହେବେ | ଚାକିରୀ କରୁଥିବା ବ୍ୟକ୍ତିମାନେ ସେମାନଙ୍କର ଶ୍ରମର ଶକ୍ତି ଉପରେ ଅଗ୍ରଗତି କରିବାର ଅଧିକାର ପାଇବେ | ଆପଣ ବ୍ୟାଙ୍କ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ,ସେଥିରେ ମଧ୍ୟ ସଫଳତା ପାଇବେ | ଦାମ୍ପତ୍ୟ ଜୀବନରେ ଏକ ମିଶ୍ରିତ ଫଳ ଦେଖାଯିବ | ଅର୍ଥନୈତିକ ପ୍ରସଙ୍ଗରେ ବୁଝିବିଚାରି ଚାଲିବାକୁ ପଡିବ |
ଆଲେଖ୍ୟ :- ଡ଼. ନବକିଶୋର ମିଶ୍ର ,ସଂସ୍କୃତ ଅଧ୍ୟାପକ , କାନପୁର ଆଞ୍ଚଳିକ ମହାବିଦ୍ୟାଳୟ ,କାନପୁର କଟକ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କରୋନାର ସ୍ଥିତି ଭାରତରେ ପୁଣି ଗମ୍ଭୀର ହେବାକୁ ଲାଗିଛି ,ଗତ ୨୪ ଘଣ୍ଟା ରେ ୨୪୭୧୨ ସଂକ୍ରମିତ ...

Thu Dec 24 , 2020
ବାସ୍ତବବ୍ୟୁରୋ: କରୋନାର ସ୍ତିତି ଭାରତରେ ପୁଣି ଗମ୍ଭୀର ହେବାକୁ ଲାଗିଛି ,ଗତ ୨୪ ଘଣ୍ଟା ମଧ୍ୟରେ ୨୪୭୧୨ ସଂକ୍ରମିତ ହୋଇଛନ୍ତି |ଦୈନିକ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୪ ,୭୧୨ ଲୋକ ଏହି ଜୀବାଣୁ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏଥି ସହିତ ବୁଧବାର ଦିନ ୨୩ ,୯୫୦ ଲୋକ ସଂକ୍ରମିତ ହୋଇଥିଲେ। ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଏକ କୋଟିରୁ ଅଧିକ […]

You May Like

Pin It on Pinterest