୧୦ ଡିଗ୍ରୀ ତଳକୁ ରହିଛି ୧୧ ଟି ସହରର ତାପମାତ୍ରା । ଫୁଲବାଣୀ ଏବଂ ଅନୁଗୁଳରେ ଅଧିକ ଶୀତ । ଆହୁରି ୩ ଦିନ ହାଡଭଙ୍ଗା ଶୀତ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ରାଉରକେଲା ସେକ୍ଟର ୨୧ ରହମତ ନଗର ବସ୍ତିରେ ଭୟବାହ ଅଗ୍ନିକାଣ୍ଡ ଘଟିଛି । ଟାୟାର ଗୋଦାମରେ ଅଗ୍ନିକାଣ୍ଡ ଘଟି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ।
ଡିସେମ୍ବର ୨୪ ଓ ୨୫ ତାରିଖ ମଧ୍ୟ ରାତ୍ରୀରେ ପ୍ରଭୁ ଯୀଶୁ ଧରାପୃଷ୍ଠରେ ଅବତରଣ କରିବା ସହିତ ସମଗ୍ର ବିଶ୍ୱ ସମେତ ଓଡ଼ିଶାରେ ମଧ୍ୟ ଆଜି ବଡ଼ଦିନ ପର୍ବ ପାଳନ ହେଉଛି ।
ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଗତ ୧୪ ଦିନ ଭିତରେ ୟୁକେରୁ ଓଡିଶାକୁ ୪୩ ଜଣ ଯାତ୍ରୀ ଆସିଛନ୍ତି । ବ୍ରିଟେନରୁ ଭୁବନେଶ୍ୱରକୁ ସର୍ବାଧିକ ଯାତ୍ରୀ ଆସିଛନ୍ତି । ବ୍ରିଟେନରୁ ଭୁବନେଶ୍ୱରକୁ ୨୧ଜଣ, କଟକକୁ ଆସିଛନ୍ତି ୫ ଜଣ, କୋରାପୁଟକୁ ୩ ଜଣ, ବ୍ରହ୍ମପୁରକୁ ୩ ଜଣ, ନୟାଗଡକୁ ୨ ଜଣ, ନବରଙ୍ଗପୁର ୨ ଜଣ ଆସିଛନ୍ତି । ସେହିପରି ସମ୍ବଲପୁର, ରାଜଗାଙ୍ଗପୁର, ଖୋର୍ଦ୍ଧା, ଜଗତସିଂହପୁର, ସାକ୍ଷୀଗୋପାଳ, ବଲାଙ୍ଗିର, ନୟାଗଡ ଓ ଯାଜପୁରକୁ ଜଣେ ଲେଖାଏଁ ଯାତ୍ରୀ ଆସିଛନ୍ତି ।
ଆଜି ସ୍ୱର୍ଗତଃ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଦିଲ୍ଲୀର ଭିନ୍ନ ଭିନ୍ନ ସୀମାରେ ଆନ୍ଦୋଳନରତ ଚାଷୀଙ୍କୁ ବୁଝାଇବା ପାଇଁ ସରକାର ଆମନ୍ତ୍ରଣ ପଠାଇଛନ୍ତି । ଆଜି ଯୁଗ୍ମ ଚାଷୀଙ୍କ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଆଗାମୀ ଦିନର ରଣନୀତି ନିର୍ଦ୍ଧାରଣ ହେବ ।
ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀକୁ ସୁଶାସନ ଦିବସ ଭାବେ ପାଳନ କରି ଭାରତୀୟ ଜନତା ପାର୍ଟି ଆଜି (ଶୁକ୍ରବାର) ଦେଶର ୧୯ ହଜାରରୁ ଅଧିକ ସ୍ଥାନରେ କାର୍ଯ୍ୟକ୍ରମର ଆୟୋଜନ କରୁଛି ।
ନୂଆ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ଭାରତରେ ଠାବ ହୋଇଛି। ପ୍ରଥମେ ଏହା ବ୍ରିଟେନ୍ରେ ଠାବ ହୋଇଥିଲା ଏବଂ ଏବେ ପ୍ରାୟ ୧୨ଟି ଦେଶକୁ ବ୍ୟାପିଗଲାଣି। ବିଜୟୱାଡ଼ାରେ ଜଣେ ଏଂଗ୍ଲୋ ଇଣ୍ଡିଆନ୍ ମହିଳା ଏହି ନୂତନ ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
ଭାରତ ଓ ଫିଲିପାଇନ୍ସରେ ଆଜି ଭୋର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀର ରିପୋର୍ଟ ଅନୁସାରେ ଜାତୀୟ ରାଜଧାନୀ ଦିଲ୍ଲୀର ନଙ୍ଗଲୋଇଠାରେ ଆଜି ସକାଳ ୫ଟା ୨ ମିନିଟରେ ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂମ୍ପର ତୀବ୍ରତା ୨.୩ ଥିବା ଜଣାଯାଇଛି ।
ସମଗ୍ର ବିଶ୍ୱରେ ଆଜି ପର୍ଯ୍ୟନ୍ତ ୭ କୋଟି ୯୬ ଲକ୍ଷ ୯୪ ହଜାର ୩୬୦ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୧୭ ଲକ୍ଷ ୪୮ ହଜାର ୨୩୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୫ କୋଟି ୬୧ ଲକ୍ଷ ୯ ହଜାର ୬୦ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୧୮ ଲକ୍ଷ ୮୩ ହଜାର ୬୪ ଜଣ ଲୋକ ସକ୍ରିୟ ଅଛନ୍ତି ।
ଆଫ୍ରିକାର ଇଥିଓପିଆରେ ବନ୍ଧୁକଧାରୀ ଆତଙ୍କବାଦୀମାନେ ଏକ ଗାଁରେ ପଶି ଆଖିବୁଜା ଗୁଳିଚାଳନା କରିବା ଫଳରେ ୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇବା ସହ ଅନେକ ଲୋକ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିବା ପରେ ବେକୋଜି ଗ୍ରାମ ସହ ଆଖ ପାଖ ଗ୍ରାମରୁ ହଜାର ହଜାର ଲୋକ ଭୟରେ ଗାଁ ଛାଡି ସହର ମୁହାଁ ହେଉଛନ୍ତି ।