ଆଜି ୨୬ ଡିସେମ୍ବର ଆପଣଙ୍କର ଜନ୍ମଦିନ, ଆସନ୍ତୁ ଜାଣିବା ଆପଣଙ୍କ ବ୍ୟକ୍ତିତ୍ୱ ଓ ଭବିଷ୍ୟତ….

ବାସ୍ତବବ୍ୟୁରୋ: ଆଜି ୨୬ ଡିସେମ୍ବର ଆପଣଙ୍କର ଜନ୍ମଦିନ|ଜନ୍ମଦିନର ଶୁଭେଚ୍ଛା ସହିତ, ବାସ୍ତବଟିଭିର ବିଶେଷ ଉପସ୍ଥାପନାକୁ ଆପଣଂକୁ ସ୍ୱାଗତ | ଏହି ସ୍ତମ୍ଭ ନିୟମିତ ଭାବରେ ଉକ୍ତ ଦିବସରେ ଜନ୍ମିତ ବ୍ୟକ୍ତିଙ୍କ,ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତ ବିଷୟରେ ସୂଚନା ଦେଇଆସୁଛୁ | ଆମରଏ ପ୍ରୟାସ ସହ ଆପଙ୍କ ବଲପାଈବା ଓ ସଦିଛା,ଯୋଡି ହୋଇଥିବାରୁ ଆମେ ଋଣୀ |ତେବେ ଆସନ୍ତୁ ଆଜି ଯେଉଁମାନଙ୍କର ଜନ୍ମଦିନ ଅଛି,ସେମାନଙ୍କ ବ୍ୟକ୍ତିତ୍ୱ ଓ ଭବିଷ୍ୟତ ସମ୍ଵଧ୍ୟରେ ଜାଣିବା କିଛି ଜଣା ଅଜଣା ସୂଚନା |

୬ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ମୂଳଅଙ୍କ ୮ ଅଟେ |ଏହି ୮ ଅଙ୍କ ଦ୍ୱାରା ପରିଚାଳିତ ବ୍ୟକ୍ତିଙ୍କର ଅଧିଷ୍ଟାତା ଗ୍ରହ ସୂର୍ଯ୍ୟପୁତ୍ର ଶନି | ଏହି ଦିନ ଜନ୍ମ ହୋଇଥିବା ଲୋକମାନେ ଧର୍ଯ୍ୟବାନ, ବିଚକ୍ଷଣ ବୁଦ୍ଧି ସମ୍ପର୍ଣ୍ଣ ଓ ପରିଶ୍ରମୀ ଅଟନ୍ତି | ଏହାଙ୍କ ସ୍ୱଭାବ କଠୋର ଏବଂ ସ୍ୱର ଭୟଙ୍କର ଅଟେ | ଆପଣ ବସ୍ତୁବାଦୀ ଓ ଆଶ୍ଚର୍ଯ୍ୟଜନକ ଶକ୍ତିର ଗୁରୁ ଅଟନ୍ତି | ଜୀବନରେ କରୁଥିବା ପ୍ରତ୍ୟେକ କାର୍ଯ୍ୟର ଅର୍ଥ ଅଛି |ଆପଙ୍କ ମନ ବୁଝିବା କଷ୍ଟକର | ଅନେକ ସଂଘର୍ଷ ପରେ ସଫଳତା ପାଇବେ | ବେଳେବେଳେ ଏହି ବ୍ୟକ୍ତିଙ୍କ ପରିଶ୍ରମ ରେ ହୋଇଥିବା କାର୍ଯ୍ୟର ଅନ୍ୟମାନେ ଶ୍ରେୟ ନେଇଥାନ୍ତି |
ଶୁଭ ତାରିଖ: ୮ , ୧୭ , ୨୬
ଶୁଭ ସଂଖ୍ୟା: ୮ , ୧୭ , ୨୬ , ୩୫ , ୪୪
ଶୁଭ ବର୍ଷ: ୨୦୨୪, ୨୦୪୨
ଇଷ୍ଟ ଦେବ: ହନୁମାନଜୀ, ଶନି ଦେବତା |
ଶୁଭ ରଙ୍ଗ: କଳା, ଗାଢ଼ ନୀଳ, ବାଇଗଣୀ |

ନୂଆବର୍ଷ ଆପଣଙ୍କ ପାଇଁ କିପରି ହେବ |
ଏହି ତାରିଖରେ ଜନ୍ମିତ ବ୍ୟକ୍ତି ସବୁକିଛିରେ ସଫଳତା ପାଇବେ | ଯେଉଁମାନେ ଏପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇଛନ୍ତି ସେମାନେ ମଧ୍ୟ ସଫଳ ହେବେ। ବାଣିଜ୍ୟ-ବ୍ୟବସାୟ ପରିସ୍ଥିତି ଭଲ ହେବ |ଚାକିରୀ କରୁଥିବା ବ୍ୟକ୍ତିମାନେ ଅଗ୍ରଗତି କରିବେ | ଯଦି ଆପଣ ବେକାର ଅଛନ୍ତି ଚେଷ୍ଟା କଲେ,ଆପଣ ଚାକିରୀ ପାଇବାରେ ସଫଳ ହେବେ | ଶତ୍ରୁ ପ୍ରଭାବହୀନ ହେବ, ସ୍ୱାସ୍ଥ୍ୟ ଦୃଷ୍ଟିରୁ ସମୟ ଅନୁକୂଳ ହେବ | ସମୟକୁ ସଠିକ୍ ଭାବରେ ବ୍ୟବହାର କରି ରାଜନୈତିକ ବ୍ୟକ୍ତିମାନେ ମଧ୍ୟ ଉପକୃତ ହେବେ।
ଆଲେଖ୍ୟ :- ଡ.ନବକିଶୋର ମିଶ୍ର , ସଂସ୍କୃତ ଅଧ୍ୟାପକ କାନପୁର ଆଂଚଳିକ ମହାବିଦ୍ୟାଳୟ, କାନପୁର କଟକ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Dec 26 , 2020
ବାସ୍ତବବ୍ୟୁରୋ: ପ୍ରତିଦିନ ଆମେ ବିଭିନ୍ନ ଖବର ସହିତ ଆପଣଙ୍କୁ ଅବଗତ କରାଇ ଥାଉ |ଅନେକ ଖବର ଆମ ଆଖି ଆଗରେ ଏଥିମଧ୍ୟରୁ କିଛି ହେଉଛି ଗୁରୁତ୍ୱପୂର୍ଣ୍ଣ ଖବର ଯାହା ଆମ ଜୀବନରେ ପ୍ରଭାବ ପକାଇଥାଏ ଆଶାକରୁ ଆପଣଙ୍କୁ ଭଲଲାଗିବ | ଭିମ୍‌ସାର କୋଭିଡ୍ ହସ୍ପିଟାଲରୁ ଆଜି ୮ ଜଣ ମୃତକଙ୍କ ଶବ ବାହାରି ରାଜଘାଟରେ ଦାହ କରାଯାଇଛି । ଗୋଟିଏ ଦିନରେ ଏତେ କୋଭିଡି ହସପିଟାଲରୁ ଅଟେ ସଂଖ୍ୟକ ଶବ […]

You May Like

Pin It on Pinterest