ବାସ୍ତବବ୍ୟୁରୋ:(କେନ୍ଦୁଝର) ୪୯ ନମ୍ୱର ଜାତୀୟ ରାଜପଥ କାଞ୍ଜିପାଣି ଥାନା କୁଆଁର ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି ।ଭାରସ୍ୟାମ ହରାଇ ଏକ ମହିନ୍ଦ୍ରା ପିକଅପ ମିନିଟ୍ରକ ଓଲଟି ପଡିବାରୁ ୪ ଜଣ ଗୁରୁତର ହେବା ସହ ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବାର ସୂଚନା ମିଳିଛି ।
ଖବର ଅନୁଯାଇ , ବାଂଶପାଳ ବ୍ଲକ ହଳଦୀପାଣି ଗ୍ରାମରୁ ରାଇସୁଆଁ ବଳଦାପାଳ ଗ୍ରାମକୁ ଝିଅ ଘରକୁ ସାଦ ଖିଆ ପାଇଁ ଯାଉଥିବା ବେଳେ କୁଆଁର କଲୋନୀ ଛକ ଠାରେ ଦୁର୍ଘଟଣା ଘଟିଥିଲା ।ଘଟଣାସ୍ଥଳରେ କାଞ୍ଜିପାଣି ଥାନା ପୁଲିସ ଓ ସ୍ଥାନୀୟ ଲୋକେ ଗୁରୁତର ଓ ଆହତଙ୍କୁ ଉଦ୍ଧାର କରି ୨ଟି ୧୦୮ ଆମୁଲାନ୍ସ ଯୋଗେ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସମସ୍ତ ଯାତ୍ରୀ ହଳଦୀପାଣି ଗ୍ରାମର ବୋଲି ଜଣାପଡିଛି, ସେମାନଙ୍କ ମଧ୍ୟରୁ ତୁଳସୀ ଦେହୁରୀ ,ସୁକାନ୍ତି ଦେହୁରୀ,କବିତ୍ରା ଦେହୁରୀ,ଚିଲ ଦେହୁରୀଙ୍କ ସଂକଟାପନ୍ନ ଅବସ୍ଥାରେ ଥିବାବେଳେ ଅନ୍ୟ ୨୦ରୁ ଉର୍ଦ୍ଧ୍ୱ ଆହତ ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।



