୧-ଦେଶର ଆଇକନିକ ପର୍ଯ୍ୟଟନ ସ୍ଥଳୀ ତାଲିକାରେ ସ୍ଥାନ ପାଇବ ଓଡ଼ିଶା: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ।
୨-ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ:ସବୁ ଶିକ୍ଷା ଅନୁଷ୍ଠାନରେ ରହିବ ଅଗ୍ନି ନିର୍ବାପକ ବ୍ୟବସ୍ଥା।
୩-ମହାରାଷ୍ଟ୍ରରେ ବନ୍ୟା ଓ ପଶ୍ଚିମ ବଙ୍ଗରେ ଟ୍ରକ୍ ଧର୍ମ ଘଟ: ପିଆଜ ୩୦ ଓ ଆଳୁ ହେଲାଣି ୧୫।
୪-ରାଜ୍ୟରେ “ୱାନ ନେସନ ୱାନ ରାସନ କାର୍ଡ଼” ସେପ୍ଟେମ୍ବର ୧ରୁ ଲାଗୁ : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।
୫-କମିଲା କର୍ପୋରେଟ ଟ୍ୟାକ୍ସ, ସର୍ଚାର୍ଜ ୩୦%ରୁ ୨୫%କୁ ହ୍ରାସ ହୋଇପାରେ ବୋଲି ସଙ୍କେତ ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
୬-ଭୁବନେଶ୍ୱର:ହଷ୍ଟେଲରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହେଲେ ୱାର୍ଡେନ୍।
୭-‘୩୩୩୮କୋଟି ‘ଫୋନି’ ସହାୟତା ମୋଦି ସରକାରଙ୍କ ଓଡ଼ିଶାବାସୀଙ୍କ ପାଇଁ ପ୍ରତିବଦ୍ଧତାର ପ୍ରମାଣ’ :କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
୮-ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରୁ ହଟିବ ଜୁନିଅର୍ କଲେଜ୍।ୟୁନିଟ-୯ ସ୍ଥିତ ବାଳିକା ହାଇସ୍କୁଲ ପରିସରରେ ହାୟାର ସେକେଣ୍ଡାରୀ ସ୍କୁଲ ପ୍ରତିଷ୍ଠା ହେବ।
୯-ଓଡ଼ିଶା ବିଧାନ ସଭା ହେବ ଇ-ବିଧାନସଭା, ଏଣିକି ପେପର କାର୍ଯ୍ୟ ବନ୍ଦ।
୧୦-INX ମିଡିଆ ମାମଲାରେ ଖୁବ୍ ଶୀଘ୍ର ଗିରଫ ହୋଇପାରନ୍ତି ପାରନ୍ତି ପି.ଚିଦାମ୍ବରମ, ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ।
୧୧-କାଶ୍ମୀର: ସୁରକ୍ଷା ପରିଷଦରେ ହଟହଟା ହେବା ପରେ ଆଇସିଜେର ଦ୍ଵାରସ୍ଥ ହେବ ପାକିସ୍ତାନ।