
ବାସ୍ତବବ୍ୟୁରୋ:ଆଜି ଦେଶର ପ୍ରଥମ ଡ୍ରାଇଭର ବିହୀନ ମେଟ୍ରୋ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ,ଏଥିସହ ଏନସିଏମସି କାର୍ଡ ମଧ୍ୟ ଲଞ୍ଚ କରାଯିବ |
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର (ଆଜି) ସକାଳ ୧୧ ଟାରେ ଦେଶର ପ୍ରଥମ ଡ୍ରାଇଭର ବିହୀନ ମେଟ୍ରୋ ସେବା ଆରମ୍ଭ କରିବେ। ମ୍ୟାଜେଣ୍ଟା ଲାଇନର ଜନକପୁରୀ-ବଟାନିକାଲ୍ ଗାର୍ଡେନ୍ କରିଡରରେ ୩୭ କିଲୋମିଟର ବ୍ୟାସାର୍ଦ୍ଧରେ ଏହି ସେବା ଆରମ୍ଭ ହେବା ସହିତ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ, ବିମାନବନ୍ଦର ଏକ୍ସପ୍ରେସ ଲାଇନରେ ନ୍ୟାସନାଲ କମନ୍ ମୋବିଲିଟି କାର୍ଡ (ଏନସିଏମସି) ସେବା ମଧ୍ୟ ଆରମ୍ଭ କରିବେ। ଏହା ଦିଲ୍ଲୀ ଏନସିଆରର ଯାତ୍ରୀମାନଙ୍କ ପାଇଁ ଅତ୍ୟାଧୁନିକ ସେବା ବ୍ୟବହାର କରିବାରେ ସକ୍ଷମ ହେବ।
ଟେକ୍ନୋଲୋଜି ଆଡକୁ ଗତି କରିବା ସହିତ ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ର ନାମକୁ ବିଶ୍ଵ ର ଅଗ୍ରଣୀ ମେଟ୍ରୋ ସେବାରେ ସ୍ଥାନିତ କରିବ | ଜୁନ୍ ୨୦୧୧ ସୁଦ୍ଧା, ପିଙ୍କ୍ ଲାଇନ୍ (ମଜଲିସ୍ ପାର୍କ-ଶିବ ବିହାର) ୫୭ କିଲୋମିଟର ବ୍ୟାସାର୍ଦ୍ଧରେ ଡ୍ରାଇଭରହୀନ ମେଟ୍ରୋ ଆରମ୍ଭ କରିବ ବୋଲି ଆଶା କରାଯାଉଛି |