ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ ପାଳନ

ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ ପାଳନ :

ଭୁବନେଶ୍ୱର ର ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ ପାଳନ ଅବସରରେ ଏକ ଶପଥ ପାଠ ଉତ୍ସବ ପାଳନ କରାଯାଇଅଛି I ରେଳପଥ ର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳବାଇ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଜାତି, ଧର୍ମ, କ୍ଷେତ୍ର, ଭାଷାଗତ ବିଭିନ୍ନତା ବିନା ଭାରତ ବର୍ଷର ସମସ୍ତ ଜନସାଧାରଣଙ୍କର ଭାବନାତ୍ମକ ଏକତା ଓ ସଦଭାବନା ପାଇଁ କାର୍ଯ୍ୟକରିବା ସହ ହିଂସା ବିନା ବାର୍ତ୍ତାଳାପ ଓ ସାମ୍ବିଧାନିକ ବ୍ୟବସ୍ଥା ମାଧ୍ୟମରେ ସମସ୍ତ ମତଭେଦ କୁ ଦୁରେଇ କାର୍ଯ୍ୟ ସମ୍ପାଦନ କରିବାକୁ ଶପଥପାଠ କରାଇଥିଲେ I ପୂର୍ବତଟ ରେଳପଥ ର ପ୍ରମୁଖ କର୍ମୀଙ୍କ ଅଧିକାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ନାୟକ ଏହି ଶପଥପାଠ ଉତ୍ସବକୁ ପରିଚାଳନା କରିଥିଲେ I

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପାଣିପାଗ ସମ୍ବନ୍ଧୀୟ ସତର୍କ ସୂଚନା

Wed Aug 21 , 2019
ଭୁବନେଶ୍ୱର(ବାସ୍ତବ ବ୍ୟୁର):ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି କି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ,କେନ୍ଦୁଝର,ବଲାଙ୍ଗିର,ସୋନପୁର,ବୌଦ୍ଧ,ବାଲେଶ୍ୱର,ଭଦ୍ରକ,ଯାଜପୁର,କଟକ ଓ ଖୋର୍ଦ୍ଧା | ଏହି ୧୦ଟି ଜିଲ୍ଲାରେ ଝଡ ତୋଫାନ ହେବାର ସମ୍ଭାବନା ରହିଛି | ସୂଚନା ଅନୁଯାୟୀ ପୂର୍ବ ଉତ୍ତରପ୍ରଦେଶରୁ ଓଡିଶା ଦେଇ ଉତ୍ତର ତାମିଲ ନାଡୁକୁ ଏକ ଟ୍ରଫ ଲାଇନ ରହିଛି | ଏହାର ପ୍ରଭାବରେ ମାଲକାନଗିରି,କୋରାପୁଟ,ରାୟଗଡା,କଳାହାଣ୍ଡି,କନ୍ଧମାଳ,ବଲାଙ୍ଗିର,ନବରଙ୍ଗପୁର ଜିଲ୍ଲାରେ ବର୍ଷା ହେବ |ଏହା ସହ ବଲାଙ୍ଗିର,ସୋନପୁର,କନ୍ଧମାଳ ଓ […]

You May Like

Pin It on Pinterest