ଆଜି ରାଜ୍ୟରେ ୨୩୪ କରୋନା ରୋଗୀ ଚିହ୍ନଟ …

ବାସ୍ତବବ୍ୟୁରୋ:ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ଟୁଇଟ ମାଧ୍ୟମରେ ଜଣାଇଛନ୍ତିକି, ରାଜ୍ୟରୁ ନୂଆ କରୋନା ଆକ୍ରାନ୍ତ ୨୩୪ ଜଣ ଚିହ୍ନଟ ହୋଇଥିବାବେଳେ,ଗତ ୨୪ ଘଣ୍ଟା ରେ ୩ ସଂକ୍ରମିତଙ୍କର ପ୍ରାଣହାନି ଘଟିଛି। ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୩୬ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୯୮ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ଏହି ସଂକ୍ରମିତ ମାନେ ହେଲେ ବାଲେଶ୍ବରରୁ ୧୦ଜଣ, ଭଦ୍ରକରୁ ୩ଜଣ, ଅନୁଗୁଳରୁ ୩୬ଜଣ,ବରଗଡ଼ରୁ ୨ଜଣ,ବଲାଙ୍ଗୀରରୁ ୧୦ଜଣ, କଟକରୁ ୧୨ଜଣ, ଦେବଗଡ଼ରୁ ୧୨ଜଣ, ଗଞ୍ଜାମରୁ ୪ଜଣ, ଜଗତସିଂହପୁରରୁ ୫ଜଣ, ଯାଜପୁରରୁ ୧୬ଜଣ, ଝାରସୁଗୁଡ଼ାରୁ ୧୫ଜଣ, କଳାହାଣ୍ଡିରୁ ୨ଜଣ,କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୧୦ଜଣ, କେନ୍ଦୁଝରରୁ ୮ଜଣ, ଖୋର୍ଧାରୁ ୨୫ଜଣ, କୋରାପୁଟରୁ ଜଣେ, ମାଲକାନଗିରିରୁ ଜଣେ, ମୟୁରଭଞ୍ଜରୁ ୧୭ଜଣ, ନୟାଗଡ଼ରୁ ୫ଜଣ, ନୂଆପଡ଼ାରୁ ୪ଜଣ, ସମ୍ବଲପୁରରୁ ୯ଜଣ, ସୁବର୍ଣ୍ଣପୁରରୁ ଜଣେ, ସୁନ୍ଦରଗଡ଼ରୁ ୨୮ଜଣ ଓ ଷ୍ଟେଟପୁଲରୁ ୬ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି।ରାଜ୍ୟରେ ଏଯାବତ ୩୨୮୭୩୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ବି ୨୭୫୩ଟି ସକ୍ରିୟ ମାମଲା ରହିଛି। ରାଜ୍ୟରୁ ଏଯାବତ ୩୨୪୦୬୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ରହିଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସନ୍ତା ମାସ ୩ ତାରିଖରୁ ଖୋଲିବ ମା' ତାରାତାରିଣୀ ମନ୍ଦିର...

Mon Dec 28 , 2020
ବାସ୍ତବବ୍ୟୁରୋ:କରୋନା ପାଇଁ ଦୀର୍ଘ ୯ ମାସ ଧରି ବନ୍ଦରହିଥିବା ଗଞ୍ଜାମ ଜିଲ୍ଲାର ପୁରାତନ ଶକ୍ତି ପୀଠ ତାରାତାରିଣୀ ମନ୍ଦିର , ଆସନ୍ତା ୩ ତାରିଖରୁ ଖୋଲିବ।ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଓପି ଜାରି ହୋଇଛି। ଜିଲ୍ଲାର ଅନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ମଧ୍ୟ ଆସନ୍ତାକାଲି ବୈଠକ ହେବ । କରୋନା କଟକଣା ମଧ୍ୟରେ ଭକ୍ତମାନେ ମା’ଙ୍କୁ ଦର୍ଶନ କରିବେ। କରୋନା ମହାମାରୀ ସଂକ୍ରମଣ ଏବେ ବି କମି […]

You May Like

Pin It on Pinterest