ବାସ୍ତବବ୍ୟୁରୋ:କରୋନା ପାଇଁ ଦୀର୍ଘ ୯ ମାସ ଧରି ବନ୍ଦରହିଥିବା ଗଞ୍ଜାମ ଜିଲ୍ଲାର ପୁରାତନ ଶକ୍ତି ପୀଠ ତାରାତାରିଣୀ ମନ୍ଦିର , ଆସନ୍ତା ୩ ତାରିଖରୁ ଖୋଲିବ।ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଓପି ଜାରି ହୋଇଛି। ଜିଲ୍ଲାର ଅନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ମଧ୍ୟ ଆସନ୍ତାକାଲି ବୈଠକ ହେବ ।

କରୋନା କଟକଣା ମଧ୍ୟରେ ଭକ୍ତମାନେ ମା’ଙ୍କୁ ଦର୍ଶନ କରିବେ। କରୋନା ମହାମାରୀ ସଂକ୍ରମଣ ଏବେ ବି କମି ନାହିଁ। ତେଣୁ ଲୋକମାନଙ୍କୁ ଯଥାସମ୍ଭବ ସଚେତନ ରହିବାକୁ ହେବ । ଆଗକୁ ନୂଆ ବର୍ଷ ଆସୁଥିବାରୁ ଗଞ୍ଜାମ ଜିଲ୍ଲାରେ ଜିରୋ ନାଇଟ ସେଲିବ୍ରେସନ ଉପରେ ବି କଟକଣା ଲଗାଯାଇଛି। ଡିସେମ୍ବର ୩୧ ଓ ଜାନୁଆରି ୧ରେ ପର୍ଯ୍ୟଟକମାନଙ୍କ ନିମନ୍ତେ ଗୋପଳପୁର ବେଳାଭୂମିକୁ ବନ୍ଦ ରଖାଯାଇଛି ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏ ନେଇ ସୂଚନା ଦେଇଛନ୍ତି।